ଉପାନ୍ତ ଶ୍ରୋତାଙ୍କୁ ମନୋରଞ୍ଜନ, ସଚେତନ କରୁଛି ରେଡିଓ

ଜୟପୁର,୨୧।୨(ନି.ପ୍ର.)- ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ସହ ଗଜପତି ଜିଲାର ଅନେକ ଗାଁକୁ ଏବେ ମଧ୍ୟ ବିଜୁଳି ପହଞ୍ଚତ୍ନାହିଁ। ସେଭଳି ଗ୍ରାମାଞ୍ଚଳରେ ଲୋକଙ୍କ ମନୋରଞ୍ଜନ ପାଇଁ ଜୟପୁର ଆକାଶବାଣୀ କେନ୍ଦ୍ର କେବଳ ଏକମାତ୍ର ମାଧ୍ୟମ ନୁହେଁ, ବରଂ ଏହା ଚାଷୀ ଓ ମହିଳାଙ୍କ ପାଇଁ ସୂଚନା ସହାୟକ ଭାବେ ରହିଆସିଛି। ଏହି କେନ୍ଦ୍ର ଶ୍ରୋତାଙ୍କ ପ୍ରିୟଭାଜନ ହେବା ସହ ପାଣିପାଗ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଭଳି ପ୍ରସଙ୍ଗରେ ରେଡିଓ ଦ୍ୱାରା ସଚେତନ ହୋଇପାରୁଛନ୍ତି ଗ୍ରାମାଞ୍ଚଳର ଚାଷୀ ଓ ମହିଳା।
ଅବିଭକ୍ତ କୋରାପୁଟ ସହ ଗଜପତି ଜିଲାର ଗାଁ ଗହଳିରେ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା ଜୟପୁର ଆକାଶବାଣୀ। ୧୯୬୪ରେ ସ୍ଥାପିତ ଏହି କେନ୍ଦ୍ର ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ କରି ୫୦ରୁ ଅଧିକ ଜାତୀୟସ୍ତରୀୟ ସମ୍ମାନ ଓ ପୁରସ୍କାର ପାଇଛି। ଏହି କେନ୍ଦ୍ରକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ମିଡିୟମ ୱେଭରୁ ଉଚ୍ଚଶକ୍ତି ସମ୍ପନ୍ନ ସର୍ଟୱେଭରେ ପରିଣତ କରାଯାଇଛି। ଏହା ରାଜ୍ୟର ଏକମାତ୍ର ସର୍ଟୱେଭ ଟ୍ରାନ୍ସମିଟର (ଟାୱାର)। କେବଳ ମନୋରଞ୍ଜନ ନୁହେଁ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସାମାଜିକ ତଥା ଅନ୍ୟ କ୍ଷେତ୍ରୀୟ ବିକାଶରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ନେଇଛି। ଏହି କେନ୍ଦ୍ର ୧୯୮୩ରେ ଉତ୍ତମ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ପୂର୍ବାଞ୍ଚଳ ଜୋନରୁ ପ୍ରଥମ ପୁରସ୍କାର, ୧୯୯୨ରେ ଧରଣୀମା’ ପାଇଁ ଜାତୀୟସ୍ତରର ପ୍ରଥମ ପୁରସ୍କାର, ୧୯୯୩ରେ ବେତାର ନାଟକ ଗୁରୁ ପାଇଁ ଜାତୀୟ ସ୍ତରର ପ୍ରଥମ ପୁରସ୍କାର, ୧୯୯୪ରେ ବିଜୟ କୀ କାର୍ଯ୍ୟକ୍ରମ ପାଇଁ ଜାତୀୟସ୍ତରର ଦ୍ୱିତୀୟ ପୁରସ୍କାର,୧୯୯୫ରେ ବାବୁଲା ପୁରାଣ ପାଇଁ ଜାତୀୟସ୍ତରର ଦ୍ୱିତୀୟ ପୁରସ୍କାର ପାଇଛି। ୧୯୯୬ରେ ବେତାର ନାଟକ ବାଘ ପାଇଁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ୧୯୯୮ରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ନିଶାରୁଆ ପାଇଁ ଜାତୀୟ ସ୍ତରରେ ପ୍ରଥମ ପୁରସ୍କାର, ୨୦୦୫ରେ ‘ଉଠରେ ପାପୁନି’ ପାଇଁ ଇରାନର ରାଜଧାନୀ ତେହେରାନରେ ଅନ୍ତର୍ଜାତୀୟ ବେତାର ପୁରସ୍କାର, ୨୦୦୬ରେ ଏଡସ୍‌ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ମୋତି ମାଣିକ ପାଇଁ ଜାତୀୟ ପୁରସ୍କାର, ମୋତି ମାଣିକ ପାଇଁ ୨୦୦୭ରେ ଅନ୍ତର୍ଜାତୀୟ ସ୍ତରରେ ଏସିଆ ପ୍ୟାସିଫିକ ବ୍ରଡକାଷ୍ଟିଙ୍ଗ ୟୁନିୟନ ଏବିୟୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୯ରେ ଉଦ୍‌ଘୋଷକ ଅଶୋକ ମିଶ୍ରଙ୍କ ଦ୍ୱାରା ପ୍ରାୟୋଜିତ ତଥା ନିର୍ଦ୍ଦେଶିତ ଏଡ୍‌ସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ‘ଜାଣିଲେ ଜିଣିବା’ ପାଇଁ ମଙ୍ଗୋଲିଆର ରାଜଧାନୀ ଉଲାନବାଟରେ ଅନ୍ତର୍ଜାତୀୟ ପୁରସ୍କାର, ୨୦୧୦ରେ ୨୦୦୯ ବର୍ଷ ପାଇଁ ପ୍ରସାର ଭାରତୀର ବାର୍ଷିକ ପୁରସ୍କାର ଶୃଙ୍ଖଳା ଅନ୍ତର୍ଗତ ଉତ୍ତମ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ଜାତୀୟସ୍ତରର ମାନଚାନ୍ଦ ପୁରସ୍କାର ମିଳିଛି। ମନୋଜ ସାମନ୍ତରାୟଙ୍କ ପ୍ରଯୋଜନାରେ ‘ଜୟ କିଶାନ’ ପାଇଁ ୨୦୧୫ରେ ପ୍ରଥମ ପୁରସ୍କାର, ୨୦୧୬ରେ ରଞ୍ଜନ ବେହେରାଙ୍କ କାର୍ଯ୍ୟକ୍ରମ ‘ବଗିଚାକୁ ଆସ’ ପ୍ରଥମ ପୁରସ୍କାର, ଜଗଦୀଶ ଅଧିକାରୀଙ୍କ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁ ଆଟ ନାଇଟ୍‌ସ’ ୨୦୧୭ରେ ପ୍ରଥମ ପୁରସ୍କାର ଓ ନିକଟରେ ମନୋଜ ସାମନ୍ତରାୟଙ୍କ କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ଇରାନରେ ଆନ୍ତର୍ଜାତିକ ରେଡିଓ ମେଳାରେ ସ୍ଥାନିତ ହେବ ବୋଲି ସୂଚନା ମିଳିଛି। ଜୟପୁର ଆକାଶବାଣୀ କେନ୍ଦ୍ରର ସର୍ଟ ଓ୍ବେଭ୍‌ ଟ୍ରାନ୍ସମିଟର ମାଧ୍ୟମରେ ପ୍ରଚାରିତ କାର୍ଯ୍ୟକ୍ରମ ବିଦେଶରେ ମଧ୍ୟ ଲୋକପ୍ରିୟତା ପାଇଛି। ଏହି କେନ୍ଦ୍ରର କାର୍ଯ୍ୟକ୍ରମ ସ୍ବିଡେନ, ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଭୂମଧ୍ୟସାଗର, ହଂକଂ, ଥାଇଲାଣ୍ଡ, ଇଟାଲି, ଜାପାନ, ଇଣ୍ଡୋନେସିଆ, ଅଷ୍ଟ୍ରିଆ ତଥା ଫିଲିପାଇନ୍ସରେ ମଧ୍ୟ ଶୁଣାଯିବା ସହ ଲୋକପ୍ରିୟ ଅର୍ଜନ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?