ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍‌ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚାଇଛି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ କକ୍ଷପଥକୁ ମାନବ ପ୍ରେରଣ ଏହା ପ୍ରଥମ ଘଟଣା।
ନାସାର କେନେଡି ମହାକାଶ କେନ୍ଦ୍ରର ଲଞ୍ଚ୍‌ କମ୍ପ୍ଲେକ୍ସ ୩୯ଏରୁ ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ ଶନିବାର ରାତିରେ ପଠାଯାଇଥିଲା। ଏଥିରେ ନାସାର ମହାକାଶଚାରୀ ବବ୍‌ ବେନ୍‌କେନ(୪୯) ଏବଂ ଡୁଗ୍‌ ହର୍ଲି (୫୩)ଙ୍କୁ ମହାକାଶକୁ ପଠାଯାଇଛି। ମହାକାଶକୁ ମାନବ ପଠାଇବାରେ ସ୍ପେସ୍‌ଏକ୍ସ ପ୍ରଥମ ଘରୋଇ କମ୍ପାନୀ। ପୂର୍ବରୁ ଏହି ସଫଳତା ତିନୋଟି ଦେଶ ଆମେରିକା, ରୁଷିଆ ଏବଂ ଚାଇନା ସରକାରଙ୍କୁ ମିଳିଥିଲା। କ୍ରିଉ ଡ୍ରାଗନ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ପହଞ୍ଚତ୍ବାକୁ ୧୯ ଘଣ୍ଟା ଲାଗିଥିଲା।
ଗତ ସପ୍ତାହରେ ଖରାପ ପାଗ ଯୋଗୁ ଏହି ଲଞ୍ଚ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। କରୋନା ମହାମାରୀରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୪୦ ନିୟୁତ ଲୋକ ନିଯୁକ୍ତି ହରାଇବା ସହ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଇଛି। ଏଭଳି ଏକ ବିପତ୍ତି ସମୟରେ ସ୍ପେସ୍‌ଏକ୍ସର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଛି। ମହାକାଶ ଯାନ ପ୍ରେରଣର ସିଧାପ୍ରସାରଣ ଦେଖିବା ପାଇଁ ରବିବାର ଅପରାହ୍ନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କ ସମେତ ହଜାର ହଜାର ଆମେରିକୀୟ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ପେସ୍‌ଏକ୍ସ କମ୍ପାନୀର ମୁଖ୍ୟ ଏଲୋନ ମୁସ୍କ, ନାସା ଓ ମହାକାଶଚାରୀଙ୍କୁ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ପାଇଁ ଏହା ଏକ ବଡ଼ ଦିନ ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ ନାସାର ଦୁଇ ମହାକାଶଚାରୀ ଏବଂ ମୁସ୍କଙ୍କ ସହ କଥା ହୋଇଥିଲେ। ୨୦୧୧ ପରେ ମହାକାଶକୁ ଆମେରିକା ମାଟିରୁ ମହାକାଶଚାରୀ ପ୍ରେରଣ ଦୃଶ୍ୟ ଦେଖିବାର ଐତିହାସିକ ସୁଯୋଗ ମିଳିଲା ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଛନ୍ତି। ସେହିପରି ନାସା ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ କହିଛନ୍ତି, ମହାକାଶକୁ ମାନବ ପ୍ରେରଣର ଏକ ନୂଆ ଯୁଗ ଆରମ୍ଭ ହେଲା। ଆଗାମୀ ଦିନରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ ହାଉସ ପହଞ୍ଚିଲା କରୋନା

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣର ଶେଷ ପର୍ଯ୍ୟାୟକୁ ଅପେକ୍ଷା ରଖିଛନ୍ତି। ଯେତେଶୀଘ୍ର କରୋନାର ପ୍ରକୋପ କମ୍‌ ହେବ ସେତେଶୀଘ୍ର ସେ ଲକ୍‌ଡାଉନ...

୧୫୪ କୋଟି ପିଲାଙ୍କ ପାଠପଢ଼ା ପ୍ରଭାବିତ

ଜାତିସଂଘ,୨୩ା୪: କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ୧୫୪ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏପରି ହେଲେ ଆଗାମୀ ଦିନରେ...

ୟୁକ୍ରେନରୁ ଚୋରି କରି ନେଇଥିବା ପାଞ୍ଚ ଲକ୍ଷ ଟନ ଗହମକୁ ଆଫ୍ରିକୀୟ ଦେଶକୁ ବିକ୍ରି କରୁଛି ରୁଷିଆ

କ୍ୱିଭ/ମସ୍କୋ/ ନାଇରୋବି,୭ ।୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ମାସରୁ ଅଧିକ ସମୟ ହୋଇ ଗଲାଣି । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି...

ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ଲାଗିଲା କଟକଣା

ଇସଲାମାବାଦ୍‌,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍‌ଆର୍‌ଏ) ନୋଟିସ ଜାରି କରି ଏହି...

ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି

ଲଣ୍ଡନ,୨୮।୭: କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ...

କରୋନା ସଂକ୍ରମିତଙ୍କ ଚିକିତ୍ସା ଫଳରେ ଏଠି ଅବହେଳିତ ହେଉଛନ୍ତି କ୍ୟାନସର ରୋଗୀ !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେତେ ଗୁଡିଏ ଦେଶରେ ଏହି ମହାମାରୀର ସଂକ୍ରମଣ ଫଳରେ ଦିନକୁ...

ବାଂଲାଦେଶ ନୌକା ବୁଡି ଦୁର୍ଘଟଣାରେ ଗଲା ୩୦ରୁ ଊର୍ଦ୍ଧ୍ୱ ଜୀବନ

ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ...

ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା

ମ୍ୟୁନିକ୍‌,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍‌ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍‌ ସଂସଦରେ...

Advertisement
Archives

Model This Week