ଉପାନ୍ତ ଶ୍ରୋତାଙ୍କୁ ମନୋରଞ୍ଜନ, ସଚେତନ କରୁଛି ରେଡିଓ

ଜୟପୁର,୨୧।୨(ନି.ପ୍ର.)- ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ସହ ଗଜପତି ଜିଲାର ଅନେକ ଗାଁକୁ ଏବେ ମଧ୍ୟ ବିଜୁଳି ପହଞ୍ଚତ୍ନାହିଁ। ସେଭଳି ଗ୍ରାମାଞ୍ଚଳରେ ଲୋକଙ୍କ ମନୋରଞ୍ଜନ ପାଇଁ ଜୟପୁର ଆକାଶବାଣୀ କେନ୍ଦ୍ର କେବଳ ଏକମାତ୍ର ମାଧ୍ୟମ ନୁହେଁ, ବରଂ ଏହା ଚାଷୀ ଓ ମହିଳାଙ୍କ ପାଇଁ ସୂଚନା ସହାୟକ ଭାବେ ରହିଆସିଛି। ଏହି କେନ୍ଦ୍ର ଶ୍ରୋତାଙ୍କ ପ୍ରିୟଭାଜନ ହେବା ସହ ପାଣିପାଗ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଭଳି ପ୍ରସଙ୍ଗରେ ରେଡିଓ ଦ୍ୱାରା ସଚେତନ ହୋଇପାରୁଛନ୍ତି ଗ୍ରାମାଞ୍ଚଳର ଚାଷୀ ଓ ମହିଳା।
ଅବିଭକ୍ତ କୋରାପୁଟ ସହ ଗଜପତି ଜିଲାର ଗାଁ ଗହଳିରେ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା ଜୟପୁର ଆକାଶବାଣୀ। ୧୯୬୪ରେ ସ୍ଥାପିତ ଏହି କେନ୍ଦ୍ର ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ କରି ୫୦ରୁ ଅଧିକ ଜାତୀୟସ୍ତରୀୟ ସମ୍ମାନ ଓ ପୁରସ୍କାର ପାଇଛି। ଏହି କେନ୍ଦ୍ରକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ମିଡିୟମ ୱେଭରୁ ଉଚ୍ଚଶକ୍ତି ସମ୍ପନ୍ନ ସର୍ଟୱେଭରେ ପରିଣତ କରାଯାଇଛି। ଏହା ରାଜ୍ୟର ଏକମାତ୍ର ସର୍ଟୱେଭ ଟ୍ରାନ୍ସମିଟର (ଟାୱାର)। କେବଳ ମନୋରଞ୍ଜନ ନୁହେଁ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସାମାଜିକ ତଥା ଅନ୍ୟ କ୍ଷେତ୍ରୀୟ ବିକାଶରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ନେଇଛି। ଏହି କେନ୍ଦ୍ର ୧୯୮୩ରେ ଉତ୍ତମ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ପୂର୍ବାଞ୍ଚଳ ଜୋନରୁ ପ୍ରଥମ ପୁରସ୍କାର, ୧୯୯୨ରେ ଧରଣୀମା’ ପାଇଁ ଜାତୀୟସ୍ତରର ପ୍ରଥମ ପୁରସ୍କାର, ୧୯୯୩ରେ ବେତାର ନାଟକ ଗୁରୁ ପାଇଁ ଜାତୀୟ ସ୍ତରର ପ୍ରଥମ ପୁରସ୍କାର, ୧୯୯୪ରେ ବିଜୟ କୀ କାର୍ଯ୍ୟକ୍ରମ ପାଇଁ ଜାତୀୟସ୍ତରର ଦ୍ୱିତୀୟ ପୁରସ୍କାର,୧୯୯୫ରେ ବାବୁଲା ପୁରାଣ ପାଇଁ ଜାତୀୟସ୍ତରର ଦ୍ୱିତୀୟ ପୁରସ୍କାର ପାଇଛି। ୧୯୯୬ରେ ବେତାର ନାଟକ ବାଘ ପାଇଁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ୧୯୯୮ରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ନିଶାରୁଆ ପାଇଁ ଜାତୀୟ ସ୍ତରରେ ପ୍ରଥମ ପୁରସ୍କାର, ୨୦୦୫ରେ ‘ଉଠରେ ପାପୁନି’ ପାଇଁ ଇରାନର ରାଜଧାନୀ ତେହେରାନରେ ଅନ୍ତର୍ଜାତୀୟ ବେତାର ପୁରସ୍କାର, ୨୦୦୬ରେ ଏଡସ୍‌ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ମୋତି ମାଣିକ ପାଇଁ ଜାତୀୟ ପୁରସ୍କାର, ମୋତି ମାଣିକ ପାଇଁ ୨୦୦୭ରେ ଅନ୍ତର୍ଜାତୀୟ ସ୍ତରରେ ଏସିଆ ପ୍ୟାସିଫିକ ବ୍ରଡକାଷ୍ଟିଙ୍ଗ ୟୁନିୟନ ଏବିୟୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୯ରେ ଉଦ୍‌ଘୋଷକ ଅଶୋକ ମିଶ୍ରଙ୍କ ଦ୍ୱାରା ପ୍ରାୟୋଜିତ ତଥା ନିର୍ଦ୍ଦେଶିତ ଏଡ୍‌ସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ‘ଜାଣିଲେ ଜିଣିବା’ ପାଇଁ ମଙ୍ଗୋଲିଆର ରାଜଧାନୀ ଉଲାନବାଟରେ ଅନ୍ତର୍ଜାତୀୟ ପୁରସ୍କାର, ୨୦୧୦ରେ ୨୦୦୯ ବର୍ଷ ପାଇଁ ପ୍ରସାର ଭାରତୀର ବାର୍ଷିକ ପୁରସ୍କାର ଶୃଙ୍ଖଳା ଅନ୍ତର୍ଗତ ଉତ୍ତମ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ଜାତୀୟସ୍ତରର ମାନଚାନ୍ଦ ପୁରସ୍କାର ମିଳିଛି। ମନୋଜ ସାମନ୍ତରାୟଙ୍କ ପ୍ରଯୋଜନାରେ ‘ଜୟ କିଶାନ’ ପାଇଁ ୨୦୧୫ରେ ପ୍ରଥମ ପୁରସ୍କାର, ୨୦୧୬ରେ ରଞ୍ଜନ ବେହେରାଙ୍କ କାର୍ଯ୍ୟକ୍ରମ ‘ବଗିଚାକୁ ଆସ’ ପ୍ରଥମ ପୁରସ୍କାର, ଜଗଦୀଶ ଅଧିକାରୀଙ୍କ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁ ଆଟ ନାଇଟ୍‌ସ’ ୨୦୧୭ରେ ପ୍ରଥମ ପୁରସ୍କାର ଓ ନିକଟରେ ମନୋଜ ସାମନ୍ତରାୟଙ୍କ କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ଇରାନରେ ଆନ୍ତର୍ଜାତିକ ରେଡିଓ ମେଳାରେ ସ୍ଥାନିତ ହେବ ବୋଲି ସୂଚନା ମିଳିଛି। ଜୟପୁର ଆକାଶବାଣୀ କେନ୍ଦ୍ରର ସର୍ଟ ଓ୍ବେଭ୍‌ ଟ୍ରାନ୍ସମିଟର ମାଧ୍ୟମରେ ପ୍ରଚାରିତ କାର୍ଯ୍ୟକ୍ରମ ବିଦେଶରେ ମଧ୍ୟ ଲୋକପ୍ରିୟତା ପାଇଛି। ଏହି କେନ୍ଦ୍ରର କାର୍ଯ୍ୟକ୍ରମ ସ୍ବିଡେନ, ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଭୂମଧ୍ୟସାଗର, ହଂକଂ, ଥାଇଲାଣ୍ଡ, ଇଟାଲି, ଜାପାନ, ଇଣ୍ଡୋନେସିଆ, ଅଷ୍ଟ୍ରିଆ ତଥା ଫିଲିପାଇନ୍ସରେ ମଧ୍ୟ ଶୁଣାଯିବା ସହ ଲୋକପ୍ରିୟ ଅର୍ଜନ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ...

