ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି କରାଯାଇଛି। ଏଥିରେ ଭଗବତ ପ୍ରସାଦ ମକୱାନାଙ୍କୁ ଆୟୋଗର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବାବେଳେ କଳାହାଣ୍ଡିର କୈଶବ ବିହାରୀଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଯାହାକୁ ନେଇ କଳାହାଣ୍ଡି ଜିଲାରେ ଖୁସିର ଲହରୀ ଖେଳିଯାଇଛି। କୈଶବ ଦୀର୍ଘ ବର୍ଷ ହେବ ଭାଜପାରେ ଜଡିତ ରହି ନିଜ ଦାୟିତ୍ୱକୁ ସୁଚାରୁ ଭାବେ ପରିଚାଳନା କରୁଥିଲେ। ଫଳସ୍ବରୂପ ତାଙ୍କୁ ଏହି ପୁରସ୍କାର ମିଳିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କୈଶବ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ପରେ ତାଙ୍କୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆସନ୍ତା ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।
Dharitri – Odisha’s No.1 Odia Daily

