ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍‌ମାନେ କହିଛନ୍ତି। ମଙ୍ଗଳବାର ଖଲ୍ଲିକୋଟ ରେଞ୍ଜର ଦିଲୀପ ମାର୍ଥାଙ୍କ ନିର୍ଦ୍ଦେଶରେ ରମ୍ଭା ବନାଞ୍ଚଳ ଅଧିକାରୀ ସୋମନାଥ ମଲିକ କର୍ମଚାରୀଙ୍କ ସହ ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ। ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ମାତ୍ର ୩ହଳ କଇଁଛଙ୍କ ମିଳନ ପ୍ରକ୍ରିୟା ଦେଖିବାକୁ ପାଇଥିଲେ। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ ଦଳ କଇଁଛଙ୍କ ମିଳନ ଦେଖିବାକୁ ମିଳିବ ବୋଲି ରମ୍ଭା ବନାଞ୍ଚଳ ଅଧିକାରୀ ମଲିକ ସୂଚନା ଦେଇଛନ୍ତି। ପରେ ଅଣ୍ଡା ଦେବା ସମୟ ଆସିବାବେଳେ ଉକ୍ତ କଇଁଛମାନେ ଉପକୂଳଠାରୁ ମାତ୍ର ୫ କିମି ପରିଧି ମଧ୍ୟରେ ଦଳଦଳ କଇଁଚ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଶୀତ ଆଗମନ ହେବାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସେ କହିଛନ୍ତି। ଅନୁକୂଳ ପାଗ ଓ ଦକ୍ଷିଣାପବନ ବୋହିଲେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। କଇଁଛଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ ରହିବା ଯାଏ ପାଟ୍ରୋଲିଂ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ପାଟ୍ରୋଲିଂ ପାଇଁ ଦୁଇଟି ସ୍କ୍ବାଡ ଗଠନ କରାଯାଇଛି ଏବଂ ହାଚେରୀ (କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ବାହାର କରିବା) ପାଇଁ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରିବ ବୋଲି ବନ ବିଭାଗ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ୭୫ରୁ ୮୫ କି.ମି....

ଭଦ୍ରକରେ ୨୦୯୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ୯୨ ପଜିଟିଭ୍‌ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୩ା୮: ଭଦ୍ରକ ଜିଲାରେ ରବିବାର ୯୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯ ଛୁଇଁଛି।...

ବଢୁଛି ପିଲାଙ୍କ ଚିନ୍ତା; ଆଜି ୭୮ ଛୁଆ ପଜିଟିଭ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ

ଅମରପାଲି, ୧୬।୬ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା...

ବିପଦ ସାଜିଛି ଜବତ ଗାଡ଼ି

ଭୁବନ, ୨।୧୨(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନ ଥାନା ପୋଲିସ ପକ୍ଷରୁ ଜବତ କରାଯାଉଥିବା ଗାଡ଼ିଗୁଡ଼ିକ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅସୁରକ୍ଷିତ ଭାବେ ରଖାଯାଉଛି। ଫଳରେ ଥାନା...

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ...

ହିନ୍ଦୁ ଦେବଦେବୀଙ୍କ ଫଟୋ ପୋଡ଼ିବା ଘଟଣା: ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ, ୯।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳୀ ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କର ଫଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ...

ରାଜଧାନୀରେ ଆଜି ଚିହ୍ନଟ ହେଲେ ୬୯ ନୂଆ ଆକ୍ରାନ୍ତ: ୫୩ ଲୋକାଲ କେସ୍‌

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ୬୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୫୩...

Advertisement
Archives

Model This Week