ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ବର୍ଷରୁ ଊର୍ଦ୍ଧ୍ୱ ହେଲା ନିଜକୁ ପରାଧୀନ ବୋଲି ଧରି ନେଇଛନ୍ତି। କାରଣ ଏମାନେ ଆଜି ମଧ୍ୟ ପରାଧୀନ ଭଳି ରହୁଛନ୍ତି। ହରିୟାଣାର ରୋହନତ୍‌ ଗାଁରେ ସ୍ବାଧୀନତା ସହ ଜଡ଼ିତ କୌଣସି ପର୍ବ ପାଳନ କରାଯାଏ ନାହିଁ। କେବଳ ସ୍ବାଧୀନତା ଦିବସ ନୁହେଁ, ଏଠାରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରାଯାଇ ନ ଥାଏ। ଇତିହାସ କହେ ଇଂରେଜମାନେ ଏଠାରେ ଜାଲିଆନାଓ୍ବାଲାବାଗ ଭଳି ନରସଂହାର କରିବା ସହ ୧୮୫୭ କ୍ରାନ୍ତିକାରୀ ବିପ୍ଳବରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାସହ ଗାଁରେ ତୋପ ଫୁଟାଇ ଅନେକଙ୍କୁ ମାରିଦେବା ସହ କେତେକଙ୍କୁ ରୋଲର ଚଢାଇ ଇଂରେଜମାନେ ମାରି ଦେଇଥିବା କୁହାଯାଏ। ଏମିତି ପରିସ୍ଥିତିରେ ଅନେକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏମିତି ସବୁ ଘଟଣା ଇତିହାସ ପୃଷ୍ଠାରୁ ତଥା ବୟସ୍କ ବ୍ୟକ୍ତିଙ୍କଠାରୁ ଶୁଣିବା ପରେ ଆଜିବି ରୋହନତ୍‌ ଗାଁର ଲୋକେ ନିଜକୁ ପରାଧୀନ ବୋଲି ଭାବି ଗାଁରେ ଜାତୀୟ ପତାକା ଉଡାଉ ନ ଥିଲେ। ଏବେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଉନ୍ନତି କରାଯାଇଥିବା ବେଳେ ଗାଁ ଲୋକଙ୍କ ମନ ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୮ ସ୍ବାଧୀନତା ଦିବସରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା କେତେଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଚଳିତବର୍ଷ ସ୍ବାଧୀନତା ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁରବିହୀନ ସମାଜ

ହରିହର ତ୍ରିପାଠୀ ସମାଜରେ ଗୁରୁଜନ କହିଲେ ଆମେ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝୁ; ଯେଉଁମାନଙ୍କ ଅନୁଭୂତି, ଅଭିଜ୍ଞତା ସମାଜ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ। ଏଭଳି ବ୍ୟକ୍ତିମାନଙ୍କୁ...

ସମ୍ପାଦକୀୟ/ ନୂଆ ଯୁଗର ଡ୍ରୋନ୍‌

ବିଶ୍ୱର ସର୍ବବୃହତ୍‌ ତୈଳ ଉତ୍ପାଦକ ସୌଦି ଆରବର କମ୍ପାନୀ ‘ସୌଦି ଆରାମ୍‌କୋ’ର ଦୁଇଟି ତୈଳ କୂପ ଉପରେ ୟେମେନୀ ବିଦ୍ରୋହୀ ଗୋଷ୍ଠୀ ୧୪ ସେପ୍ଟେମ୍ବରରେ ଡ୍ରୋନ୍‌...

ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ...

ବିପର୍ଯ୍ୟୟ ମୁକାବିଲା ଲାଗି ଭିତ୍ତିଭୂମି ଲୋଡ଼ା

ପ୍ରମୋଦ କୁମାର ମିଶ୍ର ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ୱ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରିଥାଏ। ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ହ୍ରାସ କରିବା...

ବିଦେଶିନୀ

ଡ. ବାସୁଦେବ ମିଶ୍ର ଟ୍ରେନର କମ୍ପାର୍ଟମେଣ୍ଟ ଭିତରକୁ ପଶିଯାଇ ଦେଖିଲି ମୋ ପାଖ ସିଟ୍‌ରେ ଉପବିଷ୍ଟା ଗୌରାଙ୍ଗୀ ତନ୍ବୀ ସମ୍ବଲପୁରୀ ଶାଢ଼ି ପରିହିତା ତରୁଣୀଙ୍କୁ ଭାରତୀୟ...

ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ...

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ...

ଖୁସି ହେବା ନା ଦୁଃଖ କରିବା

ଡ. ସନ୍ତୋଷ କୁମାର ମହାପାତ୍ର କରୋନାଜନିତ ଦୁର୍ଦ୍ଦିନରେ କେତୋଟି ଘଟଣା ଘଟିଯାଇଛି। ସେ ସବୁକୁ ନେଇ ଖୁସି ହେବା ନା ଦୁଃଖ କରିବା? ସମ୍ପ୍ରତି ରାଜସ୍ଥାନରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *