![](https://www.dharitri.com/wp-content/uploads/2019/11/bbsr-copy.jpg)
ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପିଏମ୍ଜି ଛକରେ ବୁଧବାର ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ସମ୍ମିଳନୀର ସଭାପତି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ନୀଳକଣ୍ଠଙ୍କ ୫୨ତମ ଶ୍ରାଦ୍ଧଦିବସ ଅବସରରେ ଏହି ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶବର୍ମାଙ୍କ ସମେତ ଦ୍ୱାରିକା ନାଥ ମହାନ୍ତି, ଶୀତଳ ଚନ୍ଦ୍ର ମହାନ୍ତି, ବାସନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।