ଉଜ୍ଜ୍ୱଳ ତ୍ୱଚା ଲାଗି ପାଣିରେ ମିଶାଇ ପିଅନ୍ତୁ ଏସବୁ ଜିନିଷ

ବର୍ତ୍ତମାନ ଜୀବନଶୈଳୀ ଓ ଖାଦ୍ୟପେୟ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ ମୁହଁରେ ଦାଗ ଅନ୍ୟତମ। ଅନେକ ସମୟରେ ଖାଦ୍ୟପେୟଜନିତ ଅବହେଳା ଲାଗି ବ୍ରଣ ଉଠି କଳାଦାଗ ହୋଇଥାଏ। ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଆଜିର ଯୁବପିଢ଼ି ଏହି ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ। ତେବେ ଏଥିରୁ ରକ୍ଷା ପାଇବା ଲାଗି ସେମାନେ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି। ଆଉ କେହି କେହି ଘରୋଇ ଉପଚାର ମଧ୍ୟ କରିଥାନ୍ତି। ମାତ୍ର ବେଳେବେଳେ ଏହା ମଧ୍ୟ କାମ ଦେଇ ନ ଥାଏ। ଯଦି ଆପଣ ଭଲ ଚିକ୍କଣ ତ୍ୱଚା ଚାହୁଁଛନ୍ତି ତେବେ ଏପରି କରନ୍ତୁ।

ଚିଆ ମଞ୍ଜି
ଏହା ତୁଳସୀ ପ୍ରଜାତିର ଏକ ମଞ୍ଜି । ଏହି ମଞ୍ଜିରେ ବହୁ ପରିମାଣର ଆଲ୍‌ଫା ଲିପୋଏକ୍‌ ଏସିଡ୍‌ ଥାଏ, ଯାହା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ। ଏହା ଚର୍ମ କୁଞ୍ଚନକୁ ଦୂର କରିବା ସହ କଳାଦାଗ ଲିଭାଇବାରେ ସାହାଯ୍ୟକରେ। ଏହା ବ୍ୟତୀତ ଚିଆ ମଞ୍ଜିରେ ଓମେଗା ଏବଂ ଓମେଗା ଫ୍ୟାଟି ଏସିଡ୍‌ ଥାଏ, ଯାହା ତ୍ୱଚାକୁ ସୁନ୍ଦର କରିଥାଏ। ଏହାକୁ ପାଣିରେ ମିଶାଇ ପିଇଲେ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ପୁଦିନା
ପୁଦିନା ପାଣି ପେଟ ସଫାକରି ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇଥାଏ। ଏହା ପେଟ ସମସ୍ୟାକୁ ଦୂରକରୁଥିବା ବେଳେ ଉଜ୍ଜ୍ୱଳ ତ୍ୱଚା ଲାଗି ମଧ୍ୟ ଗୁଣକାରୀ। ତେବେ ଆପଣ ଏହି ପାଣିକୁ ପ୍ରତିଦିନ ପିଇବା ଫଳରେ ମୁହଁ ଦାଗ, ବ୍ରଣ ସମସ୍ୟା ଦୂରହୁଏ।

ଡାଳଚିନି
ପାଣିକୁ ଫୁଟାଇ ସେଥିରେ କିଛି ଡାଳଚିନି ପାଉଡର ମିଶାଇ ଦିଅନ୍ତୁ । ପରେ ଏହାକୁ ଛାଣି ପିଇବା ଫଳରେ ମୁହଁ ଦାଗ ସମସ୍ୟା ଦୂରହୋଇଥାଏ। ଏହା ସହ ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ଉନ୍ନତି ଘଟିଥାଏ।

ଲେମ୍ବୁ, ଆପଲ ସାଇଡର୍‌ ଭିନେଗାର

ସୁନ୍ଦର ତ୍ୱଚା ଲାଗି ପାଣିରେ ଲେମ୍ବୁ ମିଶାଇ ପିଇବା ମଧ୍ୟ ଭଲ ହୋଇଥାଏ। ପାଣିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା କେବଳ ହଜମ ପ୍ରକ୍ରିୟାରେ ଉନ୍ନତି କରି ନ ଥାଏ ଶରୀରର ମଇଳାକୁ ମଧ୍ୟ ବାହାରକୁ ବାହାର କରିଥାଏ। ଚାହିଁଲେ ଲେମ୍ବୁ ବଦଳରେ ଆପଣ ଗ୍ଲାସ୍‌ ପାଣିରେ ଏକ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ପିଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ଯୁଦ୍ଧଜାହାଜ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri