ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ ଉଜୁଡ଼ା ପୁରୀକୁ ସଜାଡ଼ିବା ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ବାସ୍ତବ ରୂପ ନେଲେ ବଦଳିଯିବ ଶ୍ରୀକ୍ଷେତ୍ରର ନକ୍ସା। ବଡ଼ଦାଣ୍ଡଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଭିତ୍ତିଭୂମି ବଦଳିବା ସହ ହେବ ନବୀକରଣ। ତେବେ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବା ପାଇଁ ୫୦୦ କୋଟି ଟଙ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିତ୍ତିଭୂମିଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ଖର୍ଚ୍ଚ କରାଯିବ ଏହି ଅର୍ଥ। ତେବେ ସହରବାସୀ ଏହି ଘୋଷଣାକୁ ସ୍ବାଗତ କରିଥିବା ବେଳେ ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କରାଯାଉ ବୋଲି ମତ ରଖିଛନ୍ତି। ପୁଣି ସେମାନଙ୍କ ତ୍ୟାଗ ଯେଭଳି ବ୍ୟର୍ଥ ନ ଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି। କାରଣ ପୂର୍ବରୁ ପୁରୀର ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଟଙ୍କା ଚଳୁ କରାଯାଇଥିବା ବେଳେ ବିକାଶ କେବଳ ଧୂଅଁାବାଣ ପାଲଟିଛି ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପୁରୀର ଯେଉଁ କେତେକ ଭିତ୍ତିଭୂମିର ବିକାଶ ଏବଂ ପୁନରୁଦ୍ଧାର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସେହି ପ୍ରକଳ୍ପର ବର୍ତ୍ତମାନର ସ୍ଥିତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଜଗନ୍ନାଥବଲ୍ଲଭ ମଠ
ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ଏବେ ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଉଦ୍ୟାନ ନିର୍ମାଣ ସହ ଯାତ୍ରୀ ସୁବିଧା ନିମନ୍ତେ ବ୍ୟବସ୍ଥା କରିବା ଲାଗି ହୃଦୟ ଯୋଜନାରେ ୧କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସ୍ଥିର ହୋଇଥିଲା। ହେଲେ ଏ କାମ ପୂର୍ଣ୍ଣାଙ୍ଗ ହୋଇପାରୁନି। ସେହିପରି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହା ପରିସରରେ ପର୍ଯ୍ୟଟନ ବିଭାଗ ବ୍ୟାଖ୍ୟାନ କେନ୍ଦ୍ର କରିବାର ଯୋଜନା ବି ଶିଥିଳ ହୋଇପଡିଛି। ଜିପିଆରଏସ୍‌ ମ୍ୟାପ୍‌ ଲିଙ୍କ ବ୍ୟବସ୍ଥା ସହ ହେରିଟେଜ ବିଲ୍ଡିଂ, ସେନ୍‌ସର ଯୁକ୍ତ ସାଇନ୍‌ଏଜର ପରିକଳ୍ପନା ବି ବାସ୍ତବତାର ରୂପ ନେଇପାରିନି। ଜଗନ୍ନାଥ ବଲ୍ଲଭର ବିସ୍ତୃତ ଜାଗାକୁ ଦୃଷ୍ଟିରେ ରଖି ପ୍ରଶାସନ ଏକାଧିକ ଯୋଜନା କରିଛି, ହେଲେ ଏହା ପୂର୍ଣ୍ଣାଙ୍ଗ ହୋଇପାରୁନି। ଅନେକ ପ୍ରକଳ୍ପ ଅଧାପନ୍ତରିଆ ଭାବେ ରହିଥିବା ବେଳେ ଏଠାରେ ବହୁତଳ ପାର୍କିଂ ସହିତ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବା ଲାଗି ସରକାର ଘୋଷଣା କେତେଦୂର ସଫଳ ହେଉଛି ତାହା ଉପରେ ଏବେ ସହରବାସୀଙ୍କ ନଜର।

ତୀର୍ଥ ପୁଷ୍କରିଣୀ
ଶ୍ରୀକ୍ଷେତ୍ରରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ଆଉ ଏହି ପୁଷ୍କରିଣୀଗୁଡ଼ିକ ପ୍ରତି ପ୍ରତ୍ୟେକ ଶ୍ରଦ୍ଧଳୁଙ୍କ ରହିଛି ଗଭୀର ଆସ୍ଥା ଓ ବିଶ୍ୱାସ। ପ୍ରାୟ ଅଧିକାଂଶ ତୀର୍ଥ ପୁଷ୍କରିଣୀ ଦେବଦେବୀଙ୍କ ପୀଠସ୍ଥଳରେ ରହିଥିବାରୁ ପ୍ରତ୍ୟେହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଯାଇଥାନ୍ତି। ତୀର୍ଥ ପୁଷ୍କରିଣୀରେ ଗୋଡ, ହାତ ଧୋଇ ଠାକୁରଙ୍କୁ ଦର୍ଶନ କରିବା ସହ କେହି ମାନସିକ ବୁଡ଼ ମଧ୍ୟ ପକାଇଥାନ୍ତି। ପୁଣି ମହାପ୍ରଭୁଙ୍କ କେତେକ ନୀତି ମଧ୍ୟ ତୀର୍ଥ ପୁଷ୍କରିଣୀରେ ସମ୍ପାଦିତ ହୋଇଥାଏ। ହେଲେ ଶ୍ରୀକ୍ଷେତ୍ରର ପ୍ରମୁଖ ତୀର୍ଥ ପୁଷ୍କରିଣୀଗୁଡ଼ିକ ଏବେ ଅବହେଳିତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କାହାର ପାଚେରି ମେଲି ଅଁା କରିଛି ତ ଆଉ କେଉଁଠି ଆବର୍ଜନା ପାଣି ପଶୁଛି। ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ପାର୍ବତୀ ସାଗର ପାଚେରୀ ଭୁଶୁଡି ପୁଷ୍କରିଣୀ ମଧ୍ୟରେ ଅଳିଆ ଆବର୍ଜନା ପଶୁଥିବା ବେଳେ ଶ୍ୱେତଗଙ୍ଗା ପାଚେରୀ ଦୁର୍ବଳ ହୋଇପଡିଛି। ସହରର ତୀର୍ଥ ପୁଷ୍କରିଣୀ ଦୟନୀୟ ଅବସ୍ଥାରେ ଥିବା ବେଳେ ସରକାର ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ ବୋଲି ଘୋଷଣା କରିଛନ୍ତି।

ଅଠରନଳା

ପୁରୀ ସହରର ପ୍ରବେଶ ପଥରେ ରହିଛି ଅଠରନଳା। ଏହା ଏକ ପ୍ରାଚୀନ ପୋଲ ତଥା ଐତିହ୍ୟସ୍ଥଳୀ। ପୂର୍ବରୁ ସହର ଏତେଟା ପରିବ୍ୟାପ୍ତ ହୋଇ ନ ଥିବା ବେଳେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ ଅଠରନଳାଠାରେ ପହଞ୍ଚତ୍ଗଲେ ଶ୍ରୀକ୍ଷେତ୍ରର ନିକଟତର ହୋଇଗଲେ ବୋଲି ଭାବିଥାନ୍ତି। ତେଣୁ ଏହିଭଳି ଏକ ଐତିହ୍ୟର ମୁକସାକ୍ଷୀ ଅଠରନଳା ପୋଲ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇପଡିଛି। ଏହାର ସୌନ୍ଦର୍ଯ୍ୟକରଣ କରାଯାଉ ନାହିଁ। ସବୁଠୁ ପରିତାପର ବିଷୟ ହେଉଛି ଶ୍ରଦ୍ଧାଳୁଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ଅଠରନଳା ଉପରେ ଆମିଷ ବିକ୍ରି ହେଉଛି। ତେବେ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେ ଅଠରନଳା ପୁଣି ଉଦ୍‌ଭାସିତ ହେବ ତାହାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ।

ମୂଷା ନଈ

ହୁଳୁହୁଳିଆ ପୋଲଠାରୁ ମଙ୍ଗଳା ଘାଟ ପର୍ଯ୍ୟନ୍ତ ଲମ୍ବିଛି ମୂଷା ନଈ। ଏହାର ବିକାଶ ପାଇଁ ହୃଦୟ ଯୋଜନାରେ ୩ କୋଟି ୧୫ ଲକ୍ଷ ଏବଂ ଅନ୍ୟାନ୍ୟ ସ୍କିମ୍‌ରେ ୭ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିଲା। ଏଥିମଧ୍ୟରେ ମୂଷା ନଈକୁ ସ୍ବେରେଜ ଏବଂ ଡ୍ରେନ୍‌ ପାଣିରୁ ରକ୍ଷା କରି ସ୍ବତନ୍ତ୍ର ଭାବେ ଡ୍ରେନେଜ ଏବଂ ସ୍ବେରେଜ ନିର୍ମାଣ କରିବା, ୧ କିମି ଭିତରେ ଚାଲିବା ପଥ ଆଦି ଏକାଧିକ ଯୋଜନା ଥିଲା। କିନ୍ତୁ ଏବେ ବି ଅପରିଷ୍କାର ହୋଇପଡିଛି ମୂଷା ନଈ। ମୂଷା ନଈର ଆବର୍ଜନା ପାଣି ଭିତରେ ସେମିତି ରହିଛି ଗରୁଡ଼ଙ୍କ ମୂର୍ତ୍ତି। ତେବେ ଏହି ନଈର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିସହ ଏଠାରେ ରିଭର ଫ୍ରଣ୍ଟ ଟୁରିଜିମ୍‌ର ବିକାଶ କରାଯିବା ଲାଗି ହୋଇଛି ଯୋଜନା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଫସର ଫାଟିଲା ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପ୍ରୟାସ, ନିରାଶ ହୋଇ ଫେରିଲା ପ୍ରଶାସନ

ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri