ଆସ ଫିଙ୍ଗିବା ମଞ୍ଜିଗୋଳା

ଡ. ଜୟକୃଷ୍ଣ ପାଣିଗ୍ରାହୀ

ବୃକ୍ଷମାନେ ବାୟୁକୁ ଶୁଦ୍ଧକରନ୍ତି ଏବଂ ରୋଗ ମଧ୍ୟ ଦୂରକରିବାରେ ସହଯୋଗକରନ୍ତି। ଏଥିପାଇଁ ବୃକ୍ଷରୋପଣ ପ୍ରାଣୀମାନଙ୍କ ନିମନ୍ତେ ହିତକାରୀ। ବୃକ୍ଷଲତା ସହ ଜୀବଜନ୍ତୁ ଏବଂ ଅଣଜୀବନ୍ତ ପଦାର୍ଥଗୁଡ଼ିକର ସମାହାରରେ ସୃଷ୍ଟ ଜଙ୍ଗଲ ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଅମ୍ଳଜାନ, ଖାଦ୍ୟ, ଔଷଧ, ଇନ୍ଧନ, ଆଶ୍ରୟ ତଥା ଅନ୍ୟାନ୍ୟ ବହୁ ଆବଶ୍ୟକ ପଦାର୍ଥ ଏବଂ ଜଙ୍ଗଲ ସଂଲଗ୍ନିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କ ଜୀବିକା ନିର୍ବାହ ଓ ମୌଳିକ ଆବଶ୍ୟକତା ପୂରଣର ଅସରନ୍ତି ଉତ୍ସ। ବୃକ୍ଷରାଜି ନିଜର ଅଭିବୃଦ୍ଧି ସହ ବାୟୁମଣ୍ଡଳରୁ ଅଧିକ ପରିମାଣରଅଙ୍ଗାରକାମ୍ଳ ଶୋଷଣ କରି ନିଜ ମଧ୍ୟରେ ଏବଂ ମୃତ୍ତିକାରେ ସଂରକ୍ଷଣକରି ରଖନ୍ତି ଏବଂ ବିପରୀତରେ ବାୟୁମଣ୍ଡଳକୁ ଅମ୍ଳଜାନ ନିର୍ଗତ କରନ୍ତି। ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପର ହ୍ରାସ କାରଣରୁ ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧି ପ୍ରଶମିତହୋଇ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ଥିରତା ହାସଲହୁଏ। ବାୟୁ ବିଶୁଦ୍ଧୀକରଣ, ଜଳଚକ୍ର ଓ ତାପମାତ୍ରା ନିୟନ୍ତ୍ରଣ, ମୃତ୍ତିକା ସଂରକ୍ଷଣ ସହ ଅର୍ଥନୈତିକ ପ୍ରଗତି ପ୍ରକ୍ରିୟାରେ ବୃକ୍ଷର ଅବଦାନର ପଟ୍ଟାନ୍ତର ନାହିଁ। ବନାଞ୍ଚଳରେ ପୃଥିବୀର ସ୍ଥଳଭାଗସ୍ଥ ଜୈବ ବିବିଧତାର ୮୦ଶତାଂଶ ଉପଲବ୍ଧ ହୁଅନ୍ତି। ପ୍ରାକୃତିକ ପରିସଂସ୍ଥାରେ ଅଧିକ ଜୀବଙ୍କର ଉପସ୍ଥିତି ହିଁ ଜୀବଜଗତ ପାଇଁ ଶୁଭଙ୍କର ପ୍ରତିପାଦିତହୁଏ। ଏ ସମସ୍ତ ଦୃଷ୍ଟିରୁ ବୃକ୍ଷଲତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ପ୍ରକାଶକରିବା ମାନବଜାତିର ନୈତିକକର୍ତ୍ତବ୍ୟ। ମାତ୍ର ପ୍ରଚଳିତ ଅସହନୀୟ ବିକାଶ ପ୍ରକ୍ରିୟାର ପ୍ରତିଫଳରେ ପ୍ରକୃତି ସହ ଏହାର ଜଙ୍ଗଲ ସମ୍ପଦ ଏବଂ ବୃକ୍ଷରାଜି ନିରନ୍ତର ଅବକ୍ଷୟର ଶିକାରହୋଇ ଚାଲିଛନ୍ତି।
ସମ୍ପ୍ରତି ପୃଥିବୀର ପରିବର୍ତ୍ତିତ ଦୃଶ୍ୟପଟରେ ଯେତେବେଳେ ପ୍ରଦୂଷଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ଅବକ୍ଷୟର ପ୍ରଭାବ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି, ସେତେବେଳେ ବନୀକରଣ ମାଧ୍ୟମରେ ସବୁଜିମାର ବୃଦ୍ଧି, ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର ଏବଂ ପ୍ରାକୃତିକଭାବେ ଜଙ୍ଗଲ ପରିସଂସ୍ଥାର ପୁନଃ ସ୍ଥାପନ ଏକାନ୍ତ ଅପରିହାର୍ଯ୍ୟ ବୋଧହୁଏ। ଜୀବାଶ୍ମ ଇନ୍ଧନ ବ୍ୟବହାରରେ ସଙ୍କୋଚନ ଏବଂ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଯେପରି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ପୁନରୁଦ୍ଧାର ମଧ୍ୟ ସେତିକି ତାତ୍ପର୍ଯ୍ୟମୟ। ଭାରତବର୍ଷରେ ୧୯୫୦ରେ ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ କେ.ଏମ୍‌. ମୁନ୍‌ସୀ ନିଜ ଦୂରଦୃଷ୍ଟିର ପ୍ରୟୋଗରେ ଏକ ଚାରାରୋପଣ ଅଭିଯାନର ସୂତ୍ରପାତ କରିଥିଲେ। ମାନବ ପରିବେଶରେ ସବୁଜିମା ବୃଦ୍ଧିର ଗୁରୁତ୍ୱ ଉପଲବ୍ଧିକରି ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ରାସ୍ତାକଡ଼ ଏବଂ ଅନ୍ୟାନ୍ୟ ସ୍ଥାନରେ ବୃକ୍ଷରୋପଣ ନିମନ୍ତେ ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହକୁ ’ବନ ମହୋତ୍ସବ ସପ୍ତାହ’ ରୂପେ ସେ ଅଭିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ହେଉଛି, ଦୁର୍ଭେଦ୍ୟ, ବୃକ୍ଷଶୂନ୍ୟ ଅଞ୍ଚଳରେ ନୂତନଭାବେ ଉଦ୍ଭିଦରାଜିର ପ୍ରତିଷ୍ଠା ନିମନ୍ତେ ‘ମଞ୍ଜିଗୋଳା’ର ବ୍ୟବହାର ସମ୍ପ୍ରତି ଏକ ଲୋକପ୍ରିୟ ଘଟଣାରେ ପରିଣତ ହୋଇଛି। ମାତ୍ର ପ୍ରାରମ୍ଭିକ ସମୟରେ ଏଥିରୁ ସୃଷ୍ଟ ଚାରାଗୁଡ଼ିକୁ ଗୋରୁଙ୍କ ଚାରଣରୁ ସୁରକ୍ଷା ହେଉଛି ମୁଖ୍ୟ ଆହ୍ବାନ।
‘ମଞ୍ଜିଗୋଳା’ ହେଉଛି ଲୋକଙ୍କୁ ଉଦ୍ଭିଦ ପୁନରୁଦ୍ଧାର ଯୋଜନାରେ ନିୟୋଜିତ କରିବାର ଏକ ଆକର୍ଷଣୀୟ ଏବଂ କୌତୁକିଆ ଉପାୟ, ଯେଉଁଥିରେ ବିଶେଷତଃ ଦେଶୀୟ ପ୍ରଜାତିର ମଞ୍ଜି ବ୍ୟବହୃତ ହୋଇଯାଏ। ଏହି ବିହନ ସ୍ବଳ୍ପମୂଲ୍ୟ ଏବଂ ଦ୍ରୁତ ବୃକ୍ଷରୋପଣର ପ୍ରଭାବଶାଳୀ ମାଧ୍ୟମ, ଯେଉଁଥିରେ ସାଧାରଣ ମୃତ୍ତିକା, କମ୍ପୋଷ୍ଟ ବା ଖତ ଏବଂ ଅଳ୍ପ ଜଳର ମିଶ୍ରଣରେ ଏକ ଗୋଲାକାର ସମଷ୍ଟି ମଧ୍ୟରେ ନିର୍ଦ୍ଦିଷ୍ଟ ଗଛର ମଞ୍ଜିକୁ ଆବଦ୍ଧକରି ରଖାଯାଏ। ଏସବୁ ଠିକ୍‌ ଭାବରେ ପ୍ରସ୍ତୁତ ଓ ଶୁଷ୍କକରି ମୌସୁମୀ ବର୍ଷା ପୂର୍ବରୁ ସାଇତାଯାଇଥାଏ। ଏହି ଗୋଳାମଞ୍ଜିକୁ ପ୍ରଖର ସୂର୍ଯ୍ୟକିରଣରେ ନଷ୍ଟହେବା, ପଶୁପକ୍ଷୀଙ୍କ ଦ୍ୱାରା ଖିଆହେବା କିମ୍ବା ପବନରେ ଉଡ଼ିଯିବାରୁ ରୋକି ସୁରକ୍ଷିତ ରଖେ। ପ୍ରାକ୍‌ ମୌସୁମୀ ବର୍ଷା ସମୟରେ ଏସବୁ ଗୋଳାର ଅର୍ଦ୍ଧାଂଶ ଖାଲିସ୍ଥାନରେ ମାଟିରେ ପୋତିଦିଆଯାଏ ବା ବହୁସଂଖ୍ୟାରେ ଗୋଳା ଥିଲେ ଜଙ୍ଗଲାଞ୍ଚଳ, ରାସ୍ତାକଡ଼ କିମ୍ବା ଅନ୍ୟ ସ୍ଥାନରେ ଫୋପଡ଼ାଯାଏ। ଗୋଳାର ବାହ୍ୟ ଆବରଣ ବର୍ଷାଜଳକୁ ଶୋଷି ମଞ୍ଜିକୁ ଓଦା କରେ ଏବଂ ମଞ୍ଜିର ଅଙ୍କୁରୋଦ୍‌ଗମ ଘଟି ଏକ ନୂତନ ବୃକ୍ଷର ଉତ୍ପତ୍ତି ହୋଇଥାଏ।
ନିୟମିତ ବିହନ ବ୍ୟବହାର ତୁଳନାରେ ମଞ୍ଜି ବୁଣିଲେ ୮୦ ଶତାଂଶ ଅଭିବୃଦ୍ଧି ସଫଳତା ହାର ଉପଲବ୍ଧ ହୋଇଥାଏ। ବିଭିନ୍ନ ଔଷଧୀୟ ଉଦ୍ଭିଦ ଏବଂ ଫଳଗଛ, ବିଶେଷଭାବରେ ସ୍ଥାନୀୟ ବୃକ୍ଷରାଜିଙ୍କର ମଞ୍ଜି ସଂଗ୍ରହକରି ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଏ। ନିର୍ଦ୍ଦିଷ୍ଟ ସ୍ଥାନ ଆଧାରରେ ବ୍ୟବହୃତ ମଞ୍ଜିଗୋଳା ସଂଖ୍ୟାରେ ପରିବର୍ତ୍ତନ ଘଟୁଥିଲେ ମଧ୍ୟ ପ୍ରତି ହେକ୍ଟରରେ ୨,୦୦୦ରୁ ୪,୦୦୦ ପର୍ଯ୍ୟନ୍ତ ଗୋଳା ବ୍ୟବହାର ହୋଇଥାଏ। ମାଟିର ଗୁଣବତ୍ତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରକ, ଯାହା କେଉଁ ପ୍ରକାରର ବୃକ୍ଷ ସେଠାରେ ବିକଶିତହେବ ତାହା ନିର୍ଣ୍ଣୟ କରିଥାଏ। ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ କେଉଁଗଛର ମଞ୍ଜି ଏହି ପ୍ରକ୍ରିୟାରେ ସଫଳତାର ସହ ଅଙ୍କୁରୋଦ୍‌ଗମହୋଇ ବୃକ୍ଷରେ ରୂପାନ୍ତରିତହେବ। ସମ୍ପ୍ରତି ବିଶ୍ୱର ବହୁ ଅଞ୍ଚଳରେ ଆକାଶମାର୍ଗରୁ ହେଲିକପ୍ଟର ଏବଂ ଡ୍ରୋନ୍‌ ସହାୟତାରେମଞ୍ଜିଗୋଳାକୁ ବହୁ ପ୍ରାକୃତିକ ଅଗମ୍ୟ, ଅବକ୍ଷୟିତ ଅଞ୍ଚଳରେ ବିକ୍ଷେପ କରାଯାଉଛି। ଏହି ପ୍ରାଚୀନ ପ୍ରକ୍ରିୟା ବିଂଶଶତାବ୍ଦୀର ପ୍ରାରମ୍ଭରେ ଜାପାନୀ କୃଷକ ତଥା ଦାର୍ଶନିକ ମାସାନୋବୁଫୁକୁଓକାଙ୍କ ଦ୍ୱାରା ପୁନଃ ଉଦ୍ଭାବିତ ଏବଂ ଉନ୍ନତି ସାଧିତହୋଇଥିଲା।
ମଞ୍ଜିଗୋଳା ମାଧ୍ୟମରେ ବୃକ୍ଷରୋପଣ ପ୍ରକ୍ରିୟା ଏବେ ଇଜିପ୍ଟ, ଜାପାନ, ଥାଇଲାଣ୍ଡ, ଆମେରିକା,କେନିଆ ଏବଂ ଅନ୍ୟ ଆଫ୍ରିକୀୟ ରାଷ୍ଟ୍ରରେ ବହୁଳ ଭାବରେ ବ୍ୟବହୃତ ହେଉଛି। କେନିଆର ସମଗ୍ର ଅଞ୍ଚଳରେ ସାଧାରଣ ଲୋକଙ୍କଠାରୁ ଛୋଟପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ, ଏପରିକି ଗାଡ଼ି ଓ ହେଲିକପ୍ଟର ମାଧ୍ୟମରେ ଦୂରଦୂରାନ୍ତକୁ ମଞ୍ଜିଗୋଳା ନିକ୍ଷେପଦ୍ୱାରା ଖୁବ୍‌ଶୀଘ୍ର ନୂତନ ବୃକ୍ଷସୃଷ୍ଟିର ପ୍ରୟାସ ଜାରି ରଖିଛନ୍ତି। ଏହି ପଦ୍ଧତିରେ ପ୍ରତିବର୍ଷ ୨କୋଟିରୁ ଊର୍ଦ୍ଧ୍ୱ ବୃକ୍ଷ ଉତ୍ପନ୍ନକରିବା ସରକାରଙ୍କର ଲକ୍ଷ୍ୟ ରହିଛି। ପୃଥିବୀର ସବୁଜ ଆବରଣରେ ବୃଦ୍ଧି ଘଟାଇ ପରିବେଶ ସମସ୍ୟାର ସମାଧାନ ନିମନ୍ତେ ଆଦୃତ ବିଭିନ୍ନ ରଣନୀତି ମଧ୍ୟରେ ମଞ୍ଜିଗୋଳା କୌଶଳ ନିଶ୍ଚିତ ରୂପେଏକ ଜନାଦୃତ, ସାଫଲ୍ୟ ଅର୍ଜନକାରୀ ପଦ୍ଧତି। ବିଗତ ଦଶନ୍ଧି ମଧ୍ୟରେ ଏହି ଅଭିଯାନ ଭାରତ ତଥା ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକରେ ଜଙ୍ଗଲ ବିଭାଗ, ବେସରକାରୀ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଦ୍ୱାରା ଅଧିକ ଲୋକପ୍ରିୟହେବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ଅଶ୍ୱତ୍ଥବୃକ୍ଷ ଚାରା ରୋପଣକରି ଏକ ଅଭିଯାନର ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ମାତା ଏବଂ ପ୍ରକୃତି ହେଉଛନ୍ତି ନିଃସ୍ବାର୍ଥପର ପ୍ରେମର ପ୍ରତୀକ। ତେଣୁ ଏହ ଅଭିଯାନ ମାଧ୍ୟମରେ ସମଗ୍ର ରାଷ୍ଟ୍ରର ଅଧିବାସୀମାନେ ନିଜ ନିଜର ମାତାଙ୍କ ସ୍ମୃତିରେ କୋଟି କୋଟି ସଂଖ୍ୟାରେ ବୃକ୍ଷରୋପଣ କରି ପ୍ରକୃତି ମାତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିବେ। ଏହି ପରିପ୍ରେକ୍ଷୀରେ ଆସନ୍ତୁ, ସମ୍ମିଳିତଭାବେ ଆହ୍ବାନ ସୃଷ୍ଟିକାରୀ ପତିତଭୂମି ଓ ଅବକ୍ଷୟିତ ଜଙ୍ଗଲାଞ୍ଚଳରେ ମଞ୍ଜିବୁଣିବା କୌଶଳର ପ୍ରୟୋଗ ଏବଂ ଚାରାରୋପଣ ଜରିଆରେ ବୃକ୍ଷରାଜି ସୃଷ୍ଟିର ପ୍ରୟାସକୁ ସାକାରକରି ପ୍ରାକୃତିକ ପରିସଂସ୍ଥାକୁ ଅଧିକ ସୁରମ୍ୟ ଏବଂ ମାନବୀୟ ପରିବେଶକୁ ସବୁଜିମା ପରିପୂର୍ଣ୍ଣକରିବାରେ ଆମର ଭୂମିକାକୁ ଯଥାର୍ଥ ରୂପେ ନିର୍ବାହ କରିବାI
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନ୍‌ଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

ଆଇସିୟୁ-ସଂଶୟ ଓ ସମ୍ଭାବନା

ଡ. ମୌସୁମୀ ପରିଡ଼ା   ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା...

ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିବାର

ଡ. ପ୍ରଫୁଲ୍ଲ କୁମାର ସାହୁ   ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଓଡ଼ିଆ ଜାତିର ସାମାଜିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରା। ଅର୍ଥାତ୍‌ ଓଡ଼ିଆ...

ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର...

ଏଇ ଭାରତରେ

କ୍ଷେତକୁ ଫସଲ ଖାଇବାକୁ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ହତ୍ୟା କିମ୍ବା ଗୁରୁତର ଆହତ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ଦୂର କରିପାରୁଛି ବେଙ୍ଗାଲୁରୁର ‘କଟିଧନ’...

ବୃକ୍ଷ ବିନା ଜୀବନ

ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ...

ଦୁର୍ନୀତିର ଅଗ୍ନିକୁଣ୍ଡରେ ମେଧା ଆହୁତି

ଆମ ଦେଶର ଜନସାଧାରଣ ପ୍ରାୟ ଧରି ନେଇଛନ୍ତି ସବୁଠାରୁ ଦାମୀ ତଥା ସମ୍ମାନଜନକ ପାଠ ହେଉଛି ଡାକ୍ତରୀ ପାଠ। ସବୁ ମାତାପିତାଙ୍କ ସ୍ବପ୍ନ ହେଲା ତାଙ୍କ...

ଡୋଭାଲଙ୍କ ଟିମ୍‌

ନିକଟରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍‌ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ କିଛି ନିରନ୍ତରତା ବଜାୟ ରଖିଛି। ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପାଶ୍ଚାତ୍ୟ)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri