ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆରମ୍ଭ: ୫୦୦ ଷ୍ଟଲ୍‌ରେ ୭ ଦେଶ, ୧୦ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କ୍ରେଡାଇ ଭୁବନେଶ୍ୱର, ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜି.ଏସ୍‌. ମାର୍କେଟିଂ ଆସୋସିଏଟ୍‌ସ ମିଳିତ ଆନୁକୂଲ୍ୟରେ ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଟ୍ରେଡ୍‌ ଫେୟାରକୁ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‌, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ରିୟଲ-ଇଷ୍ଟେଟ୍‌ ଡେଭଲପର୍ସ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶିତ କରୁଥିବାବେଳେ ଏ ସମ୍ବନ୍ଧିତ ବିଭିନ୍ନ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ୍‌ ପ୍ରମୁଖ ଭାଗ ନେଇଛନ୍ତି।
ଚଳିତବର୍ଷ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାରକୁ ୟୁସିସିଆଇ ସହଯୋଗିତାରେ ଆୟୋଜନ କରାଯାଉଥିବାବେଳେ ସହଯୋଗୀ ଦେଶଭାବେ ବାଂଲାଦେଶ ଓ ଥାଇଲାଣ୍ଡ, ଫୋକସ୍‌ ରାଷ୍ଟ୍ର ଭାବେ ଆଫଗାନିସ୍ତାନ ଏବଂ ତୁର୍କୀ ରହିଛନ୍ତି। ଓଡ଼ିଶା ଏଥର ଆୟୋଜକ ରାଜ୍ୟ ହୋଇଥିବାବେଳେ କର୍ନାଟକ ଓ ପଶ୍ଚିମବଙ୍ଗ ସହଯୋଗୀ ରାଜ୍ୟ ଏବଂ ତାମିଲନାଡ଼ୁ ଓ ମହାରାଷ୍ଟ୍ର ଫୋକସ୍‌ ରାଜ୍ୟ ରହିଛନ୍ତି। ମୋଟ ୫୦୦ ଷ୍ଟଲ୍‌ରେ ୭ ଦେଶ ଓ ଭାରତର ୧୦ ରାଜ୍ୟ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ, ଦୁବାଇ, ମାଲେସିଆ, ଭାରତ ଏବଂ ଥାଇଲାଣ୍ଡ ଭଳି ଦେଶ ଏଥର ଫେୟାରରେ ଯୋଗ ଦେଇଛନ୍ତି। ସେହିଭଳି କର୍ନାଟକ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଆଦି ରାଜ୍ୟର କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି। ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଦ୍ରବ୍ୟ ଏଠାରେ ମିଳୁଛି। ଏହି ମେଗା ଟ୍ରେଡ୍‌ ଫେୟାର ସମ୍ପର୍କରେ ସୂଚନା ଦେଇ କ୍ରେଡାଇ ଭୁବନେଶ୍ୱର ସଭାପତି କାନ୍ତିଲାଲ ପଟେଲ କହିଛନ୍ତି, ବିଶ୍ୱର ପ୍ରମୁଖ ୧୪ ଶିଳ୍ପକ୍ଷେତ୍ର ମଧ୍ୟରୁ ନିର୍ମାଣ ଶିଳ୍ପ ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଘର କିଣାବିକା ଉପରେ ଜିଏସ୍‌ଟିକୁ ୧୨%ରୁ ୫%କୁ କମାଇ ଦେଇଛନ୍ତି। ହେଲେ ମେଟ୍ରୋ ସହରଗୁଡ଼ିକରେ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଡେଭଲପର୍ସଙ୍କୁ କିଭଳି ସହଜରେ ଅନୁମତି ମିଳିବ ସେନେଇ କେନ୍ଦ୍ର ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଥିଲେ। ଚଳିତବର୍ଷ ଟ୍ରେଡ୍‌ ଫେୟାରରେ ସୁଲଭ ହାଉସିଂ ଏବଂ ରେଡି ଟୁ ମୁଭ୍‌ ପ୍ରକଳ୍ପ ପ୍ରଦର୍ଶନ ହେଉଥିବା କ୍ରେଡାଇ ଭୁବନେଶ୍ୱର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ନାଲ୍‌କୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ୟୁସିସିଆଇ ସଭାପତି ରମେଶ ମହାପାତ୍ର, ଆୟୋଜନ କମିଟି ଅଧ୍ୟକ୍ଷ ପ୍ରକାଶ ଶାହା, ଜିଏସ୍‌ ମାର୍କେଟିଂ ଆସୋସିଏଟସ୍‌ ସିଇଓ ସୁପର୍ଣ୍ଣା ଦତ୍ତ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଟ୍ରେଡ୍‌ ଫେୟାର ଖୋଲା ରହୁଥିବାବେଳେ ପ୍ରବେଶ ଶୁଳ୍କ ୨୦ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା

କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଲା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ...

ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ। ରବିବାର ବସ୍ତି ଉଚ୍ଛେଦ ପାଇଁ ଯାଇଥିବାବେଳେ ବସ୍ତିବାସିନ୍ଦାମାନେ ପୋଲିସ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌କୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି...

ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ...

ସବାଇଘାସର ରାଖୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଲାଗିବା କଥା। କିନ୍ତୁ କରୋନା...

ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସାରା ଓଡ଼ିଶାର କଳାକାର ଓ ଶିଳ୍ପୀଙ୍କୁ ନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାମ କରିବ। ଏକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମ ବନ୍ଦ...

ଓଡ଼ିଶା ଗସ୍ତରେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର,୨୨।୯(ବ୍ୟୁରୋ) : ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆନ୍ଧ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ...

ଆଜି ଭୁବନେଶ୍ୱରରୁ ୩୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୮(ବ୍ୟୁରୋ)-ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ...

Coronavirus Update

Archives

Model This Week

Why Dharitri