Posted inଜାତୀୟ

ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା

ନୂଆଦିଲ୍ଲୀ,୨୧।୬(ଆଇଏଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଅର୍ଥକୁ ଶତାଧିକ ଡାକ୍ତର ଲୁଟିନେଇ ନିଜ ପକେଟରେ ପୂରାଇଥିବା ଅଭିଯୋଗ ଆସିଛି। ଏହି ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ଲମ୍ବିଥିବାବେଳେ ଉତ୍ତରାଖଣ୍ଡର ଅନେକ ହସ୍ପିଟାଲ ଏହି ଯୋଜନାର ପାଣ୍ଠିକୁ ଆମତ୍ସାତ୍‌ କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଗରିବ ରୋଗୀମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁନିଶ୍ଚିତ କରୁଥିବା ଆୟୁଷ୍ମାନ ଯୋଜନା ଅଧୀନରେ ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇଥିଲେ। ତେବେ ସମ୍ପୃକ୍ତ ରୋଗୀମାନଙ୍କୁ ସେହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ ଅଥବା ଅସ୍ତ୍ରୋପଚାର କିମ୍ବା ଚିକିତ୍ସା କରାଯାଇ ନାହିଁ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହା ଏକ ବଡ଼ ଠକେଇ। ଗରିବ ରୋଗୀଙ୍କ ନାମରେ ଦୁର୍ନୀତି କରାଯାଇଛି ବୋଲି ଉତ୍ତରାଖଣ୍ଡର କାଶୀପୁର ବିଧାୟକ ହରଭଜନ ସିଂ ଚୀମା ଅଭିଯୋଗ ଆଣିଛନ୍ତି। ଏହି ଦୁର୍ନୀତିର ତଦନ୍ତ ପାଇଁ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ସରକାରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ନୀତି ଉଧମ ସିଂ ନଗର ଜିଲା(ଯାହା ଅଧୀନରେ କାଶୀପୁର ନିର୍ବାଚନମଣ୍ଡଳୀ ରହିଛି)ରେ ହୋଇଥିବା ପ୍ରଥମେ ସାମ୍ନାକୁ ଆସିଥିଲା। ସ୍ଥାନୀୟ ବାସିନ୍ଦା ମୁନିଦେବ ବିଷ୍ଣୋଇ ଅଭିଯୋଗ ଆଣିଥିଲେ ଯେ, ସରକାରୀ ଡାକ୍ତରଖାନାଗୁଡ଼ିକରୁ ବହୁସଂଖ୍ୟକ ଗରିବ ରୋଗୀଙ୍କୁ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଯାଇଥିଲା। କିନ୍ତୁ ଯାଞ୍ଚବେଳେ ସେମାନେ ‘ଭୂତ ରୋଗୀ’ ବୋଲି ଜଣାପଡ଼ିଛି। ସେମାନଙ୍କ ଚିକିତ୍ସା କରାଯାଇଥିବା ନେଇ କୌଣସି ଦସ୍ତାବିଜରେ ଉଲ୍ଲେଖ କରାଯାଇନାହିଁ। ତେଣୁ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ମୁନିଦେବ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଛନ୍ତି।
ଭାଜପା ଟିକେଟରେ ୪ ଥର ବିଧାୟକ ହୋଇଥିବା ହରଭଜନ ସିଂ ଚୀମା କହିଛନ୍ତି, ଘରୋଇ ହସ୍ପିଟାଲ ସହ ସମ୍ପର୍କ ରଖି ଏହି ର଼୍ୟାକେଟରେ ସମ୍ପୃକ୍ତ ଥିବା ଲୋଭୀ ଡାକ୍ତରମାନେ ଏହି କାରସାଦି କରିଛନ୍ତି। ରୋଗୀଙ୍କୁ କାଗଜକଲମରେ ଅନ୍ୟ ହସ୍ପିଟାଲକୁ ପଠାଇବା ପରେ ସେମାନେ ଜାଲ୍‌ ବିଲ୍‌ ଦାଖଲ କରି ଚିକିତ୍ସା ପାଣ୍ଠି ଆମତ୍ସାତ କରିଛନ୍ତି। ଅଳ୍ପ କେତେକ ସ୍ଥାନରେ ଡାକ୍ତର ଓ ହସ୍ପିଟାଲର ଭୂମିକା ସ୍ବଚ୍ଛ ଥିବା ଜଣାପଡ଼ିଛି। ଏହି ଦୁର୍ନୀତି ଗରିବ ଓ ଅଭାବୀ ଲୋକଙ୍କୁ ସୁବିଧା ଓ ଅଧିକାରରୁ ବଞ୍ଚତ୍ତ କରୁଛି। ରାଜ୍ୟ ସରକାର ଏହି ଭ୍ରଷ୍ଟାଚାରର ମୂଳକୁ ଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଦାଏର କରାଯାଇ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ କୌଣସି ପ୍ରକାର ଅନିୟମିତତା ହୋଇଥିବା ଜଣାପଡ଼ିଲେ ତଦନ୍ତ କରି ଜଣାଇବାକୁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ତାହା ହାଇକୋର୍ଟରେ ଦାଖଲ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ନୀତୀଶ କୁମାର ଝା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri