Posted inଜାତୀୟ

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେବା ସହ ସେ ତଳେ ପଡି ଯାଇଥିଲେ ଓ ଟ୍ରକର ଚକ ଚଢିଯାଇ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍‌ କରି ନିଜର ଦୁର୍ଘଟଣା ଖବର ଜଣାଇବା ବେଳେ ଚେତାଶୂନ ହୋଇ ପଡିଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ରାଜାରାମ କାନରେ ଇୟର ଫୋନ୍‌ ଲଗାଇଥିବାରୁ ତାଙ୍କୁ ଟ୍ରକ୍‌ର ହର୍ନ ଶୁଭି ନ ଥିଲା ଓ ଦୁର୍ଘଟଣା ହୋଇଥିଲା। ସୂଚନାଯୋଗ୍ୟ, ରାଜାରାମ ତାଙ୍କ ଶଳାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

କୁଷକଙ୍କ ବିଜୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ,୧୯।୧୧: କେନ୍ଦ୍ର ସରକାର କୃଷି ଆଇନ ଶୁକ୍ରାବର ପ୍ରତ୍ୟାହାର କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ରାହୁଲ...

ମହାରାଷ୍ଟ୍ର ରାଜନୀତିରେ ଆସିଲା ନୂଆ ମୋଡ଼: ଶିବସେନା ସହିତ ସରକାର ଗଠନ ପାଇଁ ସୋନିଆଙ୍କୁ ପରାମର୍ଶ ଦେଲେ କଂଗ୍ରେସ ସଦସ୍ୟ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ରାଜନୀତିରେ ଏବେ ଏକ ନୂଆ ମୋଡ଼ ଆସିଛି। ଶିବସେନା-ଭାଜପା ମଧ୍ୟରେ ଅଙ୍କକଷା ଛିଣ୍ଡୁନି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସଦସ୍ୟମାନେ ଶିବସେନା ସହିତ...

ଅଟକିଯାଇଛି ୟୁକ୍ରେନୀୟଙ୍କ ସମୟ

କିଭ୍‌, ୨୩ା୮: ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣକୁ ୧୮୦ ଦିନ ବିତିଗଲାଣି। ହେଲେ ୟୁକ୍ରେନୀୟଙ୍କ ପାଇଁ ଏହି ୬ ମାସ ଯେପରି କେଉଁଠି ଅଟକିଯାଇଛି। ମାତ୍ର ୫...

ରାଜନୈତିକ ଦଳଗୁଡ଼ିକର ରାଲିକୁ କରାଯାଉ ନିଷେଧ : ହାଇକୋର୍ଟ…

ପ୍ରୟାଗରାଜ,୫।୧୨ : ଆହ୍ଲାବାଦ ହାଇକୋର୍ଟଙ୍କର ଲକ୍ଷ୍ନୌବେଞ୍ଚ ରାଜନୈତିକ ଦଳର ରାଲିକୁ ସବୁଦିନ ପାଇଁ ନିଷିଦ୍ଧ କରିବାକୁ କହିଛି। ଜାତି ଭିତ୍ତିକ ସମାବେଶକୁ କାହିଁକି ସମ୍ପୂର୍ଣ୍ଣ ନିଷେଧ...

ଓ୍ବିକିପେଡିଆ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୧: ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ସୋର୍ସରୁ ମିଳୁଥିବା ସୂଚନାକୁ ନେଇ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏଭଳି ସ୍ରୋତର ତଥ୍ୟ କ୍ରାଉଡ୍‌ ସୋର୍ସ ଆଧାରିତ, ଯାହାକୁ...

ନାବାଳକକୁ ବୀଭତ୍ସ ହତ୍ୟା

ଝାଡଖଣ୍ଡ,୨୩।୧୨: ଝାଡଖଣ୍ଡର ଦେଓଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ବାଳକର ଗଳା କାଟି, ହାତ ,ଗୋଡ କାଟି ମୃତଦେହକୁ ଅଖା...

ଶିବ କୁମାରଙ୍କ ଗିରଫ ନେଇ କର୍ନାଟକରେ ହିଂସାକାଣ୍ଡ: ଜଳିଲା ୨ ବସ୍‌, ସ୍କୁଲ-କଲେଜ ବନ୍ଦ

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାରଙ୍କ ଗିରଫ ପରେ ସ୍ଥିତି ଅଣାୟତ୍ତ ହୋଇଛି। ଏଠାରେ କଂଗ୍ରେସ ସମର୍ଥକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ରାମନଗରରେ...

Advertisement
Archives

Model This Week