ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ ଦେଶର କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରୁଛି। ଏହି ବିଜ୍ଞାପନକୁ ଟେନିସ ଷ୍ଟାର ସାନିଆ ମିର୍ଜା ବୁଧବାର ବିରୋଧ କରିଛନ୍ତି। ପାକିସ୍ତାନର ଜାଜ୍‌ ଟିଭି ଏକ ବିଜ୍ଞାପନ ପ୍ରସାରଣ କରୁଛି, ଯେଉଁଥିରେ ବାଲକୋଟ ଆକ୍ରମଣ ପରେ ପାକିସ୍ତାନ ଆର୍ମି ଦ୍ୱାରା ଗିରଫ ହୋଇଥିବା ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ସଦୃଶ୍ୟ ଦେଖାଯାଉଥିବା ଏକ ଚରିତ୍ର ରହିଛି। ୩୩ ସେକେଣ୍ଡ ବିଶିଷ୍ଟ ବିଜ୍ଞାପନରେ ଭାରତୀୟ ଦଳର ଜର୍ସି ପିନ୍ଧିଥିବା ବର୍ଥମାନଙ୍କ ଚରିତ୍ର ତାଙ୍କ ଷ୍ଟାଇଲରେ ନିଶ ମଧ୍ୟ ରଖିଛି। ସେଥିରେ ତାଙ୍କୁ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ର ଭାରତୀୟ ଦଳର ରଣନୀତି ସମ୍ପର୍କରେ ପ୍ରଶ୍ନ କରାଯାଉଛି। ଆଉ ଉକ୍ତ ଚରିତ୍ର ଭାଇରାଲ ଡାଇଲଗ ‘ମୁଁ ଦୁଃଖିତ। ତୁମକୁ ଏହା କହି ପାରିବି ନାହିଁ’ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଭାରତରେ ପ୍ରସାରିତ ବିଜ୍ଞାପନରେ ଟିମ୍‌ ଇଣ୍ଡିଆର ପ୍ରଶଂସକମାନେ ନିଜକୁ ପାକିସ୍ତାନର ଆବୁ (ବାପା) ବୋଲି ଅବିହିତ କରୁଛନ୍ତି। ସୀମାର ଉଭୟ ପାର୍ଶ୍ୱରେ ଏଭଳି ବିଜ୍ଞାପନ ଯୋଗୁ ବହୁତ ସାଙ୍ଘାତିକ ଫଳାଫଳ ହୋଇପାରେ। ମ୍ୟାଚ୍‌ର ଆଉ ପ୍ରସାର କରିବା ଦରକାର ନାହିଁ। ଏହାକୁ ବହୁତ ଗୁରୁତ୍ୱ ଦିଆଯାଉଛି। ଏହା କେବଳ ଏକ କ୍ରିକେଟ ମ୍ୟାଚ୍‌। ତା’ଠାରୁ ଅଧିକ କିଛି ନୁହେଁ ବୋଲି ସାନିଆ ଟୁଇଟ୍‌ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ: କବିତାଙ୍କୁ ରୌପ୍ୟ, ଆକାଂକ୍ଷାଙ୍କୁ ବ୍ରୋଞ୍ଜ

କଟକ ଅଫିସ,୮ା୮- ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ଚଙ୍ଗମୁକ୍‌ୱାନ୍‌ ଟାଏକୋଣ୍ଡୋ ଏକାଡେମୀ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ସିନିୟର ବର୍ଗରେ...

ୟୁଏସ୍‌ ଓପନ୍‌ ପାଇଁ ସେରେନାଙ୍କ ପ୍ରସ୍ତୁତି

ଚେନ୍ନାଇ, ୨୧।୬: ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପାଇଁ ଆମେରିକୀୟ ତାରକା ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପ୍ରସ୍ତୁତି ଆରମ୍ଭ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ...

୫ ଓ୍ବିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚରେ ରବିବାର ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବିପକ୍ଷରେ...

କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍‌ରେ କଲେ ଫଟୋ ଅପଲୋଡ୍‌…

ନୂଆଦିଲ୍ଲୀ,୧୦।୫: ଟିମ୍‌ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର...

ରାଗିକି ଏମିତି କାମ କଲେ କୋହଲି

ଲର୍ଡସ,୧୬।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଚିନ୍ତା ବଢିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ରନ୍‌ କରିବାରେ...

ସୋସିଆଲ ମିଡିଆରୁ ଏତିକି ରୋଜଗାର କରନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୦।୮: ପଡ଼ିଆ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ମଧ୍ୟ ପଡ଼ିଆ ବାହାରେ ସୁପରହିଟ ହୋଇଛନ୍ତି। ବିରାଟ କୋହଲି ଦୁନିଆର ସର୍ବାଧିକ ରୋଜଗାର...

ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ

ଟୋକିଓ,୨୩।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି...

Advertisement
Archives

Model This Week