Posted inଖେଳ

ଇଣ୍ଡୋ- ପାକ୍‌ ମ୍ୟାଚ୍‌ ବିନା ଟେଷ୍ଟ ଚାମ୍ପିୟନଶିପ୍‌ର ମାନେ କିଛି ନାହିଁ

କରାଚୀ, ୧୮।୩ (ପି.ଟି.)- ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରା ନ ଗଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ମାନେ କିଛି ନାହିଁ। ଏକଥା କହିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଓ୍ବାକର ୟୁନିସ୍‌। ଟେଷ୍ଟ ଚାମ୍ପିୟନଶିପ୍‌ରେ ବିଶ୍ୱର ଶ୍ରେଷ୍ଠ ୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଏହି ଦେଶଗୁଡିକ ପରସ୍ପର ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ ଖେଳିବେ। ସର୍ବାଧିକ ପଏଣ୍ଟ ପାଇ ଶ୍ରେଷ୍ଠ ଦୁଇଟି ସ୍ଥାନରେ ରହିବାକୁ ଥିବା ଦଳ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲରେ ପରସ୍ପରକୁ ଭେଟିବା କାର୍ଯ୍ୟକ୍ରମ ରହିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କ ଭଲ ନାହିଁ ବୋଲି ଜାଣିଛି। ଏପରିକି ଦୁଇ ଦେଶର ସରକାରଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ କହିଲେ ଚଳେ। ତେବେ ଏପରିସ୍ଥଳେ ଚାମ୍ପିୟନଶିପ୍‌ରେ ଆଇସିସି ସକ୍ରିୟ ଭୂମିକା ନେବାର ଆବଶ୍ୟକ ରହିଛି ବୋଲି ଓ୍ବାକାର କ୍ରିକ୍‌ବଜ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି। ଆଇସିସି ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜକୁ ପୁଣି ଥରେ ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିବା ଉଚିତ।
୨୦୦୮ରେ ଆତଙ୍କବାଦୀଙ୍କ ମୁମ୍ବାଇ ଆକ୍ରମଣ ପରେ ଭାରତ ପାକିସ୍ତାନ ଗସ୍ତରେ ଯାଇନାହିଁ। ୨୦୦୭ ପରଠାରୁ ଦୁଇ ଦେଶ ମଧ୍ୟ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ ଖେଳିନାହାନ୍ତି। ଗତ ୧୪ ବର୍ଷ ମଧ୍ୟରେ ବିଶ୍ୱରେ ୮୭ଟି ଟେଷ୍ଟ ଓ ୨୬୨ଟି ଦିନିକିଆ ଖେଳାଯାଇଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ମାତ୍ର ୪ଟି ଟେଷ୍ଟ ଖେଳାଯାଇଛି। ଦୁଇ ଦେଶ ମଧ୍ୟରେ ଅଧିକ ଟେଷ୍ଟ ଖେଳାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ତେବେ ଭାରତ କ୍ରିକେଟ ପ୍ରତିଭା ସୃଷ୍ଟି କରିବାର କଠିନ ପରିଶ୍ରମ କରୁଛି ଓ ଏହାର ଫଳ ମଧ୍ୟ ହାସଲ କରିଛି। ୧୪୦ କି.ମି. ବେଗରୁ ଅଧିକ ଗତିରେ ବୋଲିଂ କରୁଥିବା ବୋଲରଙ୍କୁ ଭାରତ ନିୟମିତ ଭାବେ ସୃଷ୍ଟି କରୁଛି। ଅତୀତରେ କିନ୍ତୁ ଏପରି ହେଉ ନ ଥିଲା। ଏବେ ଭାରତ ପାଖରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଈଶାନ୍ତ ଶର୍ମାଙ୍କ ଭଳି ପ୍ରତିଭାସମ୍ପନ୍ନ ଦ୍ରୁତ ବୋଲର ରହିଛନ୍ତି। ଏବେ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହୋଇଛି। ବୋଲରମାନେ ଏବେ ନିୟମ ପରିବର୍ତ୍ତନ କାରଣରୁ ରକ୍ଷଣାତ୍ମକ ନୀତି ଅବଲମ୍ବନ କରୁଛନ୍ତି। ତେବେ ପୂର୍ବରୁ ଆମେ ଆକ୍ରମଣାତ୍ମକ ଶୈଳୀ ଆପଣାଇ ସଫଳତା ହାସଲ କରୁଥିଲୁ ବୋଲି ଓ୍ବାକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri