ଉତ୍କଳ ବାଳାଶ୍ରମରେ ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କ ପତ୍ତା ମିଳିନି। ଏହି ବାଳାଶ୍ରମ ସମେତ ଜିଲାରେ ଥିବା ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରରେ କ’ଣ ସମସ୍ୟା ରହିଛି, କିପରି ସମାଧାନ ହେବ ତାହା ଉପରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ସମୀକ୍ଷା ହୋଇଥିଲା। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ସମୀକ୍ଷା କରିଥିଲେ। ଉକତ୍ଳ ବାଳାଶ୍ରମରୁ ନାବାଳିକା ନିଖୋଜ ନେଇ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ। ଏତେ ବଡ ଘଟଣା ସମ୍ପର୍କରେ ବିଳମ୍ବରେ ଶିଶୁ ସୁରକ୍ଷା ଅଧିକାରୀ ଜଣାଇଥିଲେ ବୋଲି ଜିଲାପାଳ କହିଛ‘ି। ଏଣିକି ଛୋଟ ଛୋଟ ଘଟଣା ଓ ସମସ୍ୟା ସମ୍ପର୍କରେ ମଧ୍ୟ ଜଣାଇବାକୁ ଜିଲାପାଳ କହିଥିଲେ। ଉକତ୍ଳ ବାଳାଶ୍ରମରେ ସିସି କ୍ୟାମେରା ଲାଗିଥିବା ସେ ସୂଚନା ଦେଇଥିଲେ। ବାଳାଶ୍ରମ ପାଚେରି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସେଠାରେ ସିଲିଂ ଫ୍ୟାନ୍‌ ନ ରଖି ୱାଲ୍‌ ଫ୍ୟାନ୍‌ ଲଗାଇବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶାସନ ଓ ସିଡବ୍ଲ୍ୟୁସି (ଶିଶୁ କଲ୍ୟାଣ କମିଟି) ମଧ୍ୟରେ ସମନ୍ବୟ ରହୁନି। ଶିଶୁଙ୍କର ସୁରକ୍ଷା ନେଇ ଉଭୟଙ୍କ ସାମୁହିକ ଦାୟିତ୍ୱ ରହିଛି ବୋଲି ଜିଲାପାଳ କହିଥିଲେ। ଉକତ୍ଳ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାମିଲ କରିବାକୁ କୁହାଯାଇଛି। ଉକ୍ତ ବାଳାଶ୍ରମ ସହ ବିଭିନ୍ନ ହୋମ୍‌, ଶିଶୁ ଯତ୍ନ କେନ୍ଦ୍ରର ସୁରକ୍ଷାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପୋଲିସ ପକ୍ଷରୁ ସେଗୁଡିକରେ ନାଇଟ୍‌ ପାଟ୍ରୋଲିଂ କରାଯିବ। ଜଣେ ସିନିୟର ଅଫିସର ଏହାର ନେତୃତ୍ୱ ନେବେ। ପ୍ରତି ୨ ଦିନକୁ ଥରେ ମହିଳା ପୋଲିସ ଅଫିସର ଆଶ୍ରମକୁ ଯାଇ ଅଧଘଣ୍ଟା ଅନ୍ତେବାସୀଙ୍କ ସହ ଆଲୋଚନା କରିବାକୁ ଜିଲାପାଳ କହିଛନ୍ତି। ବାଳିକାମାନଙ୍କୁ କାଉନସେଲିଂ କରିବା ପାଇଁ କାଉନସିଲର ପଠାଇବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସପିଙ୍କୁ ଚିଠି ଲେଖାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ବିଭିନ୍ନ ଆଶ୍ରମରେ ଅନ୍ତେବାସୀମାନଙ୍କୁ ଦକ୍ଷତା ତାଲିମ ଦେବାକୁ କୁହାଯାଇଛି। ହଷ୍ଟେଲ ପରିଚାଳନା ଠିକ୍‌ କରିବା, ପାଚେରି ସହ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା, ଖାଦ୍ୟର ମାନରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ୪୦୬ ମାମଲା ପଡ଼ି ରହିଛି। ଏହା ତ୍ୱରାନ୍ବିତ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୋର୍ଡରେ ପ୍ରୋବେଶନ ଅଫିସର ନ ଥିବାରୁ ସ୍ବତନ୍ତ୍ର ତଦନ୍ତ ହୋଇପାରୁନି। କୋର୍ଟରେ ନୋଟିସ୍‌ କରାଯାଉଥିବା ଲୋକ ହାଜର ହେଉ ନ ଥିବାରୁ ମଧ୍ୟ ଏପରି ସମସ୍ୟା ହେଉଥିବା କୁହାଯାଇଥିଲା। ଶ୍ରଦ୍ଧା ସଞ୍ଜିବନୀ, ବିଭିନ୍ନ ହୋମର ସ୍ଥିତି ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଜିଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଚାଇଲ୍ଡ ଲାଇନ୍‌ର ସୁଧୀର ସାବତ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri