Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଦମଦାର ବିଜୟ ସହ ଗୋଆର ଅଭିଯାନ

ଗୋଆ,୨୪।୧୦(ପି.ଟି.): ଚଳିତ ହିରୋ ଇଣ୍ଡିଆନ ସୁପର ଲିଗରେ ଏକ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଗତ ବର୍ଷର ରନର୍ସଅପ ଏଫସି ଗୋଆ I ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଘରୋଇ ଦଳ ଗୋଆ ୩-୦ ଗୋଲରେ ଚେନ୍ନାଇୟିନ ଏଫସିକୁ ପରାସ୍ତ କରିଛି। ଗୋଆ ପ୍ରଥମାର୍ଦ୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ସ୍କୋର କରିଥିଲା I
ଗୋଆ ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ତୃତୀୟ ମିନିଟରେ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲା I କିନ୍ତୁ ମର୍ଟଡା ଫଲ ବାଇସାଇକେଲ ଶଟ୍‌ ଜରିଆରେ କରିଥିବା ଉଦ୍ୟମ ବ୍ୟର୍ଥ ହୋଇଥିଲା I ୧୫ତମ ମିନିଟରେ ଗୋଆର ଲେନି ରଡରିଗସଙ୍କୁ ବିପଜ୍ଜନକ ଖେଳ ପାଇଁ ରେଫରି ହଳଦିଆ କାର୍ଡ ଦେଖାଇଥିଲେ I ପ୍ରଥମାର୍ଦ୍ଧରେ ଚେନ୍ନାଇୟିନ ଗୋଲରକ୍ଷକ ବିଶାଳ କାଇଥ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଏକାଧିକ ବିପଦରୁ ରକ୍ଷା କରିଥିଲେ I ଚେନ୍ନାଇୟିନ ଦଳ ମଧ୍ୟ ଗୋଲ ଦେବାର ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇ ନ ଥିଲା I
୩୦ତମ ମିନିଟରେ ଲେନ ଡଙ୍ଗେଲ ମ୍ୟାଚର ପ୍ରଥମ ଗୋଲ ଦେଇ ହାଫ୍‌ ଟାଇମ୍‌ ସୁଦ୍ଧା ଗୋଆକୁ ୧-୦ ରେ ଅଗ୍ରଣୀ କରାଇଥିଲେ I ଆଇଏସଏଲରେ ଏହା ଥିଲା ତାଙ୍କର ଅଷ୍ଟମ ଗୋଲ I ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଗୋଆ ଦଳ ତା’ର ଆକ୍ରମଣ ଜାରି ରଖି ପ୍ରତିପକ୍ଷ ଉପରେ ପ୍ରବଳ ଚାପ ପକାଇଥିଲା I ବିଶେଷକରି ଫେରାନ କରୋମିଆନ୍ସ ଓ ଲେନ ଡଙ୍ଗେଲଙ୍କ ଯୋଡି ଚେନ୍ନାଇୟିନ ସମସ୍ୟାରେ ପକାଇଥିଲେ I ମ୍ୟାଚର ୬୨ତମ ମିନିଟରେ କରୋମିଆନ୍ସ ଗୋଆ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ I
ଘରୋଇ ଦଳ ୨-୦ରେ ଅଗ୍ରଣୀ ହେବା ପରେ ମଧ୍ୟ ଆକ୍ରମଣାତ୍ମ ଖେଳ ଜାରି ରଖିଥିଲା। ମ୍ୟାଚ୍‌ର ୮୧ତମ ମିନିଟରେ କାର୍ଲସ ପେନା ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ ଓ ଦଳକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ଗୋଆ ଗୋଲରକ୍ଷକ ମହମ୍ମଦ ନୱାଜ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ତାଙ୍କ ସାଥି ଖେଳାଳି ସେରିଟନ ଫର୍ନାଣ୍ଡେଜ ହିରୋ ମ୍ୟାନ ଅଫ ଦି ପୁରସ୍କାର ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri