Posted inଖେଳ

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ସୌରାଷ୍ଟ୍ର ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌କୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଜିତିନେଇଛି। ଶୁକ୍ରବାର ମ୍ୟାଚ୍‌ର ଅନ୍ତିମ ଦିନ ଇନିଂସ ଅଗ୍ରଣୀ ପାଇଁ ବେଙ୍ଗଲକୁ ୪ ଉଇକେଟରେ ୭୨ ରନ୍‌ ଦରକାର ଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଅନୁସ୍ତୂପ ମଜୁମଦାର (୫୮) ଓ ଅର୍ନବ ନନ୍ଦୀ (୨୮) ବ୍ୟାଟିଂ ଆରମ୍ଭ କରିଥିଲେ। ବେଙ୍ଗଲ ଜିତିବାର ସର୍ବାଧିକ ସମ୍ଭାବନା ଥିଲା। କିନ୍ତୁ ଗୁଜରାଟ ବିପକ୍ଷ ସେମିଫାଇନାଲର ଅନ୍ତିମ ଦିନ ୭ ଉଇକେଟ ଅକ୍ତିଆର କରି ସୌରାଷ୍ଟ୍ର ଦଳକୁ ଫାଇନାଲରେ ପ୍ରବେଶ କରାଇଥିବା ଅଧିନାୟକ ଉନାଡ୍‌କଟ ପୁଣି ଥରେ ମ୍ୟାଚ୍‌ର ମୋଡ଼ ବଦଳାଇଥିଲେ। ବାମହାତୀ ପେସର ଇନ ଫର୍ମ ମଜୁମଦାରଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ମାତ୍ର ୨ ବଲ ବ୍ୟବଧାନରେ ଆକାଶ ଦୀପ ରନ୍‌ଆଉଟ୍‌ ହୋଇଥିଲେ। ଏଥିସହ ମ୍ୟାଚ୍‌ ପୁରା ଓଲଟି ପଡ଼ିଥିଲା। ଶୁକ୍ରବାର ଏକ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ମାତ୍ର ୨୭ ରନ୍‌ରେ ବେଙ୍ଗଲ ତା’ର ସମସ୍ତ ଉଇକେଟ ହରାଇ ୩୮୧ ରନ୍‌ରେ ସୀମିତ ରହିଥିଲା। ଫଳରେ ପ୍ରଥମ ଇନିଂସରେ ୪୨୫ ରନ୍‌ କରିଥିବା ସୌରାଷ୍ଟ୍ର ୪୪ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦୁଇ ଅଧିନାୟକ ମ୍ୟାଚ୍‌ ଡ୍ର’ ଘୋଷଣା କରିବା ପୂର୍ବରୁ ସୌରାଷ୍ଟ୍ର ଦଳକୁ ଚା’ ପାନ ବିରତି ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ପଡ଼ିଥିଲା। ଘରୋଇ ଦଳ ୩୪ ଓଭରରେ ୪ ଉଇକେଟ ୧୦୫ ରନ୍‌ କରିଥିଲା। ଏହି ବିଜୟ ସହ ସୌରାଷ୍ଟ୍ର ତା’ର ରଣଜୀ ଟାଇଟଲ ଆଶା ପୂରଣ କରିଛି। ଅନ୍ୟପକ୍ଷରେ ୧୯୮୯-୯୦ଠାରୁ ଚାଲିଥିବା ରଣଜୀ ଟାଇଟଲ ହାତେଇବା ଆଶା ଜାରି ରଖିଛି ବେଙ୍ଗଲ। ଚାମ୍ପିୟନ ଦଳର ଅଧିନାୟକ ଉନାଡ୍‌କଟ ଚଳିତ ସିଜନରେ ସର୍ବାଧିକ ୬୭ ଉଇକେଟ ନେଇଛନ୍ତି। ମ୍ୟାଚ୍‌ରେ ଏକମାତ୍ର ଶତକ ହାସଲ କରିଥିବା ଚାମ୍ପିୟନ ଦଳର ଅର୍ପିତ ବାସାଭାଡାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆଇଏସଏଲରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଥମ ଲକ୍ଷ୍ୟ’

ଶୁଭମ୍‌ ଷଡ଼ଙ୍ଗୀ, ଜାତୀୟ ଫୁଟବଲରେ ଏବେ ଏକ ପରିଚିତ ନାମ। ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସିଥିଲେ ଏହି...

ଫୁଟ୍‌ବଲ ପ୍ରତିଭା ଅନ୍ବେଷଣ: ଗଠନ ହେବ ୫ ଜୋନାଲ ଟ୍ୟାଲେଣ୍ଟ ହଣ୍ଟ୍‌ କମିଟି

ନୂଆଦିଲ୍ଲୀ, ୪ା୮ (ପି.ଟି.)-ଭାରତ କିପରି ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ ସେଥିଲାଗି ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସମସ୍ତ ଦେଶରୁ...

ବିଶ୍ୱକପ ଶୁଭାରମ୍ଭ କଲେ ପ୍ରୀନ୍ସ ହ୍ୟାରି

ଲଣ୍ଡନ,୩୧।୫(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାର ଆରମ୍ଭ ହୋଇଛି। ବ୍ରିଟେନ ପ୍ରିନ୍ସ ହ୍ୟାରୀ ଆନୁଷ୍ଠାନିକ ଭାବେ ଟୁର୍ନାମେଣ୍ଟ ଶୁଭାରମ୍ଭ ହେଲା...

ରୋହିତ, ଧାଓ୍ବନ ଆହତ

ରାଜକୋଟ,୧୮।୧(ପି.ଟି.)- ଦୁଇ ଭାରତୀୟ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳିବା ଅବସରରେ ଏହି...

ଏହି କାରଣ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ ଲାଗି ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆକୁ କଡ଼ା...

ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କରାଯାଇନାହିଁ ଆଲୋଚନା

ମେଲବୋର୍ନ, ୩୧।୫: ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଆଇପିଏଲର ବଳକା ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ପାଇଁ ଅଷ୍ଟ୍ରେଲିଆ ଖେଳାଳିଙ୍କ...

ଆଇପିଏଲ୍‌ରେ ମିଳିଲା ଗମ୍ଭୀରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ପୂର୍ବରୁ ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ର ଟିମ୍‌ ମେଣ୍ଟର ଭାବେ ନିଯୁକ୍ତି...

ସ୍ମିଥ, ଓ୍ବାର୍ନରଙ୍କ ଉଇକେଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ, ୯ା୫ (ପି.ଟି.):ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟେଷ୍ଟ ସିରିଜରେ ଭାରତ ଯଦି ବିଜୟ ଲାଭ କରିବାକୁ ଚାହୁଛି ତେବେ ବିପକ୍ଷ ଦଳର ରନ୍‌...

Advertisement
Archives

Model This Week