Posted inଖେଳ

ଇରାନିଆନ ଓ୍ବିଙ୍ଗରଙ୍କ ସହିତ ଇଷ୍ଟବେଙ୍ଗଲର ଚୁକ୍ତି

କୋଲକାତା, ୬ା୪ (ପି.ଟି.)- ଇଷ୍ଟ ବେଙ୍ଗଲ ଫୁଟ୍‌ବଲ ଟିମ୍‌ ରବିବାର ଭାରତୀୟ ବଂଶୋଦ୍ଭବ ଇରାନିଆନ ମିଡ୍‌ଫିଲ୍ଡର ଓମିଦ୍‌ ସିଂଙ୍କ ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି। ଆସନ୍ତା ସିଜନ ଆରମ୍ଭରେ ସେ ଟିମ୍‌ ସହିତ ଯୋଗଦେବେ ବୋଲି ଇଷ୍ଟରବେଙ୍ଗଲ ଟପ୍‌ ଅଫିସିଆଲ ଦେବବ୍ରତ ସରକାର ସୂଚନା ଦେଇଛନ୍ତି। ୨୯ ବର୍ଷୀୟ ଲେଫ୍ଟ ଓ୍ବିଙ୍ଗରଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ପଞ୍ଜାବରେ। ତାଙ୍କ ନିକଟରେ ଭାରତୀୟ ପାସ୍‌ପୋର୍ଟ ରହିଛି। ବର୍ତ୍ତମାନ ସେ ପର୍ସିଆନ୍‌ ଗଲ୍‌ଫ ପ୍ରୋ-ଲିଗ୍‌ରେ ନାଫତ୍‌ ମାସଜିଦ୍‌ ସୋଲେମାନ୍‌ ଏଫ୍‌ସି ଦଳରୁ ଖେଳୁଛନ୍ତି। ଭାରତୀୟ କୋଚ୍‌ ଇଗୋର୍‌ ଷ୍ଟିମାକଙ୍କର ତାଙ୍କ ପ୍ରତି ବିଶେଷ ଆଗ୍ରହ ରହିଛି ବୋଲି ଓମିଦ୍‌ କୁହନ୍ତି। ଏପରି କି ଭାରତୀୟ ଦଳ ତରଫରୁ ଖେଳିବା ଲାଗି ତାଙ୍କୁ ସେ ଅଫର ମଧ୍ୟ ଦେଇଛନ୍ତି। ମୁଁ ସେଥିରେ ରାଜି ଅଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ୪ ରାଉଣ୍ଡ ଖେଳ ପରେ ଆଇ-ଲିଗ୍‌କୁ ସ୍ଥଗିତ ରଖାଯାଇଛି। ଇଷ୍ଟ ବେଙ୍ଗଲ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ

ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ସମସ୍ତ ମ୍ୟାଚ୍‌ ସ୍ଥାନୀୟ...

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ...

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ...

ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ

କେପ୍‌ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍‌ ସଫଳତା ପାଇବାରେ ସାର୍‌ ଇଆନ ବୋଥାମ ଓ...

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର,୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ...

କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍‌ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...

Advertisement
Archives

Model This Week