Posted inଖେଳ

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ ଡାହାଣ ଗୋଡ଼ର ମାଂସପେଶୀରେ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଏହି ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ଜୁଲାଇ ୨ରେ ଲଙ୍କାଶାୟର ଓ ଡର୍‌ହାମ ମଧ୍ୟରେ ଖେଳାଯାଉଥିବା କାଉଣ୍ଟି ମ୍ୟାଚ୍‌ ସମୟରେ ଆଣ୍ଡରସନ ଆଘାତ ପାଇଥିଲେ ମଧ୍ୟ ଏଥିରୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନାହାନ୍ତି। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପର୍ଯ୍ୟନ୍ତ ଏହି ଭେଟେରାନ ବୋଲରଙ୍କ ଆଘାତଜନିତ ସମସ୍ୟା ଉପରେ ନଜର ରଖାଯିବ ବୋଲି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ଆୟର୍ଲାଣ୍ଡ ମ୍ୟାଚ୍‌ ପାଇଁ ଦଳ ଚୟନ ସମୟରେ ଇଂଲଣ୍ଡର ମୁଖ୍ୟ ଚୟନକର୍ତ୍ତା ଏଡ୍‌ ସ୍ମିଥ୍‌ କହିଥିଲେ, ଆଶେସ ଟେଷ୍ଟ ସିରିଜ ପୂର୍ବରୁ ଆଣ୍ଡରସନଙ୍କ ଆଘାତଜନିତ ନେଇ କୌଣସି ରିକ୍ସ ଉଠାଯିବ ନାହିଁ। ଲଙ୍କାଶାୟର ଏହି ସୁଇଂ ବୋଲର ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ୫୭୫ ଉଇକେଟ୍‌ ଅକ୍ତିଆର କରିସାରିଛନ୍ତି। ଆଣ୍ଡରସନଙ୍କ ଉପରେ ମୁଥୟା ମୁରଲୀଧରନ (୮୦୦), ଶେନ୍‌ ଓ୍ବର୍ନ (୭୦୮) ଓ ଅନିଲ କୁମ୍ବଲେ (୬୧୯) ଟେଷ୍ଟରେ ଅଧିକ ଉଇକେଟ୍‌ ଦଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

‘ପଠାନ୍‌’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ

ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍‌’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ...

ରାଜାଓ୍ବତ୍‌ଙ୍କୁ ପ୍ରଥମ ଓ୍ବାଲର୍‌ଡ ଟୁର୍‌ ଟାଇଟଲ

ଓର୍ଲିନ୍ସ, ୧୦ା୪(ପି.ଟି.): ଡେନ୍‌ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍‌ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର...

ହକିକୁ ଜାତୀୟ ଖେଳ ଘୋଷଣା ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୭।୯: ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଶୁଣାଣି କରିବାକୁ ମନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହକିକୁ ଅଧିକାରିକ ଭାବେ ଜାତୀୟ ଖେଳର...

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ, ୧୮।୫ (ପି.ଟି.): ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) କପ୍‌ ବେଙ୍ଗାଲୁରୁଠାରେ ଆସନ୍ତା ଜୁନ୍‌ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି...

ଏଥର ବି ମିଳିବନି ସୁଯୋଗ

ଲଣ୍ଡନ,୧୧।୮ : ଶାର୍ଦ୍ଦୁଳ ଠାକୁର ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏଭଳି ସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ନିଆଯିବ ବୋଲି ଆଶା...

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ...

କରୋନାରେ ପ୍ରସିଦ୍ଧ କାର ରେସର ଜିମ ପେସ୍‌ଙ୍କ ପରଲୋକ

ନ୍ୟୁୟର୍କ, ୧୫।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ କାର ରେସର ଜିମ ପେସ୍‌। ୫୯ ବର୍ଷ ବୟରେ ପେସ ଗତ ୧୩ ତାରିଖରେ ମେମ୍ଫିସରେ ଶେଷ...

Advertisement
Archives

Model This Week