ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ ଜଙ୍ଗଲ ଓ ପରିବେଶ କ୍ରମାଗତ ନଷ୍ଟ ହେଉଛି। କେତେକ ସ୍ଥାନରେ ନାମକୁମାତ୍ର ପଥର ଖଣି ନିଲାମ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ଥିବା ଖଣି ଉତ୍ସରୁ ବେଆଇନ ଭାବେ ପଥର ଖନନ କରାଯାଇ ଭୂପ୍ରକୃତିକୁ ଲୁଣ୍ଠନ କରାଯାଉଛି। କ୍ରଶର ୟୁନିଟରେ ଏସବୁ ପଥରରୁ ଚିପ୍ସ ଓ ମେଟାଲ ପ୍ରସ୍ତୁତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ଯୋଗାଇ ଦିଆଯାଉଛି। ଏବେ ସରକାରଙ୍କ ବିଭାଗ ଅଧୀନରେ ରାସ୍ତାଘାଟ, ବନ୍ଧବାଡ,କେନାଲ ଓ ଘର ଆଦି ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏସବୁ ନିର୍ମାଣ ସାମଗ୍ରୀର ଚାହିଦା ବଢିଛି। ଏହାର ସୁଯୋଗ ନେଇ ପଥର ବେପାରୀମାନେ ମୁନାଫା ଉଠାଉଛନ୍ତି। ତହସିଲ କର୍ତ୍ତୃପକ୍ଷ ଚୋରା ପଥର କାରବାର ରୋକିବାକୁ ଧରପଗଡ କରୁଥିଲେ ମଧ୍ୟ କେବଳ ଜରିମାନା ଆଦାୟ କରି ଗାଡି ଛାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ବେଆଇନ ଭାବେ ଖୋଳାଯାଇ ଅଣାଯାଉଥିବା ପଥରର ମୂଲ୍ୟ କାହାଠାରୁ ଆଦାୟ କରାଯାଉ ନାହଁ। ଅନ୍ୟପକ୍ଷେ ଜିଲାରେ ଥିବା ଅନେକ ପଥର ଖଣିକୁ ନିଲାମ କରାଯାଉ ନ ଥିବାରୁ ସେଠାରୁ ବେଧଡକ ଚୋରା କାରବାର ବଢି ଚାଲିଛି। ଏଭଳି ପରିସ୍ଥିତିରେ ଏହି ଜିଲାରେ ବ୍ୟାପକ ରାଜସ୍ବ ଠକେଇ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଥିବାରୁ ଏଭଳି ରାଜସ୍ବ ଠକେଇ ରୋକିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରାଯାଇଥିଲା। ଏ ଦିଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନ ମିଳିବାରୁ ଶେଷରେ ଶଶୀଭୂଷଣ ପଟ୍ଟନାୟକ ନାମକ ଜଣେ ସୂଚନା କର୍ମୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ା ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବା ଲାଗି କେନ୍ଦୁଝର ଜିଲାପାଳଙ୍କୁ ଆଦେଶ ଦେଇଥିଲେ ା ତଦନୁଯାୟୀ ଜିଲାପାଳ ଆଶିଷ ଥାକରେ ଏଠାରେ ଅଭିଯୋଗକାରୀଙ୍କ ଆପତ୍ତି ଶୁଣିବା ପରେ ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ କନସେସନ ରୁଲ୍‌ ୨୦୧୬ର ୫୮ ଧାରା ଅନୁଯାୟୀ ନୀତିନିୟମ ପାଳନ କରି ରାଜସ୍ବ ଆଦାୟ କରିବାକୁ ଗତ ଜୁଲାଇ ୮ ତାରିଖରେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ ସେ ହାଇକୋର୍ଟଙ୍କୁ ମଧ୍ୟ ଜଣାଇଥିଲେ। ଏ ବାବଦରେ ଯେପରି ସରକାରଙ୍କ ରାଜସ୍ବ ହାନି ନ ହୁଏ ସେଦିଗରେ ଉଚିତ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ଅଢେଇମାସରୁ ଅଧିକ ଦିନ ଅତିକ୍ରମ କରି ସାରିଲାଣି। ସମ୍ପୃକ୍ତ ବିଭାଗ ଏ ନେଇ ଉଚ୍ଚ ଅଧିକାରୀଙ୍କ ମତାମତ ଲୋଡା ଯାଇଥିବା କହି ନୀରବତା ଅବଲମ୍ବନ କରୁଥିବାରୁ ଅଦ୍ୟାବଧି ଚୋରା ଚାଲାଣକାରୀଙ୍କଠାରୁ ନିର୍ମାଣ ସାମଗ୍ରୀର ମୂଲ୍ୟ ଆଦାୟ ହୋଇପାରୁ ନାହିଁ । ମେଟାଲ, ଚିପସ, ବାଲି ଆଦି ଲଘୁ ଖଣିଜ ଦ୍ରବ୍ୟ ବାବଦକୁ ଜିଲାରେ ରୟାଲ୍‌ଟି ଆଦାୟ ହେଉଥିଲେ ବି ଅଣ ଅନୁମୋଦିନ ସ୍ଥାନରୁ ଅଣାଯାଉଥିବା ସାମଗ୍ରୀର ମୂଲ୍ୟ ଆଦାୟ ନ ହେବା ବିଡମ୍ବନାର କାରଣ ପାଲଟିଛି। ସରକାର ଏଥିଲାଗି ରାଜସ୍ବ ହରାଉଥିବା ବେଳେ କେବଳ ଠିକା ସଂସ୍ଥା ମାଲାମାଲ ହେଉଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଡ. ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି, ରୟାଲିଟି ସହିତ ଲଘୁ ଖଣିଜ ଦ୍ରବ୍ୟର ମୂଲ୍ୟ ଆଦାୟ ହେବା କଥା। ଏ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ

ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍‌ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା...

ଏଆଇଟିୟୁସି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ: ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଡ଼ବିଲ,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଏଆଇଟିୟୁସି(ଅଖିଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ) ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶ୍ରମିକମାନେ ଏକ...

ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ: ରାଜପଥ ଅବରୋଧ

ପାଟଣା,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ବୁଧବାର ସକାଳେ...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୨୫।୯(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ ବୁଧବାର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶୋଚନୀୟ ରାସ୍ତା, ଅଧ୍ୟାପକ ଅଭାବ, ହଷ୍ଟେଲ, ଲାବରୋଟୋରୀ, ଓ୍ବାଇଫାଇ...

‘ପିଲା ଦିନର ସ୍ବପ୍ନ ବାଟ କଢ଼ାଇଛି’: ନିଆରା ପ୍ରତିଭା ସନ୍ତୋଷ

ଆନନ୍ଦପୁର,୪।୮(ସ୍ବ.ପ୍ର.)-ପିଲା ଦିନୁ ତ୍ଜଣେ ସଫଳ ଚିତ୍ରକର ହେବାକୁ ସେ ଦେଖିଥିଲେ ସ୍ବପ୍ନ। ଗରିବ ପରିବାରରେ ଜନ୍ମ ନେଇଥିବାରୁ ଆର୍ଥିକ ଅନଟନ ସତ୍ତ୍ୱେ ନିରନ୍ତର ସାଧନା ବଳରେ...

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଇଓ

ଆନନ୍ଦପୁର,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଏବିଇଓ ବୁଧବାର ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଲାଞ୍ଚ...

ରୟାଲ୍‌ଟି ଅନିୟମିତତା: ୩ ଖଣିକୁ ନୋଟିସ

ଯୋଡ଼ା, ୨୦ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ୩ ଖଣିକୁ ଷ୍ଟାକ୍‌(ମାନ ନିର୍ଦ୍ଧାରଣ କରାଯାଇଥିବା ଗଚ୍ଛିତ ଖଣିଜ)ରେ ରୟାଲ୍‌ଟି ଅନିୟମିତତା ଅଭିଯୋଗରେ ଯୋଡ଼ା ଖଣି...

ହାତୀ ଆକ୍ରମଣରେ ୬ ପରିବାର କ୍ଷତିଗ୍ରସ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅମାଣିଗୋଡ଼ା ମୁଣ୍ଡାସାହିରେ ୧୦ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରି ବ୍ୟାପକ ଘରବାଡି ଭଙ୍ଗାରୁଜା କରିବା ସହ...

Advertisement
Archives

Model This Week