Posted inଖେଳ

ଇଂଲଣ୍ଡ ଆସେସ୍‌ ଦଳରେ ଆର୍ଚର

ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍‌ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ପେସର ଜୋଫ୍ରା ଆର୍ଚର। ସେ ଦଳ ପାଇଁ ବିଶ୍ୱକପ୍‌ ଫାଇନାଲରେ ସୁପର ଓଭର ଚମତ୍କାର ବୋଲିଂ କରି ୧୬ ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିଥିଲେ। ଏପର୍ଯ୍ୟନ୍ତ ସେ କ୍ରିକେଟର ଲମ୍ବା ଫର୍ମାଟରେ ପଦାର୍ପଣ କରିନାହାନ୍ତି। ବେନ୍‌ ଷ୍ଟୋକ୍ସ ଓ ଜସ୍‌ ବଟଲର ଦଳକୁ ଫେରିଛନ୍ତି। ଉଭୟଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଷ୍ଟୋକ୍ସଙ୍କୁ ପୁଣି ଥରେ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଲୁଇସ ଗ୍ରେଗୋରି ଓ ଜ୍ୟାକ ଲିଚ୍‌ ଦଳରେ ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ଆର୍ଚର ବର୍ମିଂହାମଠାରେ ଟେଷ୍ଟ ପଦାର୍ପଣ କରିବା ନେଇ ଅନିଶ୍ଚିତତା ଜାରି ରହିଛି। ସେ ଏବେ ମାଂସପେଶୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ବ୍ୟତୀତ ଜେମ୍ସ ଆଣ୍ଡରସନ ଆହତ ସମସ୍ୟା ସତ୍ତ୍ୱେ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌, ଓଲି ଷ୍ଟୋନ ଓ ସାମ କୁରାନ ରହିଛନ୍ତି। ମୋଏନ ଅଲି ଏକମାତ୍ର ସ୍ପିନର ଭାବେ ଦଳରେ ମନୋନୀତ ହୋଇଛନ୍ତି। ଗତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳ ୮୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ସତ୍ତ୍ୱେ ଦଳର ବ୍ୟାଟିଂ ଲାଇନ୍‌ ଅଫ୍‌ରେ କୌଣସି ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ଚୟନକର୍ତ୍ତା ଇଡି ସ୍ମିଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍‌ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର...

ଡବ୍ଲ୍ୟୁଟିସି ଫାଇନାଲ୍‌ର ଏହି ଗୋଟିଏ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଗଲା

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ହେଉନା...

ବିଶ୍ୱକପ୍‌ ପରେ ଆଇପିଏଲ୍‌ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର

ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍‌ର ଭୂମିକା ଥିବା...

କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ...

ନାଜମୁଲ, ମୋମିନୁଲଙ୍କ ଅର୍ଦ୍ଧଶତକ

ଢାକା,୨୩ା୨(ଏଏଫ୍‌ପି): ଢାକାଠାରେ ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ନାଜମୁଲ ହୋସେନ ଏବଂ ମୋମିନୁଲ ହକ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିଜ ସ୍ଥିତିକୁ...

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି।...

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ...

ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ଇମୋଲା (ଇଟାଲି), ୧୯ା୪-ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି କାର୍‌ ରେସ୍‌ ଜିତିଛନ୍ତି। ଚଳିତବର୍ଷ ଏହା ତାଙ୍କର ପ୍ରଥମ ଏବଂ...

Advertisement
Archives

Model This Week