ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ଅଫିସ, ୩୧ା୮: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ. ରବୀନ୍ଦ୍ର ଭଟ୍ଟ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବେ। ଫଳରେ ରାଜସ୍ଥାନ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ପଡ଼ିବ। ତେଣୁ ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ପଦବୀ ଲାଗି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତିଙ୍କ ନାମ ସୁପାରିସ କରିଛନ୍ତି। ଏଥିପାଇଁ କେବଳ ରାଷ୍ଟ୍ରପତିଙ୍କ ମୋହର ଲାଗିବା ବାକି ରହିଛି। ବରିଷ୍ଠତା ଦୃଷ୍ଟିରୁ ତାଙ୍କ ନାମ ସୁପାରିସ କରାଯାଇଛି।
ସୂଚନାଯୋଗ୍ୟ ଓଡ଼ିଶାର ପ୍ରଖ୍ୟାତ ଆଇନଜୀବୀ ବାରିଷ୍ଟର ରଞ୍ଜିତ୍‌ ମହାନ୍ତିଙ୍କ ବଡ଼ପୁଅ ଜଷ୍ଟିସ ମହାନ୍ତି ୧୧ ନଭେମ୍ବର ୧୯୬୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଲ’ ସେଣ୍ଟରରୁ ଏଲ୍‌ଏଲ୍‌ବିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୪ରେ ସେ ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲର ସଦସ୍ୟ ଭାବେ ଯୋଗ ଦେଇଥିଲେ। ୩୧ ମାର୍ଚ୍ଚ ୨୦୦୬ରେ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ନଭେମ୍ବର ୧୩ରେ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ସ୍ବାୀ ଓ ଶାଶୁ ଅଟକ

ପୋଲସରା/ହାତୀଓଟ,୧୯ା୮(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ରବିବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ରାଜେଶ୍ୱରୀ ପାତ୍ର । ଝିଅକୁ ତାଙ୍କ...

ବରଗଡ଼ରୁ ୬୯ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୬୨୭୪ରେ ପହଞ୍ଚିଲା

ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଓଷୁଅ ଲାଗି ହେଲେ ଠାକୁର

ପୁରୀ ଅଫିସ, ୨୩ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ। ଜ୍ୱରରୁ ଉପଶମ ପାଇବା...

ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ...

ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ଆଇନଜୀବୀଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧:ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଦୀର୍ଘଦିନ ଧରି ଏହି ଆନ୍ଦୋଳନ ଚାଲୁ ରହିଥିବାରୁ ପଶ୍ଚିମ...

ଓଡ଼ିଶା ନାମଫଳକକୁ ଲିଭାଇ ଦେଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୯ା୯(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଦ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ତେବେ...

ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର...

ପେଟ୍ରୋଲରେ ପାଣି ମିଶାକୁ ନେଇ ଉତ୍ତେଜନା

ଗୋପ,୨୨।୨(ଡି.ଏନ୍‌.ଏ.): ଗୋପ-ନିମାପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିବାକୁ ନେଇ ରବିବାର ଉତ୍ତେଜନା ଦେଖାଯାଇଥିଲା। ବହୁ ଯୁକ୍ତିତର୍କ ପରେ ଟାଙ୍କି ମାଲିକ...

Advertisement
Archives

Model This Week