Posted inଖେଳ

ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ରେକର୍ଡ: ଗୋଟିଏ ଇନିଂସରେ ମାରିଲେ ୧୭ ଛକା

ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୧୭ଟି ଛକା ମାରି ଏକ ବିରଳ ସଫଳତା ହାସଲ କରିଛନ୍ତି। ୭୧ଟି ବଲର ସମ୍ମୁଖୀନ ହୋଇ ସେ ୧୪୮ ରନର ଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ରହମତ ସାହାଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦିନିକିଆରେ ସର୍ବାଧିକ ଛକା ମାରିବାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ଛକା ମାରିଥିଲେ। ସେହିପରି ଗେଲ ଓ ଡିଭିଲର୍ସ ମଧ୍ୟ ଗୋଟିଏ ଇନିଂସରେ ୧୬ଟି ଛକା ମାରିଥିଲେ। ମୋର୍ଗାନଙ୍କ ଏହି ଧୂଆଁଧାର ଇନିଂସ ବଲରେ ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ୬ ଉଇକେଟ ହରାଇ ୩୯୭ ରନର ବୃହତ୍‌ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦...

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି।...

ଶତକୀୟ ମ୍ୟାଚ୍‌ରେ ରୁଟ୍‌ଙ୍କ ଶତକ

ଚେନ୍ନାଇ, ୫ା୨- ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶୁକ୍ରବାର କ୍ୟାରିୟରର ଦୁଇ ଦୁଇଟି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ...

ବର୍ଷର ଶ୍ରେଷ୍ଠ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ

ଦୁବାଇ,୨୦।୧: ୨୦୨୧ ବର୍ଷ ଲାଗି ଘୋଷିତ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓପନର ରୋହିତ ଶର୍ମା, ଉଇକେଟକିପର...

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: କୋହଲିଙ୍କ ପରେ…

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅଧିନାୟକ ଭାବରେ ପ୍ରମାଣ କରିବାକୁ ବହୁତ କମ ସମୟ ବାକି ଅଛି। ଯଦି ବିରାଟ କୋହଲି ଭାରତକୁ ୨୦୨୧...

ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ବାମ୍ବୋଲିମ୍‌ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ ମୁମ୍ବାଇ...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ଟେଲରଙ୍କ ଅପରାଜିତ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୦୩/୫

ଗାଲେ, ୧୪।୮(ପି.ଟି.): ସ୍ଥାନୀୟ ଗାଲେ ନ୍ୟାଶନାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ...

Advertisement
Archives

Model This Week