ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ। ଡ. ଭାରତୀ ଏଲ୍‌ ଓ୍ବାଘଜିୟାସି ତାଙ୍କ ବୃତ୍ତିଗତ ରୋଜଗାରକୁ ପଛ କରିଦେଇ ସମାଜସେବାରେ ଲାଗିଛନ୍ତି। ବିନା ଦେୟରେ ଶିକ୍ଷା ଦେଇ ମହିଳାଙ୍କୁ ନିଜ ଗୋଡ଼ରେ ଠିଆ କରାଇବା ଲାଗି ତାଙ୍କର ସବୁ ସମୟ ଉତ୍ସର୍ଗ କରିଦେଇଛନ୍ତି। ବ୍ୟାଚେଲର ଅଫ୍‌ ଡେଣ୍ଟାଲ ସାଇନ୍ସ (ବିଡିଏସ୍‌) ପାସ୍‌ କରିବା ପରେ ୧୦ ବର୍ଷ ମାଣ୍ଡବିସ୍ଥିତ ଜେସିକା ଡେଣ୍ଟାଲ କ୍ଲିନିକ୍‌ରେ ଚିକିତ୍ସା କରୁଥିଲେ। ରୋଜଗାର ବି ଭଲ ହେଉଥିଲା। ସେ ତାଙ୍କ କ୍ଲିନିକ୍‌ରେ ଗରିବ ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ତାଙ୍କୁ ଜୀବିକା ଯୋଗାଇଦେବା ପାଇଁ ମନରେ ଆଗ୍ରହ ପ୍ରକାଶ ପାଇଥିଲା। ପରେ ଡ. ଭାରତୀ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କ୍ଲିନିକ୍‌ ବନ୍ଦ କରିଦେଇଛନ୍ତି। ସେଠାରେ ସେ ଦୁଇଟି ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ସିଲାଇ ଓ ଫ୍ୟାଶନ ଡିଜାଇନିଂ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି। ଏଠାରୁ ମହିଳାମାନେ ଶିକ୍ଷାଲାଭ କରି ରୋଜଗାର କରିବା ପାଇଁ ସକ୍ଷମ ବି ହେଉଛନ୍ତି। ଡେଣ୍ଟିଷ୍ଟରୁ ଡିଜାଇନର ପାଲଟିଥିବା ଡ. ଭାରତୀ କୁହନ୍ତି ଯେ, ଆଜିକାଲି ଯୁବପିଢି ପୋଷାକ ଉପରେ ଅଧିକ ଧ୍ୟାନ ଦେଉଥିତ୍ବାରୁ ଫ୍ୟାଶନ ଡିଜାଇନିଂ ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରି ରୋଜଗାର କରାଇବା ସହଜ ହେବ ବୋଲି ଚିନ୍ତା କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତୀଙ୍କ ପରିବାରରେ ୪ ଜଣ ଡାକ୍ତର ଅଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ସ୍ବାମୀ ଓ ପରିବାର ଲୋକେ ବି ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି।...

ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଜସିଣ୍ଡା ଆର୍ଡେର୍ନ ମାତ୍ର ୩୭ ବର୍ଷ ବୟସରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏବେ ତାଙ୍କୁ ମାତ୍ର ୪୦ ବର୍ଷ ଓ ସେ ଦ୍ୱିତୀୟ ଥର ପାଇଁ...

ପେନ୍‌ସନ ପ୍ରଦାନରେ ଅସଙ୍ଗତି ଓ ସରକାରଙ୍କ କ୍ଷତି

ହରିଶଙ୍କର ମିଶ୍ର ୨୦୦୫ ମସିହା ଓ ପରେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନ୍‌ସନ ନୀତି ହୋଇଥିଲେ ହେଁ ଏବେ ରାଜ୍ୟରେ ପୂର୍ବ ପ୍ରଚଳିତ...

ସ୍ବର୍ଗକୁ ନିଶୁଣି ନାହିଁ

ନିରଞ୍ଜନ ସାହୁ ସ୍ବର୍ଗକୁ ନିଶୁଣି ନାହିଁ’। ଏଇ କଥାପଦକ ଆପଣ କେବେ ନା କେବେ ଶୁଣିଥିବେ। ହୁଏତ ତତ୍‌କ୍ଷଣାତ୍‌ ଧାରଣା ହୋଇଥିବ ଏହା ଯେପରି ଏକ...

ସେମାନେ ମନେପଡ଼ନ୍ତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଆଉ ରାଜତନ୍ତ୍ର ନାହିଁ। ଆସିଛି ଗଣତନ୍ତ୍ର। ଏବେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଶାସନ କରୁଛନ୍ତି। ଯେହେତୁ ଜନସାଧାରଣ ନିଜ...

ଯିବେ ମହାକାଶ

ମହାକାଶରେ କୋଟିପତିଙ୍କର ରେସ୍‌ ବା ଦୌଡ଼ ଜୋର୍‌ସୋରରେ ଚାଲିଛି। ‘ଭର୍ଜିନ ଗାଲାକ୍‌ଟିକ’ର ସ୍ପେସ୍‌ ଫ୍ଲାଇଟ୍‌ରେ ରିଚାର୍ଡ ବ୍ରାନ୍‌ସନ ମହାକାଶକୁ ଯିବାର ଗୋଟିଏ ସପ୍ତାହ ନ ପୂରୁଣୁ...

ଆଜିର ଅର୍ଥନୀତି/ଏସ୍‌ବିଆଇକୁ ଅନୁସରଣ କର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ।...

ଏଇ ଭାରତରେ

ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ...

Advertisement
Archives

Model This Week