ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମାନସମନ୍ଥନ କାର୍ଯ୍ୟକ୍ରମ:ନାଗରିକ କୈନ୍ଦ୍ରିକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟର ଜନସାଧାରଣଙ୍କ ନିକଟରେ ପ୍ରଶାସନ ଉତ୍ତରଦାୟୀ। ନାଗରିକ କେନ୍ଦ୍ରିକ ପ୍ରଶାସନ ପାଇଁ ସମସ୍ତ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି। ସଚିବାଳୟରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସମସ୍ତ ବିଭାଗୀୟ ସଚିବ, ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ହୋଇଥିବା ମାନସମନ୍ଥନ(ବ୍ରେନଷ୍ଟ୍ରୋମିଂ) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ଏହି କଥା କହିଛନ୍ତି। ବିଗତ ଦିନଗୁଡିକରେ ୩ଟି ପ୍ରମୁଖ କ୍ଷେତ୍ରରେ ରାଜ୍ୟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ୫-ଟି ମନ୍ତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।
ସବୁ କାର୍ଯ୍ୟରେ ବୈଷୟିକ ବିଦ୍ୟା, ସ୍ବଚ୍ଛତା, ଦଳଗତ କାର୍ଯ୍ୟ, ସମୟାନୁବର୍ତ୍ତିତା, ପରିବର୍ଦ୍ଧିତ ପଦକ୍ଷେପ ହିଁ ସଫଳତା ଦେଇଥାଏ। ତେଣୁ ଏହି ୫ଟିକୁ ସମସ୍ତେ ଧ୍ୟାନ ରଖି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଅତୀତରେ ଏହି ୫-ଟି ମନ୍ତ୍ର ହିଁ ରାଜ୍ୟକୁ ସଫଳତା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମତଃ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଦ୍ୱିତୀୟରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ଏବଂ ତୃତୀୟତଃ ମାଓବାଦୀ କାର୍ଯ୍ୟକ୍ରମ ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ସାରା ଦେଶରେ ଓଡ଼ିଶା ପ୍ରଶଂସା ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଉତ୍ତରଦାୟୀ କରିବା ପାଇଁ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ। ଏଣିକି ସମସ୍ତ ଜିଲାର ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ପିସିସିଏଫ୍‌ ପାହ୍ୟା ପର୍ଯ୍ୟନ୍ତ କାର୍ଯ୍ୟରତ ଭାରତୀୟ ଜଙ୍ଗଲ ସେବା(ଆଇଏଫ୍‌ଏସ୍‌) ଅଧିକାରୀମାନେ ନିଜର ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହି ରିପୋର୍ଟଗୁଡିକକୁ ତର୍ଜମା କରାଯିବା ସମୟରେ ୫-ଟି ମନ୍ତ୍ର କାର୍ଯ୍ୟକାରିତା ନେଇ ୨୦ ପ୍ରତିଶତ ନମ୍ବର ରହିବ। ସେହିଭଳି ବିଭିନ୍ନ ନିର୍ଦ୍ଦେଶାଳୟ ଗୁଡିକରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଧ୍ୟ ନୂତନ ପଦ୍ଧତିରେ ୫-ଟି ମନ୍ତ୍ର କିପରି ଲାଗୁ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମଲାରେ କୋହଳ ଦଫା ଲଗାଇବାକୁ ନେଉଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା ଅଫିସ,୧୦।୬: ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ଜଣେ ମହିଳାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ...

ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି...

ଘରଭଙ୍ଗା ତଦନ୍ତ ପାଇଁ ଯାଇ ଅତିରିକ୍ତ ତହସିଲଦାର ହଟହଟା : ଗାଁ ଭିତରକୁ ଛାଡ଼ିଲେନି ଶତାଧିକ ମହିଳା

ନିମାପଡ଼ା,୧।୭ (ଡି.ଏନ୍‌.ଏ.) : ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚଶାସନ ପଞ୍ଚାୟତର ବିଶ୍ୱାଳସାହି ଗ୍ରାମରେ ରବିବାର ବାତ୍ୟା କ୍ଷତିଗ୍ରସ୍ତ ଘରଭଙ୍ଗା ତଦନ୍ତ କରିବାକୁ ଯାଇ ଜଣେ ଅତିରିକ୍ତ...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି...

ମୁହାଁମୁହିଁ ହୋଇପାରନ୍ତି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ୩ବର୍ଷ ଧରି ମୂରବି ଶୂନ୍ୟ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ନେତା ପାଇବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପୌର ନିର୍ବାଚନର ତାରିଖ...

ବ୍ରହ୍ମାଙ୍କ ତପସ୍ୟା ପୀଠ ବ୍ରହ୍ମଗିରି

ସର୍ବଦା ଭକ୍ତର ଭାବରେ ବନ୍ଧା ପ୍ରଭୁ। ଯୁଗେ ଯୁଗେ ଭଗବାନ ଭକ୍ତ ପାଖରେ ବନ୍ଧା ପଡ଼ିଛନ୍ତି। ଭାରତ ବର୍ଷରେ ଯେତେ ପୂଣ୍ୟଭୂମି ରହିଛି ସେ ସବୁ...

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ...

Advertisement
Archives

Model This Week