ଆହୁରି ୧୫ ଦିନ ପରେ ମଣ୍ଡିରେ କିଣାହେବ ଧାନ: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ନୟାଗଡ଼ ଅଫିସ,୫ା୧୨: ଗତ ୨୯ ତାରିଖରେ ଜିଲାରେ ସରକାରୀ ଭାବେ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଡିସେମ୍ବର ୧୮ ତାରିଖ ପରେ ମଣ୍ଡିରେ ଧାନ କିଣା ହେବ ବୋଲି କୁହାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଧାନ ବେପାରୀ (ଦଲାଲ) ମାନେ ସକ୍ରିୟ ହୋଇପଡିଛନ୍ତି। ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ବହୁ କମ୍‌ ଦରରେ ଚାଷୀଙ୍କଠାରୁ ଧାନ କିଣିନେଉଛନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ମଙ୍ଗଳବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟାରେ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଯୋଗିଆପଲ୍ଲୀ ଗ୍ରାମ ଛକଠାରେ ଏକ ଟ୍ରାକ୍ଟରରେ ଜଣେ ଦଲାଲ୍‌ ଧାନବସ୍ତା ବୋଝେଇ କରି ନେଉଥିବା ଦେଖାଯାଇଥିଲା। ଖବର ନେବାରୁ ଜଣାପଡିଲା ଯେ, ଧାନ କୁଇଣ୍ଟାଲ ପିଛା ସରକାରୀ ମୂଲ୍ୟ ୧୮୧୫ ଟଙ୍କା ଥିବା ବେଳେ ଉକ୍ତ ଦଲାଲ୍‌ ଜଣକ ମାତ୍ର ୧୩୦୦ଟଙ୍କାରେ ଏହାକୁ କିଣିଥିଲେ। ଫଳରେ ଚାଷୀଟିଏ କୁଇଣ୍ଟାଲ ପିଛା ୫୧୫ କ୍ଷତି ସହିଥିଲା। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଧରାପଡିଯିବା ଭୟରେ ଦଲାଲ ଜଣକ ଟ୍ରାକ୍ଟର ନମ୍ବର ପ୍ଲେଟରେ ଅଖା ଘୋଡାଇ ଦେଇଥିଲେ। ଏହିଭଳି ଭାବେ ଦଲାଲ୍‌ମାନେ ଗାଁ ଗାଁ ବୁଲି ଧାନ ସଂଗ୍ରହ କରିବା ଘଟଣା ପ୍ରଶାସନର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଧାନ ବିକ୍ରି କରୁଥିବା କିଛି ଚାଷୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେମାନେ କହିଥିଲେ, ଏ ବର୍ଷ ଭଲ ଧାନ ହୋଇଥିବା ବେଳେ ମଣ୍ଡି ଖୋଲିବାକୁ ଆହୁରି ୧୫ ଦିନ ବାକି ଅଛି। ତେଣୁ ମହାଜନଠାରୁ ଆଣିଥିବା ଋଣ ପରିଶୋଧ ପାଇଁ ଆମେ ବାଧ୍ୟହୋଇ କମ୍‌ ଦରରେ ଧାନ ବିକ୍ରି କରୁଛୁ। ସୂଚନାଯୋଗ୍ୟ ଚଳିତବର୍ଷ ଜିଲାରେ ୪୦ ହଜାର ୮୦୪ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବାବେଳେ ସେମାନଙ୍କଠାରୁ ୧୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲାର ୧୫୯ ମଣ୍ଡିରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିପାରିବେ। ଦଲାଲମାନେ କମ୍‌ ଦାମ୍‌ରେ ଧାନ କିଣିବା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ। କୃଷକ ନେତା ରଣଜିତ ଦଳବେହେରା କହନ୍ତି, ଦଲାଲମାନଙ୍କ ଉପରେ ପ୍ରଶାସନ ଚଢ଼ାଉ କରିବା ଆବଶ୍ୟକ। ମଣ୍ଡି ଖୋଲିବା ପରେ ପ୍ରଶାସନର ଗୋଟିଏ ଟିମ୍‌ ବିଭିନ୍ନ ସ୍ଥାନ ବୁଲି ଧାନ ବିକ୍ରି ଉପରେ ନଜର ଦେବା ମଧ୍ୟ ଦରକାର। ସେହିଭଳି ଚଳିତବର୍ଷ ଯେପରି ମଣ୍ଡିରେ ଧାନ କଟ୍‌ନିଛଟ୍‌ନି ନ ହେବ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

ଖେମୁଣ୍ଡି କଲେଜରେ ନିଶାମୁକ୍ତ ଅଭିଯାନ ସଚେତନତା ସଭା, ନିଶା ଦ୍ରବ୍ୟ ସେବନ ବିରୋଧରେ ଛାତ୍ରୀ ଛାତ୍ର କଲେ ପ୍ରତିଜ୍ଞା

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri