ଉଚ୍ଚଶବ୍ଦ ଓ ସ୍ବାସ୍ଥ୍ୟ ସୁରକ୍ଷା

ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନକରି କଟକରେ ପ୍ରଶାସନ ଶବ୍ଦ ପ୍ରଦୂଷଣ ରୋକିବା ଏବଂ ଜନସାଧାରଣଙ୍କ ସ୍ବାସ୍ଥ୍ୟସୁରକ୍ଷାକୁ ଅଗ୍ରାଧିକାର ଦେଇ ଡିଜେ,ବାଣ ଏବଂ ଏଲଇଡି ଲାଇଟ ଉପରେ ନିଷେଧାଦେଶ ଦେଇଛନ୍ତି। ସେହିପରି ଭାରତର ଅନ୍ୟ ରାଜ୍ୟ ଓ ସହର ଗୁଡିକରେ ମଧ୍ୟ ଡିଜେକୁ ଅନୁମତି ଦିଆଯାଇନାହିଁ। ୧୯୪୦ମସିହାରେ “ଡିସ୍କ ଜକି” (ଡିଜେ) ଶବ୍ଦଟି ରେଡିଓ ହୋଷ୍ଟମାନଙ୍କୁ ବର୍ଣ୍ଣନା କରିବା ପାଇଁ ଉଦ୍ଦିଷ୍ଟଥିଲା। ୧୯୫୦ରୁ ୧୯୬୦ ମସିହା ଭିତରେ ସାଉଣ୍ଡ ସିଷ୍ଟମର ଉତ୍ଥାନ ପରେ କିଙ୍ଗଷ୍ଟନରେକଷ୍ଟମ-ର୍ନିମିତ ସାଉଣ୍ଡ ସିଷ୍ଟମ ବ୍ୟବହାର କରି ବଡ଼ ବଡ଼ ବାହ୍ୟ ପାର୍ଟି ଆୟୋଜନ କରାଯାଉଥିଲା।୨୦୦୦ରୁ ୨୦୧୦ ମସିହାର ଡିଜିଟାଲ ବିପ୍ଳବରେ ଡିଜେ ଗୁଡ଼ିକୁ ଡିଜିଟାଲ ଜ୍ଞାନ ସହିତ ମିଶ୍ରଣ ହୋଇଥିଲା।୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ସଂଗୀତର ମିଶ୍ରଣ ଏବଂ ଡିଜେ ସେଟକୁ ବିକଶିତ କରି ଅତି ଉଚ୍ଚଶବ୍ଦର ଉତ୍ସ ଭାବରେ ଷ୍ଟାଣ୍ଡାଲୋନ ଡିଜିଟାଲ ଡେକ ଯଥା ପାୟୋନିୟର ସିଡି ଜେ -୩୦୦୦ରେ ପରିଣତ କରିଛ। ଆରମ୍ଭରୁ ସୱଳ୍ପ ବ୍ୟବହାର ଯୋଗୁ ଡିଜେ ଶବ୍ଦ ଉପରେ ସେତେଟା ଗୁରୁତ୍ ଦିଆଯାଉ ନଥିଲା ମାତ୍ର ପରବର୍ତ୍ତୀ ସମୟରେ ଭାରତରେ ଡିଜେର ବହୁଳ ବ୍ୟବହାର ଯୋଗୁ ପରିବେଶ ଓ ସୱାସ୍ଥ୍ୟ ଉପରେ ଅଧିକ କୁପ୍ରଭାବକୁ ରୋକିବାକୁ ଆଇନ କଠୋର ହେବା ଆରମ୍ଭ ହୋଇଛି।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅନୁସାରେ ମଣିଷ,ଜୀବ ଜନ୍ତୁଙ୍କ ଉପରେ ୮୫ ଡିବିରୁ ଅଧିକ ଉଚ୍ଚ-ଡେସିବେଲ ଶବ୍ଦ ବାରମ୍ବାର କର୍ଣ୍ଣ ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ନାୟବିକ କ୍ଷତ ସହିତ କାନପରଦା ଫାଟିଯାଏ। ଅସ୍ଥାୟୀ କିମ୍ବା ସ୍ଥାୟୀ ଶ୍ରବଣ ଶକ୍ତି ହ୍ରାସ, କାନରେ ଘଡ ଘଡ ଶବ୍ଦ ସୃଷ୍ଟି ସହିତ କାନ ଯନ୍ତ୍ରଣା ହୋଇପାରେ। ଉଚ୍ଚ ଶବ୍ଦ ମସ୍ତିଷ୍କର ମାନସିକ ଚାପ ପ୍ରତିକ୍ରିୟାକୁ ସକ୍ରିୟ କରେ ଓ ଚିନ୍ତା, ଚିଡ଼ିଚିଡ଼ାପଣ, ଏକାଗ୍ରତାର ନଷ୍ଟ ଏବଂ ନିଦ୍ରା ବ୍ୟାଘାତର କାରଣ ହୋଇଥାଏ। ଦୀର୍ଘ ସମୟ ଧରି ଉଚ୍ଚ-ଡେସିବେଲ ଶବ୍ଦ ସଂସ୍ପର୍ଶରେ ରହିବା ଦ୍ୱାରା ଡିପ୍ରେସନର ସମ୍ଭାବନା ବଢ଼ିଥାଏ, ରକ୍ତଚାପ, ହୃଦସ୍ପନ୍ଦନ ବୃଦ୍ଧି ପାଏ ଏବଂ ହୃଦରୋଗରେ ବ୍ୟକ୍ତି ପୀଡିତ ହୋଇ ମୃତ୍ୟୁମୁଖରେ ପଡିପାରେ। ପିଲାମାନଙ୍କର ଶ୍ରବଣ ଶକ୍ତି ଅଧିକ ସମ୍ବେଦନଶୀଳ, ତେଣୁ ଏହା ପାଠପଢା, ଆଚରଣଗତ ସମସ୍ୟା, ନିଦ୍ରାରେ ବାଧାଏବଂ କାର୍ଯ୍ୟଦକ୍ଷତା ହ୍ରାସ କରେ।ବୟସ୍କ ଲୋକମାନେ ଅଧିକ ଚାପ, ନିଦ୍ରା ବିଚଳିତ ଏବଂ ଅଧିକ ସୱାସ୍ଥ୍ୟ ବିପଦର ସମ୍ମୁଖୀନ ହୁଅନ୍ତି। ପକ୍ଷୀ, ପ୍ରାଣୀ ଏବଂ କୀଟପତଙ୍ଗ ନିଜନିଜ ଭିତରେ ସମ୍ପର୍କ ପାଇଁ ଶବ୍ଦ ଉପରେ ର୍ନିଭର କରନ୍ତି।ଉଚ୍ଚ ଡିଜେ ଶବ୍ଦ ସେମାନଙ୍କୁ ଭୟଭୀତ କରେ, ପ୍ରଜନନକୁ ବାଧା ଦିଏ ଏବଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ବାଧା ସୃଷ୍ଟିକରେ। ତୀକ୍ଷ୍ଣ ଶବ୍ଦ ଫ୍ରିକ୍ୱେନ୍ସି ଯୋଗୁଁ କୁକୁର, ବିଲେଇ ଏବଂ ଗାଈମାନେ ଅତ୍ୟଧିକ ଚାପଗ୍ରସ୍ତ ହୁଅନ୍ତି। ଜଙ୍ଗଲ, ଆର୍ଦ୍ରଭୂମି କିମ୍ବା ଗ୍ରାମ ନିକଟରେ ଶବ୍ଦ ପ୍ରଦୂଷଣର ଦୀର୍ଘ ସମୟ ଧରି ସଂସ୍ପର୍ଶରେ ରହିବା ଜୈବ ବିବିଧତାକୁ ପ୍ରଭାବିତ କରେ। ପେଚା, ବାଦୁଡ଼ି ପରି ରାତ୍ରିଚର ପ୍ରାଣୀଙ୍କର ଜୀବନଯାପନ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇଥାଏ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଔଦ୍ୟୋଗିକ କ୍ଷେତ୍ରର ଶବ୍ଦ ସୀମା ୭୫ରୁ ୭୦ ଡେସିବେଲ,ବାଣିଜ୍ୟିକ କ୍ଷେତ୍ରରେ ୬୫ ରୁ ୫୫ ଡେସିବେଲ, ଆବାସିକ କ୍ଷେତ୍ରରେ ୫୫ ରୁ ୪୫ ଡେସିବେଲ, ହସ୍ପିଟାଲ, ସ୍କୁଲ, କୋର୍ଟ, ଧାର୍ମିକ ସ୍ଥାନ ଚାରିପାଖରେ ବା ୧୦୦ ମିଟର ପରିସୀମା ଭିତରେ ୫୦ରୁ ୪୦ ଡେସିବେଲ ଶବ୍ଦ ସହିବା ଆବଶ୍ୟକ, ଯଦି ଏଥିରେ କୌଣସି ବ୍ୟାଘାତ ଘଟେ ତେବେ ସାଧାରଣ ବ୍ୟକ୍ତି ଆଇନର ଆଶ୍ରୟ ନେଇପାରିବେ। ସୁପ୍ରିମକୋର୍ଟର ୨୦୦୫ ଓ ୨୦୧୮ ମସିହା ରାୟ ଅନୁସାରେ ଶବ୍ଦ ସୀମାକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁସାରେ ଆୟୋଜକ ଶବ୍ଦସୀମା ଉଲ୍ଲଂଘନ କଲେ ଉପକରଣ ଜବତ, ଜରିମାନା ଏବଂ ଜେଲଦଣ୍ଡ ମଧ୍ୟ ହୋଇପାରେ।
ରାଜନୈତିକ ରାଲି ଏବଂ ଉତ୍ସବରେ, ବିବାହ ପାର୍ଟି, ରାତ୍ରୀକାଳୀନ କ୍ଲବ, ପର୍ବପର୍ବାଣି, ସ୍କୁଲ କଲେଜରେ ଯୁବକମାନେ ସଚେତନତା ଅଭାବରୁ ଦୀର୍ଘ ସମୟ ଧରି ଡିଜେ ଶବ୍ଦ ସଂସ୍ପର୍ଶରେ ଆସିବାର କ୍ଷତିକାରକ ପ୍ରଭାବକୁ ଅଣଦେଖା କରନ୍ତି। ଶବ୍ଦ ସୀମାବଦ୍ଧତା ଏବଂ ପରିବେଶର କ୍ଷତି ହ୍ରାସ କରିବାକୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଜନ ସଚେତନତା ସୃଷ୍ଟି କରାଯିବା ଉଚିତ। ଅତ୍ୟଧିକ ଡିଜେ ସଂଗୀତ ବିନା ପାରମ୍ପରିକ ସଙ୍ଗୀତ ଓ ବାଦ୍ୟ ସହିତ ଉତ୍ସବକୁ ପ୍ରୋତ୍ସାହିତ କରାଯିବା ଉଚିତ। ଯୁବବର୍ଗ ତଥା ସମସ୍ତ ନାଗରିକ ନିଜର ତଥା ଭବିଷ୍ୟତ ସମାଜର ସୁରକ୍ଷା ଦୃଷ୍ଟିରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନ୍ୟାୟିକ ବ୍ୟବସ୍ଥା, ଜିଲ୍ଲାପାଳ, ବିଡିଓ, ସରପଞ୍ଚ ଆଦିଙ୍କୁ ଜଣାଇବା ସହିତ ଶାନ୍ତିପୂର୍ଣ୍ଣ ବିକଳ୍ପଗୁଡ଼ିକୁ ଆପଣାଇବା ଉଚିତ। ଉତ୍ସବ ଏବଂ ଦାୟିତ୍ୱ ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖିବାକୁ ପଡିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ନିୟମ ପାଳନ କରି ସଚେତନତାକୁ ପ୍ରସାର କରି ଏବଂ ପ୍ରକୃତିକୁ ସମ୍ମାନ ଦେଇ ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ଉତ୍ସବ ପାଳନ ସହିତ ଜୀବଜଗତକୁ ସ୍ବାସ୍ଥ୍ୟ ସୁରକ୍ଷା ଦେଇପାରିବା।

ଡ. ବିମଳ ଷଡ଼ଙ୍ଗୀ
ସଂସାଧନ ବ୍ୟକ୍ତି, ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଭାରତ ସରକାର
ମୋ: ୯୪୩୭୧୨୩୮୯୨

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?