ଏଇ ଭାରତରେ

ଭାରତରେ ଗାନ୍ଧୀ ବିଚାରଧାରାରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ସମ୍ବଳରେ ଗାନ୍ଧୀବାଦର ବାର୍ତ୍ତା ଦେଇଚାଲିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଶଶିଭୂଷଣ ସିଂ। ସେ ବିହାରର ସୀତାମଢି ମେଜରଗଞ୍ଜ ବ୍ଲକର ଟୁମରିକଲା ଗାଁରେ ରହନ୍ତି। ଭାରତ ସରକାରଙ୍କ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ବଚ୍ଛତା ତାଙ୍କ ଜୀବନଚର୍ଯ୍ୟାରେ ସାମିଲ ହୋଇଯାଇଛି। ସ୍ବଚ୍ଛତାର ଆଧୁନିକ ସିପାହି ଶଶିଭୂଷଣ ୨୦୧୧ରୁ ତାଙ୍କ ଗାଁରେ ସ୍ବଚ୍ଛତା ଅଭିଯାନ ଚଲାଇଛନ୍ତି। କିଛି ସମ୍ବଳ ନ ଥାଇ ବି ହୃଦୟରେ ସ୍ବଚ୍ଛତାକୁ ସ୍ଥାନ ଦେଇ ସକାଳୁ ଝାଡୁ ଧରି ବାହାରିଯାଆନ୍ତି ଶଶିଭୂଷଣ। ପ୍ରଥମରୁ ଲୋକେ ‘ବେକାରିର ଟାଇମ୍‌ପାସ’ ଓ ପରେ ‘ପାଗଳ ଝାଡୁଦାର’ ବୋଲି କହୁଥିଲେ ବି ସେ କେବେ ବି ଏପରିି କାର୍ଯ୍ୟରୁ ପଛକୁ ହଟିନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ମଧ୍ୟ ନିଜେ ଟଙ୍କା ଖର୍ଚ୍ଚକରି ଝାଡୁ ଓ ଟୋକେଇ କିଣୁଛନ୍ତି। ଏହା ସହ ଲୋକମାନଙ୍କୁ ବାହାରେ ଶୌଚ ବିରୋଧରେ ସଚେତନ କରାଉଛନ୍ତି। ବିବାହ ପରେ ଶଶିଭୂଷଣଙ୍କ ସ୍ତ୍ରୀ ତାଙ୍କ ସହ ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଯାଇଛନ୍ତି। ପାଗଳ ଝାଡୁବାଲା ଡାକରେ ଲୋକମାନଙ୍କର ସ୍ନେହ ରହିଛି ବୋଲି କୁହନ୍ତି ଶଶିଭୂଷଣ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନକୌଶଳର ଲାଭ ନେଉଛି କିଏ

ବିଚିତ୍ର ବିଶ୍ୱାଳ ଚାଷ ଓ ଚାଷୀମାନଙ୍କର ସଙ୍କଟକୁ ବିଚାରକୁ ନେଲେ ଆମ ଦେଶ ପଛରେ ନାହଁି। ନ୍ୟାଶନାଲ୍‌ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ, ଦେଶରେ...

ମାଟି ଓ ମଣିଷର ଶିଳ୍ପୀ

ଇଂ. ପ୍ରଭାକର ସ୍ବାଇଁ ‘କବିତା ଗଢ଼େ ଏକ ବିରାଟ ସମାଜର,/ ସବୁରି ପାଇଁ ଯହିଁ ବଖୁରେ ହେଲେ ଘର।’ (ଆଗାମୀ) ପରି କବିତାରେ ବିଶ୍ୱବାସୀଙ୍କ ମଙ୍ଗଳକାମନା...

ଉପନିବେଶବାଦର କୂଟନୀତି ଓ ଆମ ଅର୍ଥନୀତି

ଡ. ଅସୀମା ସାହୁ ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟ ବିଶ୍ୱ ତଥା ଆମ ଦେଶର କିଛି ବୁଦ୍ଧିଜୀବୀ ୨୦୦ ବର୍ଷର ଇଂରେଜ ଶାସନକୁ ସକାରାତ୍ମକ ଦୃଷ୍ଟିରେ...

ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ...

ଏଇ ଭାରତରେ

ହାଇଡ୍ରୋପୋନିକ୍‌ ଫାର୍ମିଂ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି ପଦ୍ଧତିରେ ବିନା ମାଟିରେ କେବଳ ପାଣିରେ ହିଁ ଚାଷ କରାଯାଉଛି। ଏବେ ବିନା ମାଟିରେ ଝୁଲନ୍ତା...

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ...

ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ରୋଜଗାର ହରାଇଥିବା ଶ୍ରମିକ ତଥା ଅସହାୟମାନଙ୍କର ସାହାରା ପାଲଟିଛନ୍ତି ଅଙ୍କଶା ସାଡେକର। ପୁଣେରେ ରହନ୍ତି ସେ। ପୁରୁଷୋତ୍ତମ ମାଳତୀ ଫାଉଣ୍ଡେଶନ ପ୍ରତିଷ୍ଠା କରି...

Advertisement
Archives

Model This Week