ଏଇ ଭାରତରେ

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା। ଏପରି ଏକ ଘଟଣା ଅଯୋଧ୍ୟାରେ ଘଟିଛି। ଉତ୍ତରପ୍ରଦେଶର ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢ଼ା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣପତ୍ର ବାହାର କରିବାକୁ ତହସିଲ କାର୍ଯ୍ୟାଳୟ ଯାଇଥିଲେ। ବହୁବାର ସେ ସେଠାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ଏହି ପ୍ରମାଣପତ୍ର ମିଳି ନ ଥିଲା। ପୁଅର ଛାତ୍ରବୃତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୩୦ ଥିବାବେଳେ ତହସିଲ କାର୍ଯ୍ୟାଳୟରେ ଗୁହାରି କରିବାରୁ ସେଠାକାର ଜଣେ କର୍ମଚାରୀ ତାରାଦେବୀଙ୍କୁ ଏମିତି ଏକ ଆୟ ପ୍ରମାଣପତ୍ର ଦେଇଥିଲେ ଯାହା ଦେଖିବା ପରେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଉକ୍ତ ପ୍ରମାଣପତ୍ରରେ ତାରାଦେବୀଙ୍କ ବାର୍ଷିକ ଆୟ ୫ କୋଟି ୨୦ ଲକ୍ଷ ଉଲ୍ଲେଖ କରାଯାଇଥିଲା। ଏହାକୁ ଦେଖିବା ପରେ ଉଭୟ ତାରାଦେବୀ ଓ ତାଙ୍କ ପୁଅ କିଛି ବୁଝି ପାରି ନ ଥିଲେ। ଶେଷରେ ପୁଅ ଅମିତ ମଧ୍ୟ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରି ନ ଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାରାଦେବୀ ଗୁହାରି କରିଥିବା କହିଛନ୍ତି। ତେବେ ଲାଞ୍ଚ ନ ଦେବାରୁ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡିଓର ଜୟଯାତ୍ରା

ବସନ୍ତ କୁମାର ଦାସ ପ୍ରକୃତରେ ସକାଳର ରେଡିଓ ତା’ର ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଯେଉଁ ସ୍ବର ପ୍ରସାରିତ ହୋଇଥାଏ, ସେଥିସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ...

ସମ୍ପାଦକୀୟ/ଅବିଶ୍ୱସନୀୟ ମନେହେଉଛି

ଭାରତର ସଂସଦୀୟ ଗଣତନ୍ତ୍ରର ଶାସନ ପଦ୍ଧତି ଦେଖିଲେ ଆଇନ ପ୍ରଣେତାମାନେ ବିଭିନ୍ନ ପ୍ରକାର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଥାଆନ୍ତି। ଯୋଜନାର ସ୍ବରୂପ ଦେଖି...

ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ...

ଏ ଯୁଗର ନୂଆ ଯୁଦ୍ଧାସ୍ତ୍ର

ସହଦେବ ସାହୁ ଖବର ବା ଇନ୍‌ଫର୍ମେଶନକୁ ଯୁଦ୍ଧର ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି ଏବଂ ଏମିତି ବ୍ୟବହାର ହେଲାଣି ଯେ ଲୋକଙ୍କ ମତ ବଦଳାଯାଇ ପାରୁଛି।...

ଆଜିର ଅର୍ଥନୀତି/ ଆତ୍ମଘାତୀ ନୀତି

ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବାକି ଥିବା ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟର ପୁନର୍ଗଣନା ଲାଗି ଚେଷ୍ଟା କରିବା ଯୋଗୁ ସୁପ୍ରିମ୍‌କୋର୍ଟ ବୁଧବାର ଦୂରସଞ୍ଚାର ବିଭାଗ...

କଶ୍ମୀରରେ ଆତଙ୍କବାଦ କମିବ

ସହଦେବ ସାହୁ ଏ ପ୍ରବନ୍ଧ ପ୍ରକାଶିତ ହେବା ପୂର୍ବରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ମୁସଲିମ୍‌ ଲୋକେ ଇଦୁଜ୍ଜୁହା ଉପଲକ୍ଷେ ଶାନ୍ତିଶୃଙ୍ଖଳାରେ ନମାଜ ପଢିସାରିଥିବେ ଏବଂ ଘରେ...

ଅନ୍ଧବିଶ୍ୱାସ ଅନ୍ତରାଳେ

ଅନ୍ନପୂର୍ଣ୍ଣା ପାଣ୍ଡେ ଆପଣମାନେ ପ୍ରତିଦିନ ଖବରକାଗଜରେ ଡାହାଣୀ ପ୍ରଥା ଉପରେ ପଢୁଥିବେ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ ଆଦି ଅଞ୍ଚଳରେ କେତେ ଯେ ଡାହାଣୀ...

‘ରେବତୀ’ ଅନୁବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପାଇବାଠାରୁ ପାଠକୀୟ ସ୍ବୀକୃତି ଜଣେ ଲେଖକଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି ବହୁ ସମୟରେ ବିଭିନ୍ନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *