ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଜିଲାର ଭାର୍ଗବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଏହା ଉଚ୍ଛୁଳିଛି। ଏହାକୁ ନେଇ ଜିଲାର ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି। ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଟଗଁ। -ଉତ୍ତରକୋଣା ରାସ୍ତା ଉପରେ ୨ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଏକାଧିକ ସ୍ଥାନରେ ଘାଇ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବିଭିନ୍ନ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାତିରେ ପାଣି ବଢିବା ଆଶଙ୍କା କରି ଲୋକେ ଭୟଭୀତ ହୋଇପଡିଛନ୍ତି। ଏକାଧିକ ଗଁ। ର ଲୋକେ ରାସ୍ତା ଉପରେ ଆସି ଆଶ୍ରୟ ନେଇଛନ୍ତି। ଶୁକ୍ରବାର ପ୍ରଶାସନ ପକ୍ଷରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଭାର୍ଗବୀର ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗଁ। -ଉତ୍ତରକୋଣା ରାସ୍ତାର ନୂଆଗଁ। ଠାରେ ଥିବା କଲଭର୍ଟ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ବନ୍ଦ ରହିଛି। ଉତ୍ତରକୋଣା ଗଁ। ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡିଛି। ଏହି ଗଁ। ରେ ପ୍ରାୟ ୩୦୦ ଲୋକ ରହୁଛନ୍ତି। ଏଠାରେ ବୋଟ ସହିତ ଗୋଟିଏ ଟିମ୍‌ ଓଡ୍ରାଫ୍‌ ପହଞ୍ଚତ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି। ଏତଦ୍‌ବ୍ୟତୀତ ସମଙ୍ଗ ପଞ୍ଚାୟତର ତଳିଆ ଅଞ୍ଚଳ ସହିତ ତଳଜଙ୍ଗ ପଞ୍ଚାୟତର ତଳଜଙ୍ଗ, ଡିହସାହି, ନଈକୂଳ ସାହି, ଅପନ୍ତରା, ଗାଦିସାହି ପାଣି ଘେରରେ ରହିଛି। ଏହି ଗଁ। ଗୁଡ଼ିକର ଲୋକେ ଆତଙ୍କିତ ହୋଇପଡିଛନ୍ତି। ସେହିପରି ଗୋପୀନାଥପୁର ନୂଆସାହି, ମୁକୁନ୍ଦ ମିଶ୍ର ନଗର ଭଳି ତଳିଆ ଅଞ୍ଚଳରେ ପାଣି ପଶିଛି। ତଳଜଙ୍ଗରୁ ୧୦୧ ଏବଂ ଉତ୍ତରକୋଣାରୁ ୪୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପୁରୀ ଓ ନିମାପଡ଼ା ଜଳ ସେଚନ ଡିଭିଜନର ରଥପୁରୁଷୋତ୍ତମପୁର, ଜମାରସୁଆଁ, ବାଲିଆ ଓ ସୁଆଣ୍ଡୋ ପ୍ରଭୃତି ସ୍ଥାନ ଅଧିକ ସମ୍ବେଦନଶୀଳ ଥିବାରୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ପର୍ଯ୍ୟାପ୍ତ ବାଲିବସ୍ତା ଓ ଝାଉଁ ବହ୍ଲା ପ୍ରସ୍ତୁତ ରଖାଯାଇଛି। ଅନ୍ୟପକ୍ଷରେ ପିପିଲି କଣ୍ଟିଂରୁ ସକାଳେ ୪୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ହେଲେ ସନ୍ଧ୍ୟାରେ ସେମାନେ ଘରକୁ ଫେରିଥିବା ଜଣାପଡିଛି। ଭାର୍ଗବୀ ନଦୀର ଶାଖା କାଞ୍ଚତ୍ ନାଳରେ ପାଣି ପ୍ରବାହିତ ସମୟରେ ଆଖୁବାରୀ ନିକଟରେ ୧୫/୨୦ ଫୁଟର ଘାଇ ହୋଇଛି। ଫଳରେ ତଳଜଙ୍ଗ ନଈକୂଳ ସାହିର ୬୦ ପରିବାର ପାଣି ଘେରରେ ଥିବାବେଳେ ତଳଜଙ୍ଗ ୟୁଥ୍‌ କ୍ଲବ ପକ୍ଷରୁ ରୋଷେଇ କରାଯାଇ ଲୋକଙ୍କୁ ଦିଆଯାଇଛି। ଅଧିକାଂଶ ଲୋକ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର...

ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି।...

ସେବା ସମବାୟ ସମିତିରେ ୫-ଟିକୁ ନାପସନ୍ଦ

ଯାଜପୁର ଅଫିସ,୩ା୨: ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ସବୁ କ୍ଷେତ୍ରରେ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ...

ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସାଢେ ୪ କୋଟି ଲୋକ ଧର୍ଯ୍ୟର ସହିତ କରୋନା ବିପତ୍ତିର ମୁକାବିଲା...

ମାସକ ମଧ୍ୟରେ ଫେରିଲେଣି ଦେଢ଼ଲକ୍ଷ ପ୍ରବାସୀ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଓ ଜଗନ୍ନାଥପୁର ଷ୍ଟେଶନକୁ ମାସକ ମଧ୍ୟରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ତେବେ ଏଥିରେ ଗଞ୍ଜାମ...

ସେମିଷ୍ଟାର ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍‌ ଲ’ର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ। ତେବେ ଅର୍ଚ୍ଚନାଙ୍କୁ ଫର୍ମଫିଲପ୍‌ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାର...

ଗୁଣିଗାରେଡ଼ି ସନ୍ଦେହରେ ବଡ଼ମା’ଙ୍କୁ ହାଣି ଦେଲେ

ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ...

ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ଢେଙ୍କାନାଳ, ୬।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ସାମାଜିକ ସଂଗଠନ ଆମ ହିନ୍ଦୋଳ ପକ୍ଷରୁ ବ୍ଲକର...

Advertisement
Archives

Model This Week