ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘର ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ କହିଛନ୍ତି। ଅନ୍ୟପଟେ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିବା ସୂଚନା ମିଳିଛି। ପାଢ଼ୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁର ଅଫିସ, ହିଲପାଟଣା ହରଭିନ ସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆଠାରେ ଥିବା ଫାର୍ମହାଉସ, ଆମ୍ବପୁଆଠାରେ ଥିବା ଫାର୍ମହାଉସ, ପଙ୍କାଳପଲିଠାରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ ପାଢ଼ୀ, ଗୋଶାଣିନୂଆଗାଁରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ୧୦୨/ ଏ ରେ ଚଢାଉ ଜାରି ରହିଛି ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।
ଚଢ଼ାଉ ସମୟରେ ଏଏସ୍‌ଆଇ ଡି.କେ. ପାଢ଼ୀ, ପି. ଛୋଟରାୟ, କନ୍‌ଷ୍ଟେବଳ ଉମା ଚରଣ ନାୟକ, ଦିଲ୍ଲୀପ ପ୍ରଧାନ, ନାରାୟଣ ସେଠୀ, ନିଲୁ ହୋତା ପ୍ରମୁଖ ଉପସ୍ଥିତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତରଭୁଜ କିଆରିରେ ଟ୍ରାକ୍ଟର ମଡ଼ାଇଲେ

ବରଗଡ଼ ଅଫିସ୍‌/ପଦ୍ମପୁର, ୭।୪(ଡି.ଏନ.ଏ.): ଅଦିନିଆ ବର୍ଷା ପରେ ଗୁଳୁଗୁଳି ଯୋଗୁ ବରଗଡ଼ ଜିଲାର ତରଭୁଜ ଫସଲ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବାରୁ ଜିଲାର ପଦ୍ମପୁର...

ରୋଟାରୀ କ୍ଲବର ୩୦ତମ ଅଧିଷ୍ଠାନ ଦିବସ: ସେବା ମନୋଭାବ ରୋଟାରିଆନ୍‌ଙ୍କ ପରିଚୟ ହେଉ

ନୟାଗଡ଼ ଅଫିସ,୩୦।୭- ଭ୍ରାତୃତ୍ୱ, ବନ୍ଧୁତ୍ୱ, ଭାଇଚାରା ଏବଂ ନିଃସ୍ବାର୍ଥପର ସେବା ରୋଟାରିଆନ୍‌ମାନଙ୍କ ନିଜସ୍ବ ପରିଚୟ ହେଉ। ସମାଜରେ ଅନ୍ୟସବୁ କିଛି କାର୍ଯ୍ୟ ପାଇଁ ଲୋକେ ଆଗ୍ରହ...

ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ପୁଣି ପୁରସ୍କୃତ

ଛତ୍ରପୁର,୧୭ା୬(ସନ୍ତୋଷ ପାଢ଼ୀ): କିଛିଦିନ ତଳେ ଗଞ୍ଜାମ ଜିଲା ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ...

କେନ୍ଦ୍ରାପଡ଼ାରେ ମିତ୍ତଲ କରିବ ଷ୍ଟିଲ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୫ା୩(ବ୍ୟୁରୋ):କେନ୍ଦ୍ରାପଡ଼ା ଜିଲାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ୧୨ ନିୟୁତ ଟନ୍‌ର ଏକ ମେଗା ଇଣ୍ଟିିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ୫୦ ହଜାର...

ଅନ୍ଧବିଶ୍ୱାସ: ୧୨ ଘଣ୍ଟା କୀର୍ତ୍ତନ କଲେ ଗାଁ ମାଡ଼ିବନି କରୋନା, ଜଣେ ଗିରଫ

ଗୋଷାଣୀ,୧ା୪(ଡି.ଏନ୍‌.ଏ.): ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବିଶେଷକରି ଗୁଜବ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ...

ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ

ସାରସକଣା,୧୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ...

ଗୋରୁଙ୍କୁ ଅଜଣା ରୋଗ: ଗାଁକୁ ଗାଁଡେଉଁଛି

ମହାକାଳପଡ଼ା,୨୪।୫(ଡି.ଏନ.ଏ.): ଗ୍ରାମାଞ୍ଚଳଗୁଡ଼ିକରେ ଗୋ-ପାଳକମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗୋରୁଙ୍କ ଚିକିତ୍ସା ପାଇଁ ମାଗଣାରେ ଟିକାକରଣଠାରୁ ଆରମ୍ଭ...

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା...

Advertisement
Archives

Model This Week