ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିପାରେ

ଲଣ୍ଡନ,୨୦।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିବ। ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ ନୂଆ ଜର୍ସି ବ୍ୟବହାର କରିବାର ବିଶେଷ ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ଦଳ କିମ୍ବା ବିସିସିଆଇ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ଦଳର କିଟ୍‌ ପ୍ରାୟୋଜକ ନାଇକ୍‌ ଏ ସମ୍ପର୍କରେ ଚୁପ ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମଳା ରଙ୍ଗର ଜର୍ସି ଓ କଲରରେ ବ୍ଲୁ ଷ୍ଟ୍ରିପ ରହିଛି। ଫୁଟ୍‌ବଲ ଭଳି କ୍ରିକେଟରେ ମଧ୍ୟ ଘରୋଇ ଓ ଭ୍ରମଣକାରୀ ଦଳ ଭିତ୍ତିରେ ଜର୍ସି ବ୍ୟବହାର କରିବାକୁ ଆଇସିସି ନୂଆ ନିୟମ କରିଛି। ବିଶ୍ୱକପ୍‌ ମ୍ୟାଚ୍‌ରେ ଦୁଇଟି ଦଳ କଦାପି ସମାନ ରଙ୍ଗର ଜର୍ସି ପରିଧାନ କରିପାରିବେ ନାହିଁ। କେବଳ ଆୟୋଜକ ଦଳକୁ ନିଜ ଜର୍ସିକୁ ଅପରିବର୍ତ୍ତିତ ରଖିବା ଅଧିକାର ଦିଆଯାଇଛି। ଫଳରେ ଭାରତୀୟ ଦଳକୁ ଜର୍ସିରେ ପରିବର୍ତ୍ତନ କରିବାକୁ ପଡ଼ିବ। ପାରମ୍ପରିକ ଟିମ୍‌ ଇଣ୍ଡିଆର ନୀଳ ରଙ୍ଗର ଜର୍ସିରେ ମଧ୍ୟ କମଳା ରଙ୍ଗର ଷ୍ଟ୍ରିପ ରହିଛି, ଯାହାକି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଦଳାଇବା ନେଇ ଆଶା କରାଯାଉଛି। ସେହିଭଳି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଯେ କୌଣସି ଦଳ ପାରମ୍ପରିକ ସବୁଜ ରଙ୍ଗର ଜର୍ସି ପିନ୍ଧିପାରିବେ ନାହିଁ। କେବଳ ଅଷ୍ଟ୍ରେଲିଆ (ହଳଦିଆ), ନ୍ୟୁଜିଲାଣ୍ଡ (କଳା) ଓ ଓ୍ବେଷ୍ଟଇଣ୍ଡିଜ (ନାଲି) ଦଳର ବିକଳ୍ପ ଜର୍ସି ଦରକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ କେକେଆର୍‌; କୋହଲିଙ୍କ ଉପରେ ରହିବ ନଜର

ଆବୁଧାବି, ୨୧।୧୦: ଆଇପିଏଲ୍‌ ୧୩ତମ ସିଜନର ୩୯ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)...

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର...

ବର୍ଷିଲେ ଶାସ୍ତ୍ରୀ, ପିଟରସେନ ବି ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୫।୭: ଏଜବାଷ୍ଟନଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ। ଏଥିଯୋଗୁ...

ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେଉଛି । ଏହା ପରେ...

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି...

କ୍ରିକେଟ ଉପଦେଷ୍ଟା କମିଟିରେ ମଦନ ଲାଲ

ନୂଆଦିଲ୍ଲୀ, ୩୧ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପୂର୍ବତନ କ୍ରିକେଟର ରୁଦ୍ରପ୍ରତାପ ସିଂ, ମଦନ ଲାଲ ଏବଂ ସୁଲକ୍ଷଣା ନାଏକ ପ୍ରମୁଖ ଶୁକ୍ରବାର...

ସଚିନଙ୍କ ପୁଅଙ୍କ ଯୋଗୁ ଏହି ଖେଳାଳିଙ୍କ ଭାଗ୍ୟ ଫିଟିଲା

ମୁମ୍ବାଇ,୧୬।୧୦: ଚଳିତ ବିଜୟ ହଜାରେ ଟ୍ରଫିରେ ଯଦିଓ ମୁମ୍ବାଇ ଦଳର ପ୍ରଦର୍ଶନ ସେତେଟା ଖାସ୍‌ ନାହିଁ ତଥାପି ଦଳର ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଯଶଓ୍ବାଲ୍‌ ସମସ୍ତଙ୍କ...

Advertisement
Archives

Model This Week