Posted inଖେଳ

ଇଂଲଣ୍ଡ ଅଧିନାୟକ ପଦରେ ରହିବାକୁ ଚାହାନ୍ତି ରୁଟ୍‌

ମାଞ୍ଚେଷ୍ଟର,୯।୯(ଏଏଫ୍‌ପି): ଜୋ ରୁଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ ଦଳ ୨୦୧୭-୧୮ ସିଜନରେ ୪-୦ ବ୍ୟବଧାନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏହାପରେ ଘରୋଇ ମାଟିରେ ୨-୧ରେ ଆଶେସ ଟ୍ରଫି ହାତଛଡ଼ା କରିବା ପରେ ରୁଟ୍‌ଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ଟେଷ୍ଟ ଓଭାଲଠାରେ ଆସନ୍ତା ସପ୍ତାହରେ ଖେଳାଯିବ। ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ କରାଯାଉଥିବା ରୁଟ୍‌ ଗତ ୫ ଇନିଂସରେ ଖାତା ଖୋଲି ପାରି ନାହାନ୍ତି। ଇଂଲଣ୍ଡ ଦଳର ଗୁରୁଦାୟିତ୍ୱ ବଜାୟ ରଖିବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ଯେତେବେଳେ କୌଣସି ସିରିଜ୍‌ ହାରୁ ନିଶ୍ଚିତ କଷ୍ଟ ହୁଏ। ତାହାର ଦାୟିତ୍ୱ ମୋତେ ନେବାକୁ ପଡ଼ିବ। କେଉଁ ବିଭାଗଗୁଡ଼ିକରେ ଆମକୁ ଉନ୍ନତି ଦରକାର ତାକୁ ଚିହ୍ନଟ କରି, ସେଥିରେ ସୁଧାର ଆଣିବାକୁ ପଡ଼ିବ। କିନ୍ତୁ ମୋତେ ଟେଷ୍ଟ ଦଳର ଅଧିନାୟକ ପଦ ମିଳିଛି, ଯାହା ମୋ ପାଇଁ ବହୁ ବଡ଼ ସୁଯୋଗ। ଏହାକୁ ମୁଁ ହାତଛଡ଼ା କରିବାକୁ ଚାହେଁ ନାହିଁ। ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହେଁ ବୋଲି ରୁଟ୍‌ କହିଛନ୍ତି। ଓଲ୍ଡ ଟ୍ରାଫର୍ଡଠାରେ ଇଂଲଣ୍ଡ ୨୦୦୧ଠାରୁ କଦାପି ଟେଷ୍ଟ ହାରି ନ ଥିଲା। ତେବେ ଏଠାରେ ଅଷ୍ଟ୍ରେଲିଆ ୧୮୫ ରନ୍‌ର ବୃହତ୍‌ ବିଜୟ ହାସଲ କରିଛି। ଏହି ବିଜୟ ଯୋଗୁ ଆଶେସ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିବା ନିଶ୍ଚିତ ହୋଇଛି। ଏହାସତ୍ତ୍ୱେ ଇଂଲଣ୍ଡ ସିରିଜ୍‌କୁ ୨-୨ର ବରାବର କରିବାର ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି...

ବିରାଟ କୋହଲିଙ୍କ ଦରମା ଯେତିକି, ୩୨ ଜଣ ପାକିସ୍ତାନ ଖେଳାଳିଙ୍କ ଦରମା ସେତିକି

ନୂଆଦିଲ୍ଲୀ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ବୃହତ୍‌ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହଁି ପାକିସ୍ତାନ। ଭାରତଠାରୁ ପରାସ୍ତ ହେବା ପରେ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

ବ୍ଲୋଏମ୍‌ଫୋଣ୍ଟେନ,୨୦।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ୧୩ତମ ସଂସ୍କରଣରେ ଗତଥରର ଚାମ୍ପିୟନ ଭାରତ ବିଜୟରୁ...

ଦ୍ୱିତୀୟ ଟେଷ୍ଟ: ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ

ଆବୁଧାବି,୧୫।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ...

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ...

ସ୍ପେନ୍‌ରେ ପ୍ରଫେଶନାଲ ଫୁଟ୍‌ବଲ ସସ୍‌ପେଣ୍ଡ୍‌

ମାଡ୍ରିଡ୍‌, ୨୪ା୩ (ଏଏଫ୍‌ପି)- କରୋନା ଭାଇରସ୍‌ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ଲା...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍‌ଉଡ୍‌ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍‌ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ...

ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍‌ ନେଲା…

ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌...

Advertisement
Archives

Model This Week