Posted inଖେଳ

ଇଣ୍ଡିଆନ ଗ୍ରାଁ ପ୍ରି ୫: ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)-
ପଞ୍ଜାବର ପଟିଆଲାସ୍ଥିତ ଏନଏସଏନଆଇଏସଠାରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍‌ ମିଟ୍‌ର ୫ମ ଚରଣରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭିଜା ସମସ୍ୟା ଯୋଗୁ ୟୁରୋପ ଆଥଲେଟିକ୍‌ ମିଟ୍‌ରେ ଭାଗନେଇପାରି ନ ଥିବା ଭାରତର ଏହି ସ୍ପ୍ରିଣ୍ଟ କୁଇନ ମହିଳା ୧୦୦ ମିଟର ଇଭେଣ୍ଟରେ ୧୧.୪୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ତାମିଲନାଡ଼ୁର ଅର୍ଚ୍ଚନା ସୁଶିନ୍ଦ୍ରନ ୧୧୫୩ ଓ ପଞ୍ଜାବର ମନଭୀର କୌର ୧୨.୨୮ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୨୦୧୯ ଏପ୍ରିଲ ୨୨ରେ ଦୋହାଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୧.୨୬ ସେକେଣ୍ଡ ସମୟ ନେଇ ଦୂତୀ ଏବେ ଜାତୀୟ ରେକର୍ଡର ଅଧିକାରିଣୀ ଅଛନ୍ତି। ” ୟୁରୋପ ଆଥଲେଟିକ୍‌ ମିଟ୍‌ ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି। ତାହାତ ହୋଇ ପାରିଲାନି। ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଲିପ୍‌ ଯୋଗ୍ୟତା ପାଇଁ ଇଣ୍ଡିଆନ ଗ୍ରାଁ ପ୍ରିରେ ମଧ୍ୟ ସୁଯୋଗ ଥିଲା। ମାତ୍ର ଏହି ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିଲେ ହେଁ ଅଧିକ ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ଯୋଗ୍ୟତା ଟାଇମିଂ ସ୍ପର୍ଶ କରି ପାରିଲିନି। ବିଶେଷ କରି ଏଥିରେ ହିଟ୍‌ କିମ୍ବା ସେମିଫାଇନାଲ ନ ଥିବାରୁ ସିଧାସଳଖ ଫାଇନାଲରେ ଟାଇମିଂ ଭଲ ରହିଲାନି। ଚଳିତମାସ ୨୭ ତାରିଖରୁ ଲକ୍ଷ୍ନୌଠାରେ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆରମ୍ଭ ହେବ। ସେଠାରେ ମଧ୍ୟ ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ସୁଯୋଗ ରହିଛି। ୧୧.୨୪ ସେକେଣ୍ଡ ସମୟ ସ୍ପର୍ଶ କରି ମୁଁ ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇବା ନେଇ ଆଶା ରଖିଛି“ ବୋଲି ଦୂତୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ପାକିସ୍ତାନକୁ ବିଜୟର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ସାନିଆ: ଲୋକେ କହିଲେ ୧୬କୁ କାହାକୁ କରିବ ସମର୍ଥନ

ନୂଆଦିଲ୍ଲୀ,୪।୬: ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରେ ପାକିସ୍ତାନ ନିଜର ଭୁଲ୍‌ ସୁଧାରିଛି। ସୋମବାର ଆଇସିସି ଓ୍ବାର୍ଲଡ କପ୍‌-୨୦୧୯ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଦମ୍‌ଦାର...

ଗୃହବନ୍ଦୀରୁ ମୁକ୍ତ ହେଲେ ରୋନାଲ୍ଡିିନୋ

ଆସନସିଅନ (ପାରାଗୁଏ), ୨୬ା୮(ଏପି)-ଅବସରପ୍ରାପ୍ତ ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ରୋନାଲ୍ଡିିନୋ ଗୃହବନ୍ଦୀରୁ ଖଲାସ ହୋଇଛନ୍ତି। ଜାଲ୍‌ ପାସ୍‌ପୋର୍ଟ ଜରିଆରେ ସେ ପାରାଗୁଏ ଯାଇଥିଲେ। ସେଠାରେ ଧରାପଡ଼ିବା ପରେ...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ନୂଆଦିଲ୍ଲୀ, ୨୧।୯- ବେଲଜିୟମ ଟୁର୍‌ ପାଇଁ ଶୁକ୍ରବାର ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ଦୁଇ ଅଭିଜ୍ଞ ଖେଳାଳି...

ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ...

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ...

ପ୍ଲିସ୍‌କୋଭାଙ୍କୁ ଇଟାଲିଆନ ଓପନ ଟାଇଟଲ

ରୋମ୍‌, ୧୯ା୫ (ଏଏଫ୍‌ପି)- ଚତୁର୍ଥ ସିଡ୍‌ ତଥା ଚେକ୍‌ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା ଡବ୍ଲ୍ୟୁଟିଏ ଇଟାଲିଆନ ଓପନ ମହିଳା ସିଙ୍ଗଲ୍ସ୍ସ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲରେ ସେ...

Coronavirus Update

Archives

Model This Week

Why Dharitri