ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ:୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହ ଜଳିଗଲା ନଗଦ ୨ ଲକ୍ଷ

ଟେନ୍‌ସା,୧।୯ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ା ଛକରେ ଶନିବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଦୋକାନର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହିତ ନଗଦ ୨ ଲକ୍ଷ ଟଙ୍କା ଜଳିଯାଇଥିବା ଦୋକାନ ମାଲିକ ଜିତୁ ରଞ୍ଜନ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦୋକାନରେ ନିଆଁ ଲାଗିଥିବା ଦେଖି କେହିଜଣେ କୋଇଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୪ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିଲା

ବାଲିକୁଦା,୨୩ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁଶୁପୁର ପଞ୍ଚାୟତର ସମୁଦ୍ରକୂଳ ଆକାଶିଆ ଜଙ୍ଗଲରୁ ବଣଭୋଜି ସାରି ଫେରୁଥିବାବେଳେ ରବିବାର ସନ୍ଧ୍ୟାରେ ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା...

ହଂସୁଆ ପୋଲରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜନଗର,୨୬।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହଂସୁଆ ପୋଲରୁ ନଦୀକୁ ଡେଇଁ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ କାବୁ କରାଯାଇ ପୋଲିସ ଜିମା...

ଡାକ୍ତରଙ୍କ ସାଢେ ୭ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ,୨।୧୧: ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଧ୍ରୁବଚରଣ ନାଥଙ୍କ ୭ଲକ୍ଷ ୫୫ ହଜାର ୪୨୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି...

ଉପକୂଳରେ ହାଇଆଲର୍ଟ

ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା...

ଆଇନଜୀବୀଙ୍କୁ ପିସ୍ତଲ ଦେଖାଇ ଟଙ୍କା ମାଗିବା,ହତ୍ୟା ଧମକ ଘଟଣା :୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ନବରଙ୍ଗପୁର,୧୭।୮(ବି.ପ୍ର.): ଜଣେ ଆଇନଜୀବୀଙ୍କ ଛାତିରେ ପିସ୍ତଲ ଲଗାଇ ହତ୍ୟା ଧମକ ଓ ଟଙ୍କା ଆଦାୟ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଖରିଫ ଧାନରେ ମାଟିଆଗୁଣ୍ଡି ପୋକ

କେନ୍ଦ୍ରାପଡ଼ା ଅଫିସ, ୩୦ା୮:ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷତି ଆକଳନ ସରିନାହିଁ। ରାଜକନିକା ଓ ଆଳି ବ୍ଲକ ଅଞ୍ଚଳରେ ପୁନର୍ବାର ବ୍ରାହ୍ମଣୀ, ଖରସ୍ରୋତା...

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା...

୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା...

Advertisement
Archives

Model This Week