ବ୍ରହ୍ମପୁର ଅଫିସ,୨୪ା୧୨-ଗଞ୍ଜାମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସୁବ୍ରତ ମହାନ୍ତି ସୋମବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ତତ୍କାଳୀନ ଗଜପତି ଜିଲା ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ବର୍ତ୍ତମାନ ଭୁବନେଶ୍ୱର ଉତ୍ତରା ଫାଣ୍ଡି ଅଧିକାରୀ ଥିବା ପ୍ରମୋଦ କୁମାର ସାହୁଙ୍କୁ ୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସେହିପରି ଅଭିଯୁକ୍ତ ପ୍ରମୋଦଙ୍କଠାରୁ ମିଳିଥିବା ୧ ଲକ୍ଷ ୧୭ ହଜାର ଆୟ ବହିର୍ଭୂତ ଟଙ୍କା ବାଜ୍ୟାପ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଭିଜିଲାନ୍ସ ସ୍ବତନ୍ତ୍ର ପିପି ତପନ କୁମାର ଦାସ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ, ପ୍ରମୋଦ ଗଜପତି ଜିଲା ଅଡବା ଥାନାରେ ଥିବା ବେଳେ ରବୀନ୍ଦ୍ର ନାହାକଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ। ପରେ ଭିଜିଲାନ୍ସ ପ୍ରମୋଦଙ୍କ ଥାନା କ୍ବାର୍ଟର୍ସ, ପୈତୃକ ବାସଭବନ ସମେତ ୫ ସ୍ଥାନରେ ଚଢାଉ କରି ୩ ଲକ୍ଷ ୪୨ ହଜାର ୪୭୦ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଭିଜିଲାନ୍ସ ଅଭିଯୁକ୍ତ ପୋଲିସଙ୍କୁ ମାମଲା ନଂ. ୧୭/୦୬ରେ କୋର୍ଟ ଚାଲାଣ କରିଥିଲା। ପୋଲିସ ଅଧିକାରୀ ପ୍ରମୋଦଙ୍କ ଆୟ ବହିର୍ଭୂତ ସମ୍ପତ୍ତି ୧ ଲକ୍ଷ ୧୭ ହଜାର ଟଙ୍କା ଯାହାକି ତାଙ୍କ ଆୟର ଶତକଡା ୬୭ ଭାଗ ଅଧିକ ବୋଲି ଭିଜିଲାନ୍ସ ଆକଳନ କରିବା ସହ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା। ମୁଦାଲାଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ସନ୍ତୋଷ କୁମାର ମୁଣ୍ଡୁ ମକଦ୍ଦମା ପରିଚାଳନା କରିଥିଲେ।
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
ସାପ ନେଲା ଚାଷୀଙ୍କ ଜୀବନ
ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…
ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…
ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ…
ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା
ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…
ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…
ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…
ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…
ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ
ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…
ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି
ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…
Archives

