ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାର ଶିକ୍ଷୟିତ୍ରୀ ମମତା ମିଶ୍ରା ଜଣେ। ମମତା ଚାକା ବ୍ଲକ୍‌ର ନେନ୍ଦୁଆବନ ମଣ୍ଡଳ ପ୍ରାଇମେରି ସ୍କୁଲ୍‌ରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଉଦ୍ୟମରେ ସ୍କୁଲ୍‌କୁ କନଭେଣ୍ଟ୍‌ ସ୍କୁଲ୍‌ ସ୍ତର ଯାଏ ନେଇଯାଇଛନ୍ତି। ପ୍ରୟାଗରାଜର ଏହି ଶିକ୍ଷୟିତ୍ରୀ ଜଣକ କେବଳ ନିଜ ଦରମା ଟଙ୍କାରେ ଏଭଳି କାର୍ଯ୍ୟ କରିଛନ୍ତି । ପିଲାମାନଙ୍କୁ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ୟୁ-ଟ୍ୟୁବ୍‌ରେ ନିଜସ୍ବ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ଏବେ ସୁଦ୍ଧା ସେ ୪୮୭ଟି ଭିଡିଓ ଅପ୍‌ଲୋଡ କରିଛନ୍ତି। ମମତା ଏହି ସ୍କୁଲ୍‌ରେ ୨୦୧୫ରେ ନିଯୁକ୍ତି ପାଇବା ପରଠାରୁ ଏପରିି ଉଦ୍ୟମ ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କ ଉପାର୍ଜିତ ଅର୍ଥକୁ ପିଲାଙ୍କ ପାଇଁ ଖର୍ଚ୍ଚ କରିବା ଲାଗି ସ୍ଥିର କରିଥିଲେ ବୋଲି କୁହନ୍ତି ମମତା। ଏମିତିକି ସ୍କୁଲ୍‌ରେ ପଢୁଥିବା ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ତାଙ୍କ ଘରେ ମୋବାଇଲ ମାଧ୍ୟମରେ କେମିତି ପଢିବେ ସେ ସମ୍ପର୍କରେ ଶିଖାଉଛନ୍ତି। କ୍ଲାସ୍‌ରେ ପିଲାମାନଙ୍କୁ ପଢାଇବା ସହ ମମତା ମୋବାଇଲରେ ଦୀକ୍ଷା ଆପ୍‌ ମାଧ୍ୟମରେ ପଢିବାର ଉପାୟ ବି ଶିଖାଇଥାନ୍ତି। ସ୍କୁଲରେ ଯଦି ପିଲାମାନଙ୍କ ବସିବା ପାଇଁ ମମତା ନିଜ ରୋଜଗାର ଅର୍ଥରୁ ଖର୍ଚ୍ଚ କରି ଡେକ୍ସ ବେଞ୍ଚ କିଣିଦିଅନ୍ତି। ଏମିତି କି ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କର ଯଦି ପାଠ୍ୟ ଉପକରଣ କିମ୍ବା ସ୍କୁଲ୍‌ ଫିସ୍‌ର ଅଭାବ ପଡେ ତେବେ ମମତା ତାହା ମଧ୍ୟ ପୂରଣ କରିଥାନ୍ତି। ମମତାଙ୍କର ଏଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ...

ମହାମାରୀରେ ଭଗବାନଙ୍କ ଭୂମିକା

ସହଦେବ ସାହୁ କୋଭିଡ୍‌-୧୯ ରୋଗର ଭୂତାଣୁ କରୋନା ଭାଇରସ୍‌ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା...

ରେଳ ଘରୋଇକରଣ ଜନ ବିରୋଧୀ

କିଶୋର ଜେନା   ପୁଞ୍ଜିବାଦର ମୁଖ୍ୟ ଦର୍ଶନ ହେଉଛି ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ, ଯାହାର ଅର୍ଥ ବ୍ୟକ୍ତିମାଲିକାନାର ପ୍ରତିଷ୍ଠା ଏବଂ ଲାଭ...

ଏଇ ଭାରତରେ

ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି କିଛି ଲୋକ ହାର୍‌ ମାନନ୍ତି ନାହିଁ। ଏମିତି ଏକ ଉଦାହରଣ ହେଉଛନ୍ତି ବିହାର ପାଟନାର ରଗ୍‌ବି ଷ୍ଟାର ରାହୁଲ...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ଏଇ ଭାରତରେ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି ଏବଂ ସମୟ ବାହାର କରି ବୁଲାକୁକୁରଙ୍କୁ ଖାଇବାକୁ ଦେବା ସହ ଆହତ କୁକୁରଙ୍କୁ ଉଦ୍ଧାର କରୁଛନ୍ତି ଯଶଦୀପ କୌର ଏବଂ ଇଶାନ...

ଆଜିର ଅର୍ଥନୀତି/ ଅର୍ଥନୀତିକୁ ଝଟକା

ମୋଟର ଯାନ ସଂଶୋଧନ ଅଧିନିୟମ, ୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଓ ଚଢ଼ା ଜରିମାନା ଆଦାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।...

ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି।...

Advertisement
Archives

Model This Week