Posted inଫୁରସତ

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ କହିଥାନ୍ତି। ନିଜର ଅଦ୍ଭୁତ ଉପାୟ ମାଧ୍ୟମରେ ସେ ବଡ଼ରୁ ବଡ଼ ସମସ୍ୟାର ସରଳ ସମାଧାନ କରିବାରେ ସିଦ୍ଧହସ୍ତ। ଉଦ୍ଧବଙ୍କ ଚିନ୍ତାଶକ୍ତି ସାଧାରଣ ଲୋକଙ୍କ ଚିନ୍ତାଶକ୍ତିଠାରୁ ସମ୍ପୂର୍ଣ୍ଣ ଅଲଗା। ସେ ନିଜ ଜୀବନରେ ଅନେକ ପ୍ରତିବନ୍ଧକର ସାମ୍ନା କରିଛନ୍ତି। କିନ୍ତୁ କୌଣସି ଥିରେ ହାର୍‌ ନ ମାନି ତା’ର ସମାଧାନ ଦିଗରେ ସର୍ବଦା ଅଗ୍ରସର ହୋଇଛନ୍ତି। ୫୫ବର୍ଷୀୟ ଉଦ୍ଧବ ୨୦୦୫ ମସିହାରେ ଦେଶୀ ସାମଗ୍ରୀ ମାଧ୍ୟମରେ ଚାଉଳ ବଟା ମେସିନ୍‌ ତିଆରି କରିଥିଲେ। ତାଙ୍କର ଏହି ଟ୍ୟାଲେଣ୍ଟ ଯୋଗୁ ନ୍ୟାସନାଲ୍‌ ଇନୋଭେସନ୍‌ ଫାଉଣ୍ଡେସନ୍‌ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲା। ୨୦୦୬ରେ ଡାଳିମ୍ବରୁ ଦାନା କାଢ଼ିବାର ଅଲଗା ଆବିଷ୍କାର କଲେ, ଯାହା ପୂରା ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରି ରଖିଥିଲା। କାରଣ ଅନେକ ଦେଶ ଏହି ଆବିଷ୍କାର ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ, ଯାହାର ସରଳ ସମାଧାନ ଉଦ୍ଧବ କରିଦେଖାଇଛନ୍ତି। କେବଳ ସେତିକି ନୁହେଁ, ସେ ଦିବ୍ୟାଙ୍ଗଙ୍କ ପାଇଁ ଏଭଳି ଏକ ଫିଡିଙ୍ଗ୍‌ ଆଣ୍ଡ୍‌ କ୍ଲିନିଙ୍ଗ୍‌ ଡିଭାଇସ୍‌ ତିଆରି କରିଛନ୍ତି, ଯାହା ହାତ ନ ଥିବା ଲୋକଙ୍କୁ ବିଭିନ୍ନ କାମରେ ସାହା୍ଯଯ କରିବ। ଭାରତର ରାଷ୍ଟ୍ରପତି ଉଦ୍ଧବଙ୍କ ଏହି ବିଚକ୍ଷଣ ବୁଦ୍ଧିକୁ ଦେଖି ୨୦୦୯ରେ ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri