ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ ଗେଟ୍‌ ଖୋଲାଯିବା ପୂର୍ବରୁ ଜଳଭଣ୍ଡାରର ଜଳ ପତ୍ତନ ୬୩୯. ୮୦ ମିଟର ରହିଥିଲା। ପ୍ରଥମେ ୬ ନଂ .ଗେଟ୍‌ ୨ ମିଟର ଖୋଲାଯାଇଥିବା ବେଳେ ପରେ ୨ ନଂ. ଗେଟ୍‌ ଦେଢ଼ ମିଟର ଖୋଲାଯାଇଥିଲା। ୬ ନଂ ଗେଟ୍‌ ଦେଇ ୧୮୦ ଘନମିଟର ଜଳ ନିଷ୍କାସିତ ହେଉଛି। ସର୍ବୋଚ୍ଚ ଯନ୍ତ୍ରୀ (୨) ଲମ୍ବୋଦର ପ୍ରଧାନଙ୍କ ଉପସ୍ଥିତିରେ ଗେଟ୍‌ ଖୋଲାଯାଇଥିଲା। ଏହି ସମୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଗୋପାଳ ଚନ୍ଦ୍ର ଦାସ, ଏସିସି ଲମ୍ବୋଦର ପୁହାଣ, ପୋଡ଼ାଗଡ଼ ବନ୍ଧ ନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ, ସହକାରୀ ଯନ୍ତ୍ରୀ ସୋମନାଥ ମହାରଣା, ଇଂ ନିରାକାର ପାଇକ, ଇଂ ଶ୍ରୀନିବାସ ପାତ୍ର, ଇଂ ବାଲାଜୀ ପାତ୍ର, ଇଂ ବିକ୍ରମ ମହାପାତ୍ର, ଇଂ ସରୋଜ କାନ୍ତ ଦାସ, ବୈଷ୍ଣବ ସାହୁ, କିଶୋର ପଣ୍ଡା, ମନୋଜ କୁମାରଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଜଳଭଣ୍ଡାର ମଧ୍ୟକୁ ୨୫୪.୯୫ ଘନମିଟର ଜଳ ପ୍ରବେଶ କରୁଛି। ଗେଟ୍‌ ଖୋଲାଯିବା ପରେ ଜିଲାପାଳ ଅଜିତ୍‌ କୁମାର ମିଶ୍ର, ବିଡିଓ ଅକ୍ଷମିତା କାର୍ତ୍ତିକ, ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ସେବା ପ୍ରଭାବିତ

କୁଆଁରମୁଣ୍ଡା,୨୧।୪: (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ହଠାତ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌...

ତାରିଣୀ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ,୧୧।୯:ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ଗବସାହି ତାରିଣୀମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମା’ଙ୍କ ମୁକୁଟ, ଚିତା ଏବଂ ଦାନ ହୁଣ୍ଡିକୁ ଲୁଟେରାମାନେ...

ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା

ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ...

କୋର୍ଟରେ ଆତ୍ମସମର୍ପଣ କଲେ ସରପଞ୍ଚ ପ୍ରାର୍ଥିନୀ

ବ୍ରହ୍ମପୁର ଅଫିସ,୨୪।୩: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତର ବୈରିବାଡ଼ ଗ୍ରାମର ଏକ ବୁଥରେ କିଛି ସମୟ ପାଇଁ...

ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର...

ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ...

ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.) ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର...

ପ୍ରଶାସନକୁ ସମ୍ଭାଳିବ ଏମିତି

ଯାଜପୁର ଅଫିସ,୨୯ା୭: ଓଡ଼ିଶାରେ ପ୍ରଶାସନକୁ ସମ୍ଭାଳିବାର ଅଭିନବ ଢଙ୍ଗ ଏବେ ପଦାକୁ ଆସିଛି। ବେଦାନ୍ତ କମ୍ପାନୀର ଆଭ୍ୟନ୍ତରୀଣ ଇ-ମେଲ୍‌ ଯୋଗାଯୋଗରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ରାଜ୍ୟବ୍ୟାପୀ...

Advertisement
Archives

Model This Week