ଏଇ ଭାରତରେ

ଭାରତରେ ବିବିଧତା ମଧ୍ୟରେ ସହାବସ୍ଥାନ ଓ ସାମ୍ପ୍ରଦାୟିକ ସଦ୍‌ଭାବନା ସମ୍ଭବ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ। ଜଣେ ଶିଖ୍‌ ବ୍ୟକ୍ତି ମସ୍‌ଜିଦ ନିର୍ମାଣ ଲାଗି ଜମି ଦାନ କରିଛନ୍ତି। ଦାତାଙ୍କ ନାମ ସୁଖପାଲ ସିଂହ ବେଦି। ସେ ଜଣେ ସାମାଜିକ କର୍ମୀ। ଗୁରୁ ନାନକଦେବଙ୍କ ୫୫୦ତମ ପ୍ରକାଶ ପର୍ବର ପବିତ୍ର ମାସରେ ସୁଖପାଲ ଏହି ଦାନ ଦେଇଛନ୍ତି। ମୁଜାଫରନଗର ପୁରକାଜି ସହରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି। ପୁରକାଜି ନଗରନିଗମର ଅଧ୍ୟକ୍ଷ ଫାରୁଖଙ୍କୁ ସୁଖପାଲ ୯୦୦ ବର୍ଗଫୁଟ୍‌ ଜାଗାର କାଗଜପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପୁରକାଜି ସହରରେ ସଂଖ୍ୟାଧିକ ମୁସଲମାନ ବାସ କରନ୍ତି। ସବୁ ଧର୍ମର ଲୋକଙ୍କୁ ଆଦର ଓ ସମ୍ମାନ କରିବା ସହ ଗୁରୁ ନାନକଙ୍କ ନୀତିଶିକ୍ଷା ଓ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ସହରର ଦୁଇ ସମ୍ପ୍ରଦାୟର ଲୋକମାନେ ସୁଖପାଲଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଭାଇଚାରା ଓ ଶାନ୍ତି ଆହୁରି ସୁଦୃଢ ହୋଇପାରିବ ବୋଲି ସେମାନେ କହିଛନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକମାନେ ସୁଖପାଲଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ପ୍ରକାଶ କରିବା ସହିତ ଧନ୍ୟବାଦ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦାରିଦ୍ର୍ୟ ଜୀବନ ବିତାଉଥିବା ଝାଡ଼ଖଣ୍ଡର ଶବର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ସୁଚିତ୍ରା ସିହ୍ନା। ସେ ୩୦୦ ଶବର ପରିବାରକୁ...

ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ...

ପ୍ରେମ: ଏକ ସତ୍ୟଶୀଳ ଉପଲବ୍ଧି

ଡ.ପ୍ରଫୁଲ୍ଲ କୁମାର ସାହୁ ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରାକୁ କୁହାଯାଏ ସଂସ୍କୃତି। ଧର୍ମକର୍ମ, ପର୍ବପର୍ବାଣି, ଖାଦ୍ୟପେୟ, ବେଶପୋଷାକ ଆଦି ତା’ର ଅଙ୍ଗୀଭୂତ ବିଷୟ। ପ୍ରତ୍ୟେକ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ତାମିଲନାଡୁର ତେନିଥ୍‌ ଆଦିତ୍ୟ କଦଳୀ ପତ୍ରରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜୈବିକ ଜିନିଷ ତିଆରି କରୁଛନ୍ତି।...

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ...

ସ୍ପୋକନ ଇଂଲିଶ ଶିକ୍ଷା : ଏକ ପ୍ରବଞ୍ଚନା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ପାଇଁ ଉଦ୍ୟମ, ଗଣମାଧ୍ୟମରେ କୋଳାହଳ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଏହା ଏକ ଆତ୍ମରକ୍ଷାମୂଳକ...

ଶିକ୍ଷାନୀତି, ସ୍ଥାୟୀ ବିକାଶ ଓ ବିଶ୍ୱବିଦ୍ୟାଳୟ

ଡ. ପ୍ରୀତିଶ ସାହୁ ଆଲବର୍ଟ ଆଇନଷ୍ଟାଇନ କହିଥିଲେ- ଶିକ୍ଷା କେବଳ ଜ୍ଞାନ ଅର୍ଜନ କରିବା ପାଇଁ ନୁହେଁ ବରଂ ମାନସିକ ବିକାଶ, ଚିନ୍ତାକରିବାର ଶକ୍ତି ଏବଂ...

ଏଇ ଭାରତରେ

ନିଜ ଘରକୁ ବୁଲା ପ୍ରାଣୀଙ୍କ ଆଶ୍ରୟସ୍ଥଳୀ କରିଦେଇଛନ୍ତି କେରଳର ପ୍ରଦୀପ ପାୟୁର। ୨୦ ବର୍ଷ ହେବ ସେ ୧୦୦୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର ଓ...

Advertisement
Archives

Model This Week