ପେଟ୍ରୋଲ ପମ୍ପ୍‌ରେ ଅସମ୍ଭାଳ ଭିଡ଼

ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦...

ଏତଲା ଦେଲେ ତହସିଲଦାର, ଜରିମାନା ଆଦାୟ କରୋନାରେ କ୍ରିକେଟ ଟୁର୍ନାମେଣ୍ଟ

ହିଞ୍ଜିଳିକାଟୁ, ୩୧ା୭(ଡ଼ି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ହିଞ୍ଜିଳିକାଟୁ ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗାଁରେ ରବିବାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏଥିରେ ଅନ୍ତରିଗାଁ...

ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି...

ଜାମିନ ପରେ ଅଭିଯୁକ୍ତଙ୍କୁ ପୁଣି ନେଲା ପୋଲିସ

ଆସିକା,୫ା୧୧(ଡି.ଏନ୍‌.ଏ.)-ବସ୍‌ ମାଲିକ ପ୍ରତାପ ପୋଲାଇ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସିଲୁ ପୋଲାଇ ସୋମବାର ଅପରାହ୍ନରେ ଜାମିନରେ ଆସିକା ସବଜେଲରୁ ମୁକୁଳିଥିଲେ ା ତେବେ ପୂର୍ବରୁ...

ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ

ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ...

୨ ଜଣଙ୍କୁ ଚାପିଦେଲା ଟ୍ରକ୍‌, ଜଣେ ଗୁରୁତର

କେନ୍ଦୁଝର,୯ା୨(ସ୍ବ.ପ୍ର.): ଚମ୍ପୁଆ ଥାନା ରଘୁଆଳ ସାହିରେ ଏନ୍‌ଏଚ୍‌ ୭୨୦ରେ ଏକ ବାଇକ୍‌ ଉପରେ ଅଜଣା ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ...

ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ ଗିରଫ

ଦେବଗଡ଼,୨୮।୩(ଡି.ଏନ୍‌.ଏ.)-ନିଜକୁ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ସଦସ୍ୟ ବୋଲି କହି ପିସ୍ତଲ ଦେଖାଇ ଭୟଭୀତ କରି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳର...

Advertisement
Archives

Model This Week