Posted inଜାତୀୟ

ଇସିଙ୍କୁ ଫେରାଦ ହେଲେ ଭାଜପା ମହିଳା ଏମ୍‌ପି

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ବଳାତ୍କାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ୱରେ ଭାଜପା ମହିଳା ଏମ୍‌ପିମାନେ ନିର୍ବାଚନ କମିଶନ (ଇସି)ଙ୍କୁ ଅନୁରୋଧ କରିଛନ୍ତି। ଭାଜପା ସଦସ୍ୟମାନେ ଇସିଙ୍କୁ ଭେଟି ନିର୍ବାଚନୀ ସଭାରେ ରାହୁଲଙ୍କ ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ରାହୁଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସେମାନେ ଦାବି କରିଥିଲେ। ରାଜନୈତିକ ବ୍ୟଙ୍ଗ ପାଇଁ ଜଣେ ରାଜନେତା ପ୍ରଥମ ଥର ପାଇଁ ବଳାତ୍କାର ଶବ୍ଦ ବ୍ୟବହାର କରିଛନ୍ତି। ଏଭଳି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ମହିଳାମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ସାରା ଦେଶ ଚାହେଁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୨ା୭(ପି.ଟି.): ଦିଲ୍ଲୀ ଏମ୍ସର ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ରହୁଥିବା ହଷ୍ଟେଲର ଦଶମ ମହଲାରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଅନୁରାଗ କୁମାର ନାମକ...

ପରିବା ବିକାଳୀଙ୍କ ପୁଅଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ଭାଜପା ପକ୍ଷରୁ ଜଣେ ପରିବା ବିକାଳୀଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ଘୋସି ବିଧାନସଭା ଆସନରେ ଭାଜପା ପକ୍ଷରୁ ବିଜୟ ରାଜଭରଙ୍କୁ...

ଏନ୍‌ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା

ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା...

ଏବେ ଦେଶ ହେଲା ଅନ୍‌ଲକ୍‌, ସତର୍କତା ଜରୁରୀ: ମୋଦି

ନୂଆଦିଲ୍ଲୀ,୩୧।୫: ଏବେ ଦେଶ ଅନ୍‌ଲକ୍‌ ହୋଇଛି। ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଦେଶର ଏକ ବୃହତମ କ୍ଷେତ୍ରକୁ ଖୋଲି ଦିଆଯାଇଛି। ତେବେ କରୋନା ମହାମାରୀ ରହିଛି। ତେଣୁ...

କରୋନା ଭ୍ୟାକ୍ସିନକୁ ନେଇ ଖୁସି ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏବେ ଏହାର ସଫଳ ଚିକିତ୍ସାକୁ ନେଇ ଚାଲିଛି ଗବେଷଣା।...

ଭାରତ-ଚାଇନା ସୀମା ବିବାଦ, ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ: ସିଡିଏସ୍‌

କୋଲକାତା,୧୪ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦକୁ ନେଇ କୋଲକତାଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାୱତ କହିଛନ୍ତି କରୋନା ମହାମାରୀ...

କେସିଆର୍‌ଙ୍କ ଦଳ ପାଇଁ କାମ କରିବ ଆଇପିଏସି

ଗୁଆହାଟୀ,୨୫।୪: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ଲାଗି କଥାବାର୍ତ୍ତା ଚାଲିଥିବାବେଳେ ସେପଟେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଦଳ ତେଲଙ୍ଗାନା...

କହ୍ନେୟା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ, ୧୬।୯: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟାକୁମାର ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ କଂଗ୍ରେସ ଦଳରେ ଯୋଗ...

Advertisement
Archives

Model This Week