Posted inଖେଳ

ଆସେସ୍‌ : କାରେ ବାଦ୍‌ ପଡିବା ନେଇ ପୂର୍ବତନ କ୍ରିକେଟରଙ୍କ ଅସନ୍ତୋଷ

ସିଡ୍‌ନୀ,୨୮।୭(ଏଏଫ୍‌ପି)- ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରୁ ଆଲେକ୍ସ କାରେଙ୍କୁ ବାଦ୍‌ ଦିଆଯାଇଛି। ତେବେ ଏହାକୁ କେତେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି। ପୂର୍ବତନ କ୍ରିକେଟର ମାର୍କ ଓ୍ବ, ସେନ୍‌ ଓ୍ବାର୍ନ କାରେ ବାଦ୍‌ ପଡିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନ୍ୟପଟେ ଜୋ ବର୍ନସ ଓ କୁର୍ଟିସ ପାଟରସନ ଆସେସରୁ ବାଦ୍‌ ପଡିବା ନେଇ ପୂର୍ବତନ ଅଧିନାୟକ ମାର୍କ ଟେଲର ମଧ୍ୟ ଚକିତ ହୋଇଛନ୍ତି।
୫ ଟେଷ୍ଟବିଶିଷ୍ଟ ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ୧୭ଜଣିଆ ଦଳ ଘୋଷଣା କରିଛି। ଏହି ଦଳକୁ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌, ଓପନର ଡେଭିଡ ଓ୍ବାର୍ନର ଓ କାମେରନ ବ୍ୟାଙ୍କ୍ରଫ୍ଟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ ଟେଷ୍ଟ ଖେଳିବା ଅବସରରେ ଏହି ୩ କ୍ରିକେଟର ବଲ୍‌ ଟ୍ୟାମ୍ପରିଂ କରି ଦୋଷୀ ସାବ୍ୟସ୍ତ ହେବା ପରେ ବାସନ୍ଦ ହୋଇଥିଲେ। ଗତ ଦୁଇବର୍ଷ ହେବ ଟେଷ୍ଟ ଖେଳି ନ ଥିବା ମାଥ୍ୟୁ ଓ୍ବେଡ୍‌ ଦଳରେ ସ୍ଥାନ ପାଇଛନ୍ତି। ଘରୋଇ କ୍ରିକେଟରେ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଧିନାୟକ ଟିମ ପେନ୍‌ଙ୍କ ବ୍ୟାକ୍‌ ଉଇକେଟକିପର ଭାବେ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଫଳରେ ଗତ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା କାରେଙ୍କୁ ଅଣଦେଖା କରାଯାଇଛି।
ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କାରେଙ୍କୁ ବାଦ୍‌ ଦେବା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ଟୁଇଟ୍‌ କରିଛନ୍ତି। ପେନ୍‌ଙ୍କ ପରେ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ। ଓ୍ବାର୍ନ ମଧ୍ୟ ଏ ନେଇ ସମାନ ମତ ପୋଷଣ କରିଛନ୍ତି। ସେହିପରି ଜୋ ବନର୍‌ସ ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ପାଟରସନ ଦଳରେ ସ୍ଥାନ ପାଇ ନ ଥିବାରୁ ପୂର୍ବତନ ଅଧିନାୟକ ଅସନ୍ତୋଷ ଜାହିର କରିଛନ୍ତି। ଗତ ଆସେସ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ ମଧ୍ୟ ଇଂଲଣ୍ଡରେ ଗତ ୧୮ ବର୍ଷ ମଧ୍ୟରେ କୌଣସି ସିରିଜରେ ବିଜୟୀ ହୋଇନାହିଁ। ତେଣୁ ଦଳ ଚୟନରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି ଟେଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri