Posted inଜାତୀୟ

ଇସିଙ୍କ କଟକଣା ସତ୍ତ୍ୱେ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ

ଅଯୋଧ୍ୟା,୧୮ା୪(ପି.ଟି.): ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟିଆ ନିଷିଦ୍ଧାଦେଶ ଲଗାଇଥିବାବେଳେ ସେ ବୁଧବାର ଅଯୋଧ୍ୟାସ୍ଥିତ କେତେକ ମନ୍ଦିରକୁ ଯାଇ ପ୍ରାର୍ଥନା କରିବା ସହ ଏକ ଦଳିତ ପରିବାରକୁ ଯାଇଥିଲେ। ଏହାଦ୍ୱାରା ଇସିଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ବିଏସ୍‌ପି ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇଥିବା ଏକ ଦଳିତ ପରିବାରରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କଲାବେଳେ ସେଠାରେ ଗାଁର ୫୦୦ ଲୋକ ଏକାଠି ହୋଇଥିଲେ ବୋଲି ବିଏସ୍‌ପି କହିଛି। ଏହାକୁ ନିର୍ବାଚନ ପ୍ରଚାର ବୋଲି ବିଏସ୍‌ପି ଜିଲା ସଭାପତି ମହେନ୍ଦ୍ର ପ୍ରତାପ ଆନନ୍ଦ କହିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାମ ଜନ୍ମଭୂମି ନ୍ୟାସ ସଭାପତି ମହନ୍ତ ନିତ୍ୟଗୋପାଳ ଦାସ, ଦିଗମ୍ବର ଆଖଡା ମହନ୍ତ ସୁରେଶ ଦାସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ମୁଖପାତ୍ର ଶରଦ ଶର୍ମାଙ୍କୁ ଭେଟିଥିଲେ। ହିନ୍ଦୁ ଭୋଟରଙ୍କୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ବିଏସ୍‌ପି ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ବଡ଼ ଖବର; ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର, PK ଖେଳିବେ…

ପାଟନା,୫ା୭: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ…

ମେଟାକୁ କେନ୍ଦ୍ର ସରକାରଙ୍କ ଅଲ୍ଟିମେଟମ୍, ଏହି ବିଜ୍ଞାପନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୭: ଶିଶୁ ଯୌନ ଶୋଷଣ ସହିତ ଜଡିତ ଇନଷ୍ଟାଗ୍ରାମରେ ଦେୟଯୁକ୍ତ ବିଜ୍ଞାପନ ସମ୍ପର୍କରେ ଭାରତ ସରକାର ମେଟା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂତ୍ର…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri