Posted inଖେଳ

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ଆର୍ଚର

ଲଣ୍ଡନ,୨୧ା୫- ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଥିବା ଜୋର୍ଫା ଆର୍ଚରଙ୍କୁ ବିଶ୍ୱକପ୍‌ ଲାଗି ମଙ୍ଗଳବାର ଘୋଷିତ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି। ତେବେ ତାଙ୍କୁ ବାମହାତୀ ପେସର ଡେଭିଡ ଓ୍ବିଲିଙ୍କ ସ୍ଥାନରେ ନିଆଯାଇଛି। ସେ ଏପର୍ଯ୍ୟନ୍ତ ମାତ୍ର ୩ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଆୟର୍ଲାଣ୍ଡ ବିପକ୍ଷରେ ଗୋଟିଏ ଓ ପାକିସ୍ତାନ ବିପକ୍ଷରେ ଦୁଇଟି। ଅଳ୍ପ ସଂଖ୍ୟକ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ନିୟମିତ ୧୪୦ କି.ମି. ବେଗରେ ବୋଲିଂ କରିବା ସହ ଠିକ୍‌ ୟର୍କର ପକାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନ୍ତିମ ମ୍ୟାଚ୍‌ ଖେଳିଥିବା ଲିଆନ ଡାଓ୍ବସନଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ନିଆଯାଇଛି। ସେ ବାମହାତୀ ସ୍ପିନ ବୋଲିଂ ସାଙ୍ଗକୁ ବ୍ୟାଟିଂ ମଧ୍ୟ କରନ୍ତି। ଡ୍ରଗ୍ସ ସେବନ ଯୋଗୁ ଜାତୀୟ ଦଳରୁ ବାସନ୍ଦ ହୋଇଥିବା ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଜେମ୍ସଙ୍କୁ ଭିନ୍ସଙ୍କୁ ଦଳରେ ଯାଗା ମିଳିଛି। ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ରେ ଇଂଲଣ୍ଡ ଦଳ ପ୍ରଥମ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ।
ଇଂଲଣ୍ଡ ଦଳ: ଇଆନ ମୋର୍ଗାନ (ଅଧିନରୟକ), ଜାସନ ରୟ, ଜନ୍ନି ବେଆରର୍ଷ୍ଟୋ, ଜୋ ରୁଟ, ଜେମ୍ସ ଭିନ୍ସ, ଜୋସ ବଟଲର, ବେନ ଷ୍ଟୋକ୍ସ, ମୋଏନ ଅଲି, ଆଦିଲ ରଶିଦ, କ୍ରିସ ଓ୍ବକ୍ସ, ଲିଆମ ପ୍ଲଙ୍କେଟ, ଟମ କୁରାନ, ଲିଆନ ଡାଓ୍ବସନ, ଜୋର୍ଫା ଆର୍ଚର ଓ ମାର୍କ ଉଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ...

ସୌଦି ଆରବରୁ ଆସିଲା ବର୍ଷର ପ୍ରଥମ ଦୁଃଖଦ ଖବର: କୋମାକୁ ଚାଲିଗଲେ ଜଣାଶୁଣା ଭାରତୀୟ ବାଇକ୍‌ ରାଇଡର

ନୂଆଦିଲ୍ଲୀ,୭।୧- ଜଣାଶୁଣା ଭାରତୀୟ ମୋଟରସାଇକେଲ ରେସର ସି. ଏସ୍‌. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏୟାରଲିଫ୍ଟ ଯୋଗେ...

ଆସନ୍ତାବର୍ଷ ଆଇପିଏଲ୍‌ ଖେଳିବେ କି ସୁରେଶ ରାଇନା, କଲେ ବଡ ଖୁଲାସା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସୁରେଶ ରାଇନା ପୁଣିଥରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ। ରାଇନା ନିଜେ ଏହି...

ଯୁବରାଜଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ

ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଟିମ୍‌। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍‌ ଯୁବରାଜ...

ଆଇପିଏଲରେ ଗୋଟେ ବଲ ପିଛା କୁମିନ୍ସଙ୍କ ଆୟ ୪.୬ ଲକ୍ଷ

ନୂଆଦିଲ୍ଲୀ,୨୫।୧୨- ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆ ପେସର ପାଟ କୁମିନ୍ସଙ୍କୁ ସାଢ଼େ ୧୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍‌...

ନେଦରଲାଣ୍ଡ୍ସକୁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିବା ପାଇଁ ଟିମ ଇଣ୍ଡିଆ ୧୮୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ବ୍ୟତୀତ...

ଲକ୍‌ଡାଉନ୍‌ରେ ପୋଲିସ ୟୁନିଫର୍ମରେ ଇନ୍ଦୁମତୀ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଲକ୍‌ଡାଉନ୍‌ ଯୋଗୁ ଭାରତର ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ଖେଳାଳିମାନେ ଏବେ ଘରେ ସେମାନଙ୍କ ପରିବାର ସହିତ ଦିନ ବିତାଉଛନ୍ତି। ହେଲେ...

ହେଭିଓ୍ବେଟ୍‌ ଚାମ୍ପିୟନ

୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ...

Advertisement
Archives

Model This Week