ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ ଓ ୬ ନଂ ଗେଟ୍‌ ଖୋଲାଯାଇଛି। ୨ ନଂ ଗେଟରେ ୧୮୦ ଘନମିଟର ଓ ୬ ନଂ ଗେଟରେ ୨୪୦ ଘନମିଟର ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ୨୫୪.୯୫ ଘନମିଟର ଜଳ ପ୍ରବେଶ କରୁଛି। ଗେଟ ଖୋଲା ଯିବା ପୂର୍ବରୁ ଜଳଭଣ୍ଡାରର ଜଳପତ୍ତନ ୬୩୯.୮୦ ମିଟର ରହିଥିଲା। ସର୍ବୋଚ୍ଚ ଯନ୍ତ୍ରୀ ଲମ୍ବୋଦର ପ୍ରଧାନଙ୍କ ଉପସ୍ଥିତିରେ ଗେଟ୍‌ ଖୋଲା ଯାଇଥିଲା। ମୁଖ୍ୟନିର୍ମାଣ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ଦାସ, ଏସିସି ଲମ୍ବୋଧର ପୁହାଣ, ପୋଡାଗଡ ବନ୍ଧ ନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ, ସହକାରୀ ଯନ୍ତ୍ରୀ ସୋମନାଥ ମହାରଣା, ଇଂ. ନିରାକାର ପାଇକ, ଇଂ. ଶ୍ରୀନିବାସ ପାତ୍ର, ଇଂ. ବାଲାଜୀ ପାତ୍ର, ଇଂ. ବିକ୍ରମ ମହାପାତ୍ର, ଇଂ.ସରୋଜ କାନ୍ତ ଦାସ, ବୈଷ୍ଣବ ସାହୁ, କିଶୋର ପଣ୍ଡା , ମନୋଜ କୁମାର ଉପସ୍ଥିତ ଥିଲେ। ଗେଟ ଖୋଲା ଯିବା ପୂର୍ବରୁ ବସ୍ତର ଜିଲାପାଳ, ନବରଙ୍ଗପୁର ଜିଲାପାଳ, କୋରାପୁଟ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଗେଟ ଖୋଲା ଯିବା ପରେ ସ୍ଥିତିର ସମୀକ୍ଷା ପାଇଁ ଜିଲାପାଳ ଅଜିତ କୁମାର ମିଶ୍ର, ବିଡିଓ ଅକ୍ଷମିତା କାର୍ତ୍ତିକ, ତେନ୍ତୁୁଳିଖୁଣ୍ଟି ତହସିଲଦାର ପ୍ରଦୀପ କରଙ୍କ ସହ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ...

ପ୍ରାର୍ଥନାବେଳେ ଶ୍ରେଣୀଗୃହ ସଫା କରୁଛନ୍ତି ପିଲା

ନାଉଗଁା,୧୨ା୨(ସ୍ବ.ପ୍ର.): ବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସରସ, ସୁନ୍ଦର କରିବା ସହିତ ପିଲାଙ୍କ ମସ୍ତିଷ୍କକୁ ଶୃଙ୍ଖଳିତ ରଖିବା ପାଇଁ ଦୈନିକ ପ୍ରାର୍ଥନା କରାଯାଇଥାଏ। ଏହି ପ୍ରାର୍ଥନାରେ କେବଳ...

୨ ଅବକାରୀ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ,୧୮ା୪(ସ୍ବ.ପ୍ର.)-ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଜୋରସୋର ଉଦ୍ୟମ ଚାଲିଛି। ଏଥିପାଇଁ ଜିଲାସ୍ତରରେ ମଧ୍ୟ କର୍ମଚାରୀମାନଙ୍କୁ କରୋନା ମୁକାବିଲା ପାଇଁ କାମ କରିବାକୁ ନିର୍ଦ୍ଦେଶ...

ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ତିହିଡ଼ି, ୨୦।୧୨ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା କଁାପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମର ଧନୀ ମଳିକ ନାମକ ଜଣେ ବୃଦ୍ଧ ଶୁକ୍ରବାର...

ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା...

ପ୍ରତୀକ୍ଷାର ଅନ୍ତ: ଟିକାକରଣ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୧୮।୧: ସମସ୍ତ ପ୍ରତୀକ୍ଷାର ଅନ୍ତ ପରେ ସୋମବାରଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଇଛି। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ...

Play 250+ Trending Games
Archives

Model This Week

Why Dharitri