Posted inଖେଳ

ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ରୋଚ୍‌ ଆଗ୍ରହୀ

ଲଣ୍ଡନ, ୨୯ା୫ (ଏଏଫ୍‌ପି)-କରୋନାଭାଇରସ୍‌ ଆଶଙ୍କା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ମୋର ଆଗ୍ରହ ରହିଛି ବୋଲି କହିଛନ୍ତି ଫାଷ୍ଟ ବୋଲର କେମର ରୋଚ୍‌। କ୍ୟାରିବିୟାନ ଦଳ ଇଂଲଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ପ୍ରକୃତରେ ଏହି ସରିଜ ଜୁନ୍‌ରେ ଖେଳାଯାଇଥାନ୍ତା। କିନ୍ତୁ ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିଯିବାରୁ ବିଳମ୍ବ ଘଟିଛି। ଏହା ଜୁଲାଇ ୮, ୧୬ ଓ ୨୪ରୁ ରୁଦ୍ଧଦ୍ୱାରରେ ଖେଳାଯିବ। ହାମ୍ପଶାୟାରର ଏଜିିଆସ୍‌ ବାଓଲ୍‌ ଏବଂ ଲାଙ୍କାଶାୟାରର ଓଲ୍ଡ ଟ୍ରାଫୋର୍ଡଠାରେ ମ୍ୟାଚ ଖେଳାଯିବ। ବାର୍ବାଡୋସ୍‌ରେ ଜନ୍ମିତ ୩୧ ବର୍ଷୀୟ ରୋଚ୍‌ ଚଳିତ ସପ୍ତାହରେ ଟ୍ରେନିଂକୁ ଫେରିଛନ୍ତି। କ୍ରିକେଟ ପାଇଁ ଇଂଲଣ୍ଡରେ ସୁନ୍ଦର ପରିବେଶ ଏବଂ ସୁବିଧାସୁଯୋଗ ରହିଛି। ସେଠାରୁ କିଛି ସ୍ମରଣୀୟ ସ୍ମୃତି ନେଇ ଫେରିବା ଲାଗି ଆଶା ରଖିଛନ୍ତି ଏହି ଓ୍ବେଷ୍ଟଇଣ୍ଡିଆନ୍‌ ଫାଷ୍ଟ ବୋଲର। ଇଂଲଣ୍ଡରେ ମୁଁ ବ୍ୟକ୍ତିଗତ ୨୦୦ ଉଇକେଟ ପୁରଣ କରିବା ଲକ୍ଷ୍ୟ ରଖିଛି। ଦଳ ସେଠାରେ ସିରିଜ ବିଜୟୀ ହୋଇ ଫେରିବା ଲାଗି ଲକ୍ଷ୍ୟ ରଖିଛି ବୋଲି ରୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୧ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ କାର୍ଯ୍ୟସୂଚୀ ପୁନଃ ନିର୍ଦ୍ଧାରିତ

ନୂଆଦିଲ୍ଲୀ,୧।୫ (ପି.ଟି.): ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସ୍ପେନ୍‌ରେ ଆୟୋଜନ ହେବାକୁ ଥିବା ୨୦୨୧ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ଏହି...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଘାଟିତ

ଗୁଆହାଟୀ, ୧୧ା୧ : ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଆକର୍ଷଣୀୟ ଉଦ୍‌ଘଟନୀ ଉତ୍ସବକୁ ଷ୍ଟାଡିୟମରେ ଉପସ୍ଥିତ...

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ...

ବାସନ୍ଦାଦେଶରୁ ବର୍ତ୍ତିଲେ ଉମର ଆକମଲ

କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ...

୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍‌ ପଦକ…

ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ...

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା...

‘କାର୍ତ୍ତିକଙ୍କ ବୟସ ଦେଖ ନାହିଁ, ଖେଳ ଦେଖ’

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୨ରେ ଦମ୍‌ଦାର ଫର୍ମରେ ନଜର ଆସୁଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ୍‌ ଏଯାବତ ୬...

୩୯ ବର୍ଷ ବୟସରେ ‘ସୁପର୍‌ ମ୍ୟାନ କ୍ୟାଚ୍‌’ ଧରିଲେ ଧୋନୀ

ଦୁବାଇ, ୨୬।୯: ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ୪୪ ରନରେ...

Advertisement
Archives

Model This Week