Posted inଖେଳ

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ ହରାଇବ। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନ ଅନୁମାନ କରି କହିଛନ୍ତି। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟକୁ ହିସାବରେ ନେଇ ସେ ଏକଥା କହିଛନ୍ତି। ଇସିବି ଆଉ ୯ ରାଉଣ୍ଡ ଖେଳ ବାକି ଥାଇ କାଉଣ୍ଟି ସିଜନକୁ ଜୁଲାଇ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି। ହାରିସନ କହିଛନ୍ତି ଆମେ ଇତିମଧ୍ୟରେ ୧୦୦ନିୟୁତ ପାଉଣ୍ଡ ରାଜସ୍ବ ହରାଇ ସାରିଛୁ। କରୋନା ମହାମାରୀ ଜନିତ ସଂକଟରୁ ଉଦ୍ଧାର ପାଇଁ ୧୮ଟି କାଉଣ୍ଟି ଦଳ ପାଇଁ ୬୧ ନିୟୁତ ପାଉଣ୍ଡର ଏକ ପ୍ୟାକେଜ ଇତିମଧ୍ୟରେ ପ୍ରସ୍ତୁତ ହୋଇସାରିଛି। ଏହାଛଡ଼ା ରିକ୍ରିଏଶନାଲ କ୍ଲବଗୁଡ଼ିକ ପାଇଁ ଆର୍ଥତ୍କ ସହାୟତା ଓ ଋଣ ବ୍ୟବସ୍ଥା କରାଯାଇଥିବା ହାରିସନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବନାମ ଅଷ୍ଟ୍ରେଲିଆ: ହୋଇପାରେ ଏହି ସବୁ ରେକର୍ଡ

ନାଗପୁର,୯ା୨(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ନାଗପୁରରେ ଆରମ୍ଭ ହେବ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବା...

ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା

କୋଲକତା,୪।୧:ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ...

ବୋଷ୍ଟନରେ ସ୍ବର୍ଣ୍ଣ ଜିତିଲେ ଶଙ୍କର

ବୋଷ୍ଟନ, ୬ା୨ (ପି.ଟି.): ଭାରତୀୟ ହାଇ ଜମ୍ପର ତେଜସ୍ବିନୀ ଶଙ୍କର ଏଠାରେ ଚାଲିଥିବା ନ୍ୟୁ ବାଲାନ୍ସ ଇନ୍‌ଡୋର ଗ୍ରାଁ ପ୍ରିରେ ପ୍ରଥମ ସ୍ଥାନ ଅଧିକାର କରି...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା...

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର...

ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଝଟ୍‌କା

ଦୁବାଇ, ୨୧।୧୦: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ଦଳ ଦକ୍ଷିଣ...

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨-  ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର...

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ...

Advertisement
Archives

Model This Week