Posted inଜାତୀୟ

ମ୍ୟାଜିକ୍‌ ନମ୍ବର ପାଇଁ ଛିଡୁନି ଅଙ୍କକଷା: ମହାରାଷ୍ଟ୍ରରେ ସଙ୍କଟମୋଚନ ସାଜିବ କିଏ ?

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁ ନ ଥିବାରୁ କଂଗ୍ରେସ, ଏନସିପି ସହିତ ଅନ୍ୟ ଛୋଟ ଛୋଟ ଦଳ କିଙ୍ଗ୍‌ମେକର ହେବାକୁ ଅପେକ୍ଷା କରିଛନ୍ତି। ଏପରିସ୍ଥଳେ ସଙ୍କଟମୋଚନ କିଏ ସାଜିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶିବସେନା ମୁଖପତ୍ର ସାମନାରେ କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତଙ୍କର ଏକ ଲେଖା ରବିବାର ପ୍ରକାଶ ପାଇଛି। ଏଥିରେ ସେ ଭାଜପାକୁ ଟାର୍ଗେଟ୍‌ କରିବା ସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି। ଭାଜପା ରଥ କାଦୁଅରେ ଅଟକି ରହିଥିବାବେଳେ ସଙ୍କଟମୋଚନ ଶାହଙ୍କ ଦେଖା ନାହିଁ ବୋଲି ସଞ୍ଜୟ କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ଆସନ ସଂଖ୍ୟା ୨୮୮ ମଧ୍ୟରୁ ସରକାର ଗଠନ ପାଇଁ ୧୪୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ଭାଜପା ପାଖରେ ୧୦୫ ବିଧାୟକ ଥିବାବେଳେ ଶିବସେନା ପାଖରେ ୫୬, ଏନ୍‌ସିପି ୫୪ ଏବଂ କଂଗ୍ରେସ ପାଖରେ ୪୪ ବିଧାୟକ ରହିଛନ୍ତି। ଅବଶିଷ୍ଟ ଆସନରେ ଛୋଟ ଛୋଟ ଦଳର ବିଧାୟକ ବିଜୟ ଲାଭ କରିଛନ୍ତି। ତେବେ ଏକୁଟିଆ ଭାଜପା ଅବା ଶିବସେନା ମ୍ୟାଜିକ୍‌ ନମ୍ବର ହାସଲ କରିବାକୁ ସକ୍ଷମ ହେବ ନାହିଁ। ଏନ୍‌ସିପି, କଂଗ୍ରେସ ସହିତ ଅନ୍ୟ ଛୋଟ ଛୋଟ ଦଳଙ୍କ ସମର୍ଥନ ପାଇଲେ ଶିବସେନା ୧୭୦ ଆସନ ହାସଲ କରି ପାରିବ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ହଜାର ମୋବାଇଲରେ ୨୦ ଲକ୍ଷ ନମ୍ବର

ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର...

ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇପାରିବେନି କେଜରିଓ୍ବାଲ, ରହିଛି ଅନେକ ସର୍ତ୍ତ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri