ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍‌ମାନେ କହିଛନ୍ତି। ମଙ୍ଗଳବାର ଖଲ୍ଲିକୋଟ ରେଞ୍ଜର ଦିଲୀପ ମାର୍ଥାଙ୍କ ନିର୍ଦ୍ଦେଶରେ ରମ୍ଭା ବନାଞ୍ଚଳ ଅଧିକାରୀ ସୋମନାଥ ମଲିକ କର୍ମଚାରୀଙ୍କ ସହ ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ। ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ମାତ୍ର ୩ହଳ କଇଁଛଙ୍କ ମିଳନ ପ୍ରକ୍ରିୟା ଦେଖିବାକୁ ପାଇଥିଲେ। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ ଦଳ କଇଁଛଙ୍କ ମିଳନ ଦେଖିବାକୁ ମିଳିବ ବୋଲି ରମ୍ଭା ବନାଞ୍ଚଳ ଅଧିକାରୀ ମଲିକ ସୂଚନା ଦେଇଛନ୍ତି। ପରେ ଅଣ୍ଡା ଦେବା ସମୟ ଆସିବାବେଳେ ଉକ୍ତ କଇଁଛମାନେ ଉପକୂଳଠାରୁ ମାତ୍ର ୫ କିମି ପରିଧି ମଧ୍ୟରେ ଦଳଦଳ କଇଁଚ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଶୀତ ଆଗମନ ହେବାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସେ କହିଛନ୍ତି। ଅନୁକୂଳ ପାଗ ଓ ଦକ୍ଷିଣାପବନ ବୋହିଲେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। କଇଁଛଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ ରହିବା ଯାଏ ପାଟ୍ରୋଲିଂ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ପାଟ୍ରୋଲିଂ ପାଇଁ ଦୁଇଟି ସ୍କ୍ବାଡ ଗଠନ କରାଯାଇଛି ଏବଂ ହାଚେରୀ (କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ବାହାର କରିବା) ପାଇଁ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରିବ ବୋଲି ବନ ବିଭାଗ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri