ଇମ୍ରାନ୍‌ଙ୍କ ପାଇଁ ସାପ ଚମଡାରେ ତିଆରି ହୋଇଥିବା ଚପଲକୁ ଜବତ କଲା ବନ୍ୟଜୀବ ବିଭାଗ

ଇସଲାମାବାଦ,୩।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଏବେ ସାପ ଚମଡାରେ ତିଆରି ପେଶାଓ୍ବରି ଚପଲ ପିନ୍ଧିବାର ସୁଯୋଗ ପାଇବେ ନାହିଁ। କାରଣ ଖେବର ପଖତୁନଓ୍ବା ଅଞ୍ଚଳରେ ବନ୍ୟଜୀବ ବିଭାଗର ଚଢଉ ସମୟରେ ଏକ ଜୋତା ତିଆରି ଦୋକାନରୁ ସାପ ଚମଡାରେ ତିଆରି ଏକ ଚପଲ ଜବତ କରାଯାଇଛି। ଏହି ଚପଲ ହଳକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଉପହାର ସ୍ବରୂପ ଦିଆଯିବାକୁ ଥିବା ଜଣାପଡିଛି। ଡନ୍‌ ସମାଚାରର ସୂଚନା ଅନୁଯାୟୀ, ବନ୍ୟଜୀବ ବିଭାଗର ଚଢଉ ସମୟରେ ପେଶାଓ୍ବରର ନମକ ମଣ୍ଡି ଅଞ୍ଚଳରେ ଆଫଗାନ ଚପ୍ପଲ ହାଉସ୍‌ ନାମକ ଏକ ଜୋତା ଦୋକାନରୁ ଉକ୍ତ ସାପ ଚମଡା ବାଲା ଜୋତା ଜବତ କରାଯାଇଛି। ତେବେ ଦୋକାନ ମାଲିକ ରୁଦ୍ଦିନ ସିନଓ୍ବାରି ନିଜକୁ ବଞ୍ଚାଇବାକୁ ଯାଇ କହିଛନ୍ତି ଏହି ସାପ ଚମଡା ଆମେରିକାରୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି ।...

ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କିଭ୍‌,୧୨।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ବୁଧବାର ରୁଷିଆ ସେନା ୟୁକ୍ରେନର ଆଭିଡିଭକା ଉପରେ ମିଶାଇଲ ମାଡ଼ କରିଛି। ଏହି...

ବଢିପାରେ ଇମ୍ରାନଙ୍କ ଚିନ୍ତା: ପୁଣି ଫେରିପାରନ୍ତି ପରଭେଜ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନ ରାଜନୀତି ଏବେ ସରଗରମ ରହିଛି। ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଇମ୍ରାନ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଏକ ପ୍ରକାର...

କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ...

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ...

ୟୁକ୍ରେନର ସ୍କୁଲ-ସାଂସ୍କୃତିକ କେନ୍ଦ୍ର ଉପରେ ଆକ୍ରମଣ: ୨୧ ମୃତ

କ୍ୱିଭ୍‌,୧୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୨ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ଏବେ ବି ରୁଷିଆ ସୈନ୍ୟ ରକେଟ ଓ...

ଓଲଫ୍‌ ସ୍କୋଲ୍‌ଜ ନୂଆ ଚାନ୍‌ସେଲର

ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍‌ ସ୍କୋଲ୍‌ଜଙ୍କୁ ନୂଆ ଚାନ୍‌ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫...

ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ

କଲମ୍ବୋ,୩୧ା୭: ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ ଦେଖାଦେଇଛି। ଏଠାରେ ଗଚ୍ଛିତ ଥିବା ପେଟ୍ରୋଲ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। କାରଣ ଏହା ପର୍ଯ୍ୟାପ୍ତ ନୁହେଁ।...

Advertisement
Archives

Model This Week