ଉଦଳା ଏନ୍‌ଏସିରେ ବାଘ ଆତଙ୍କ

ଉଦଳା,୨୭ା୮ (ଡି.ଏନ୍‌.ଏ.) – କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ଏନଏସିର ୧୨ ନଂ ୱାର୍ଡରେ ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତିରେ ଏହି ଓ୍ବାର୍ଡକୁ ବାଘ ପଶି ଆସିଥିବା ଖବର ପ୍ରଚାରିତ ହୋଇଥିଲା। ଏଥିନେଇ ଲୋକେ ଆତଙ୍କିତ ହୋଇ ପଡିଥିଲେ। ବନ ବିଭାଗ ପାଖରେ ଏ ସମ୍ପର୍କରେ କୌଣସି ଠୋସ୍‌ ଖବର ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଉଦଳା ରେଞ୍ଜ ଅଧିକାରୀ ଅଜୟ କୁମାର ଦାସ କହିଛନ୍ତି। ଯଦି ସହର ଭିତରକୁ ବାଘ ପଶି ଆସିଥିବା ଜଣାପଡ଼େ ତେବେ ବନ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ଜଙ୍ଗଲୀ ଛତୁ ମିଳୁଥିବାରୁ ସକାଳ ହେଲା ମାତ୍ରେ ଗ୍ରାମବାସୀମାନେ ଛତୁ ଆଣିବାକୁ ଜଙ୍ଗଲକୁ ଯାଉଛନ୍ତି। ଛତୁ ଆଣିବାକୁୁ ଯାଉଥିବା ଲୋକଙ୍କୁ ଭୟଭୀତ କରିବା ପାଇଁ କେହି ଏଭଳି ଗୁଜବ ପ୍ରଚାର କରିଥିବା କୁହାଯାଉଛି ା ଉଲ୍ଲେଖଯୋଗ୍ୟ ଯେ, ଉଦଳା ସହରର ପଶ୍ଚିମ ଦିଗକୁ ଶିମିଳିପାଳ ଅଭୟାରଣ୍ୟ ରହିଛି। ୨୦୧୬ରେ ଗୋଟିଏ କଲରାପତରିଆ ବାଘ ଅଭୟାରଣ୍ୟରୁ ଖସିଆସି ୧୨ ନଂ ୱାର୍ଡର ଏକ ଫାର୍ମ ହାଉସରେ ପଶିଯାଇଥିଲା। ସେତେବେଳେ ବନ ବିଭାଗର କର୍ମଚାରୀମାନଙ୍କୁ ଏଥିପାଇଁ ନାକେଦମ୍‌ ହେବାକୁ ପଡ଼ିଥିଲା। ବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଥିତ୍ବାରୁ ଉଦଳା ବନ ବିଭାଗ ଏଥିପ୍ରତି ନଜର ରଖିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୩୪ ପଜିଟିଭ୍‌ ଚିହ୍ନଟ, କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ସୋମବାର ରାଜ୍ୟରେ ୧୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ୨୨୮ ଶ୍ରମିକ: ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ରହିବେ ୧୪ ଦିନ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୨୨୮ ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଥିବା ନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ଖବର...

ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ...

ରାଜ୍ୟରେ କମୁଛି ଶୀତ, ଆଜିଠୁ ୨୯ ଯାଏ ବର୍ଷା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ଶୀତ କମୁଛି। ଆଜିଠୁ ୨୯ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।...

ଚନ୍ଦ୍ର ଆଞ୍ଜୁଳି ପାଇଁ ବଡ଼ଦାଣ୍ଡରେ ଖୋଲିଛି ପସରା

ପୁରୀ ଅଫିସ,୮।୧୦- ଦଶହରା ସରିବା ପରେ ରବିବାର କୁମାର ପୂର୍ଣ୍ଣିମା। ଏହି ଉତ୍ସବ ପାଳନ କରିବା ପାଇଁ ସହରର କୁଆଁରି ଝିଅଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ...

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ...

ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଜବତ

କଟକ ଅଫିସ/ଖୁଣ୍ଟୁଣୀ (ଡି.ଏନ.ଏ.),୧୪ା୧: ଦୁଇ ଦିନ ହେବ ନିଖୋଜ ଥିବା ସିନିୟର ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ(୨୬)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ...

ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା

ପାରାଦୀପ,୧୫।୬(ସ୍ବ.ପ୍ର.): ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା। ଫଳରେ ବୁଧବାରଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି। ଟ୍ରଲରରେ ବରଫ, ଡିଜେଲ,...

Advertisement
Archives

Model This Week