Posted inଜାତୀୟ

ଇସିଙ୍କ କଟକଣା ସତ୍ତ୍ୱେ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ

ଅଯୋଧ୍ୟା,୧୮ା୪(ପି.ଟି.): ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟିଆ ନିଷିଦ୍ଧାଦେଶ ଲଗାଇଥିବାବେଳେ ସେ ବୁଧବାର ଅଯୋଧ୍ୟାସ୍ଥିତ କେତେକ ମନ୍ଦିରକୁ ଯାଇ ପ୍ରାର୍ଥନା କରିବା ସହ ଏକ ଦଳିତ ପରିବାରକୁ ଯାଇଥିଲେ। ଏହାଦ୍ୱାରା ଇସିଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ବିଏସ୍‌ପି ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇଥିବା ଏକ ଦଳିତ ପରିବାରରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କଲାବେଳେ ସେଠାରେ ଗାଁର ୫୦୦ ଲୋକ ଏକାଠି ହୋଇଥିଲେ ବୋଲି ବିଏସ୍‌ପି କହିଛି। ଏହାକୁ ନିର୍ବାଚନ ପ୍ରଚାର ବୋଲି ବିଏସ୍‌ପି ଜିଲା ସଭାପତି ମହେନ୍ଦ୍ର ପ୍ରତାପ ଆନନ୍ଦ କହିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାମ ଜନ୍ମଭୂମି ନ୍ୟାସ ସଭାପତି ମହନ୍ତ ନିତ୍ୟଗୋପାଳ ଦାସ, ଦିଗମ୍ବର ଆଖଡା ମହନ୍ତ ସୁରେଶ ଦାସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ମୁଖପାତ୍ର ଶରଦ ଶର୍ମାଙ୍କୁ ଭେଟିଥିଲେ। ହିନ୍ଦୁ ଭୋଟରଙ୍କୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ବିଏସ୍‌ପି ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର...

ନୀତି ଆୟୋଗ ବୈଠକରେ ସାମିଲ ହେବେ ମମତା, ରାଜ୍ୟର ସମସ୍ୟା ଉପରେ କରିବେ ଚର୍ଚ୍ଚା

କେଲକାତା,୧୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ମେ’୨୭ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ...

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର...

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ,୨୨ା୧୦: ଅରୁଣାଚଳପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ...

ହଙ୍ଗାମା କରିଥିବା ଏମ୍‌ପିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର...

ଜମ୍ମୁ-କଶ୍ମୀରରେ ଦେଶଦ୍ରୋହ-ଆତଙ୍କବାଦ ବିରୋଧୀ ଆଇନର ହୋଇଛି ଅପବ୍ୟବହାର,ଅବସରପ୍ରାପ୍ତ ବିଚାରପତି-ସରକାରୀ କର୍ମଚାରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୮।୮ : ଉପରାଜ୍ୟପାଳଙ୍କ ଶାସନ ଅଧୀନରେ ଜମ୍ମୁ-କଶ୍ମୀରରେ ନାଗରିକଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଚାରପତି ତଥା ପୂର୍ବତନ ସରକାରୀ କର୍ମଚାରୀଙ୍କ ପକ୍ଷରୁ...

ଆଜି ହନୁମାନ ଚାଳିଶା ଆବୃତ୍ତି କରିବ ବଜରଙ୍ଗ ଦଳ

ବେଙ୍ଗାଲୁରୁ/ଆଙ୍କୋଲା,୪ା୫ : କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଏହାର ପ୍ରତିବାଦରେ ବଜରଙ୍ଗ ଦଳ...

ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା...

Advertisement
Archives

Model This Week